• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଚାଷୀର ସ୍ୱାଭିମାନ ରକ୍ଷା ଏକ ସାମାଜିକ ଦାୟିତ୍ୱବୋଧ ନୁହେଁ କି?

ଚାଷୀର ସ୍ୱାଭିମାନ ରକ୍ଷା ଏକ ସାମାଜିକ ଦାୟିତ୍ୱବୋଧ ନୁହେଁ କି?
Share on FacebookShare on Xshare on Whatsappshare on Linkedin
ବାବାଜି ଚରଣ ମୁଦୁଲି, କେନ୍ଦୁଝର, ୨୩ ନଭେମ୍ବର ୨୦୨୨

ପ୍ରାଥମିକ ବିଦ୍ୟାଳୟର ପାଠ୍ୟ ପୁସ୍ତକରେ ଆମେ ପଢୁଥିଲେ “ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାଷୀ ଭାଇ ଯୋଗାଉଛି ଦୁନିଆଁକୁ ଆହାର।” କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ରେ ଏହି ଉକ୍ତିର ଯେ ଯଥାର୍ଥତା ଅଛି ତାହା ଏକ ପ୍ରଶ୍ନବାଚୀ। ବର୍ତ୍ତମାନ ଚାଷୀ ଓ ଚାଷ ର ସ୍ଥିତି ଅନୁଧ୍ୟାନ କରିବା ପରେ ଉପରୋକ୍ତ ଉକ୍ତି କୁ ବଦଳାଇ ଏହିପରି କହିପାରିବା “ଚାଷ ଅଛି ଯାହାର କି ଦୁଃଖ ତାହାର।” ବର୍ତ୍ତମାନ ସମଗ୍ର ମାନବ ଜାତି ବିକାଶର ନାରା ଦେଇ ବିନାଶ ଆଡ଼କୁ ଅଗ୍ରସର। ଚାଷୀ ନିକଟରେ ଥିବା ପାରମ୍ପରିକ ଜ୍ଞାନକୌଶଳ, ବିହନ, ଚାଷକୁ ନେଇ ଥିବା ବିଭିନ୍ନ ପର୍ବପର୍ବାଣୀ ବିଲୁପ୍ତ ପ୍ରାୟ। ଅତ୍ୟାଧୁନିକ କୃଷି ପଦ୍ଧତି, ହାଇ ଇଲଣ୍ଡିଙ୍ଗ୍ ବିହନ ଓ ରାସାୟନିକ ସାରର ବହୂଳ ବ୍ୟବହାର ଯୋଗୁ ବର୍ତ୍ତମାନ ଚାଷର ସ୍ଥିତି ସଙ୍କଟରେ। ଚାଷୀମାନେ ଚାଷରେ କ୍ଷତି ର ସମ୍ମୁଖୀନ ହେଉଛନ୍ତି।

ଆଜକୁ ଷାଠିଏ ସତୁରୀ ବର୍ଷ ତଳେ ଲୋକମାନେ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ନିଜ ଜମିରେ ଚାଷ କରିବା କୁ ଅଧିକ ସମ୍ମାନଜନକ ମନେ କରୁଥିଲେ। କିନ୍ତୁ ସମୟର ପରିବର୍ତ୍ତନ ରେ ବର୍ତ୍ତମାନ ଯୁବକମାନେ ଚାକିରି ପଛରେ ଗୋଡାଇ ଗୋଡ଼ାଇ ଶେଷରେ ହତାଶ ହୋଇ ସୁରଟ, ଚେନ୍ନାଇ, କୋଲକାତା ଓ ହାଇଦ୍ରାବାଦ ଯାଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ପସନ୍ଦ କରୁଛନ୍ତି। ତେବେ ଚାଷୀ କଣ ପାଇଁ ଚାଷ ପ୍ରତି ବିମୁଖ ତାହାକୁ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି।ତେବେ ଚାଷରେ ପ୍ରତି ବର୍ଷ କ୍ରମବର୍ଦ୍ଧିଷ୍ଟ୍ନୂ ରାସାୟନିକ ସାର ଓ କିଟନାଶକ ଔଷଧ ର ପ୍ରୟୋଗ ମାଟିର ଉର୍ବରତା କୁ ନଷ୍ଟ କରିଦେଉଛି। ଉତ୍ପାଦିତ ଶସ୍ୟ ଓ ପନିପରିବା କମ୍ ଦାମରେ ବିକ୍ରି ହେଉଥିବା ରୁ ଚାଷୀମାନେ ଚାଷରେ କ୍ଷତି ର ସମ୍ମୁଖୀନ ହେଉଛନ୍ତି । ଯାହାକି ସେମାନେ କରିଥିବା ବ୍ୟାଙ୍କ ରୁଣ ପରିଶୋଧ କରିବା ରେ ବାଧକ ସାଜୁଛି ଏବଂ ସ୍ଵାଭିମାନୀ ଚାଷୀ ଆତ୍ମହତ୍ୟା କୁ ଶେଷ ପନ୍ଥା ଭାବେ ଗ୍ରହଣ କରି ନେଉଛି। ଜଳବାୟୁ ପରିବର୍ତ୍ତନ ର ପ୍ରଭାବରେ ଚାଷ ସମୟରେ ଅନାବୃଷ୍ଟି ଓ ପରବର୍ତ୍ତୀ ସମୟରେ ଅର୍ଥାତ୍ ଅମଳ ପୂର୍ବରୁ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଫସଲ ନଷ୍ଟ ହେବାଯୋଗୁଁ ତାହା ମଧ୍ୟ ଚାଷୀ ର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି।

ସବୁଠାରୁ ଉଦବେଗଜନକ ବିଷୟ ହେଉଛି ପ୍ରଚଣ୍ଡ ଖରା, ବର୍ଷା ଓ ଶୀତ କାକର ସହି ରକ୍ତକୁ ପାଣି କରି ଚାଷୀମାନେ ମଞ୍ଜି ପୋତିବା, ଚାରା ସୃଷ୍ଟି କରିବା, ଓ ଫସଲ ଅମଳ କରନ୍ତି କିନ୍ତୁ ଆମ ସମାଜ ତା ବଦଳରେ ସେମାନଙ୍କୁ ଦେଉଛି ଅସମ୍ମାନ, ଶୋଷଣ ଏବଂ ସମାଜରେ ଶେଷ ଶ୍ରେଣୀ ର ମାନ୍ୟତା। ଏହି ପ୍ରସଙ୍ଗରେ ଆମେ ଧାନଚାଷୀ ମାନଙ୍କ ଉଦାହରଣ ନେଇପାରିବା। ଧାନ ଅମଳ ପରେ ଚାଷୀଟିଏ ଧାନ ମଣ୍ଡିକୁ ଧାନ ବିକ୍ରି ପାଇଁ ନେଉଛି। ସେଠାରେ ଧାନ ମଣ୍ଡି ବାହାରେ କିଛି ଦିନ ପଡିବା ପରେ ବିକ୍ରି କରୁଛି। କିନ୍ତୁ ସେଠାରେ ମଧ୍ୟ ଦଲାଲ୍ ମାନଙ୍କ ପାଦ୍ରୂଭାବ ରହୁଛି। ତେଣୁ ସରକାରୀ ଓ ବେସରକାରୀ ମଣ୍ଡି ମଧ୍ୟ ରେ ଚାଷୀ ତଫାତ୍ କିଛି ଦେଖିନି। ଉଭୟ ଯାଗାରେ ଅଛି ଶୋଷଣ ଓ ଲାଞ୍ଛନା।ପରିବା ଚାଷ କରୁଥିବା ଚାଷୀମାନଙ୍କ ଅବସ୍ଥା କହିଲେ ନସରେ। ଉତ୍ପାଦିତ ପରିବା କୁ ବେପାରୀ ମାନେ କମ୍ ଦାମ୍ ରେ କିଣିବା ସହ ପରିବା ଓଜନ ସମୟରେ ଚାଷୀଂକୁ ଶୋଷଣ କରୁଛନ୍ତି। ଚାଷୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ସରକାରଙ୍କ ତରଫରୁ କୃଷକ ବଜାର ମାନ ରହିଛି କିନ୍ତୁ ଦୁଃଖର ବିଷୟ ସେଠାରେ ଅଣଚାଷୀମାନଙ୍କୁ ଆମେମାନେ ପାଇବା କାରଣ ଚାଷୀ ଉତ୍ପାଦନ ସାମଗ୍ରୀ ବିକ୍ରୀ କରିବା ପାଇଁ ଆଣିବା ସମୟରେ ବେପାରୀ ମାନେ କମ୍ ଦାମ୍ ରେ ସେମାନଙ୍କ ଠାରୁ କିଣି ନେଇ କୃଷକ ବଜାରରେ ଚାଷୀର ପରିଚୟ ଦେଇ ଅଧିକ ଦାମରେ ବିକ୍ରି କରି ମାଲେମାଲ୍ ହେଉଛି। କିଛି ଚାଷୀ ରାସ୍ତା କଡ଼ରେ ବସି ପରିବା ବିକ୍ରି କରନ୍ତି। ସେମାନଙ୍କ ଠାରୁ ପରିବା କିଣିବା ସମୟରେ ଆମେ ବହୁତ ମୂଲଚାଲ କରିବା ସହ ଓଜନ ସରିବା ପରେ କିଛି ପରିବା ଲାଭ ଆକାରରେ ତା ଠାରୁ ଆଶା କରୁଛେ। କିଛି ଗ୍ରାହକ ଅଛନ୍ତି ଯେଉଁମାନେ କି ଚାଷୀର ବିନା ଅନୁମତିରେ କିଛି ପରିବା ନେଇ ବ୍ୟାଗ୍ ରେ ପକାନ୍ତି। ଚାଷୀ ଏହାର ପ୍ରତିବାଦ କଲେ ଆରମ୍ଭ ହୁଏ ଅନର୍ଥ। ଏ ଲେଖକ ଦେଖିଛି ସେହିଭଳି ପ୍ରକାରର ଗ୍ରାହକ ବେପାରୀମାନଙ୍କ ନିକଟରେ ସେହିପରି କରି ମାଡ଼ ଖାଇଥିବାର।

ତେବେ ଏ ସବୁକୁ ବିଚାରକୁ ନେଇ ମୋର ମତ ଚାଷୀମାନଙ୍କୁ ସମ୍ମାନ ର ବଞ୍ଚିବା ପାଇଁ ଆମ ସମାଜର ଗୁରୂ ଦାୟିତ୍ଵ ରହିଛି। ବିଭିନ୍ନ ଗ୍ରାମରେ ଚାଷୀମାନଙ୍କ ସଙ୍ଗଠନ ଗଠନ କରି ସେମାନଙ୍କୁ ଜଳବାୟୁ ପରିବର୍ତ୍ତନ ର କୁପ୍ରଭାବ ଓ ପାରମ୍ପରିକ ଜ୍ଞାନକୌଶଳ, ମିଶ୍ରିତ ଚାଷ ମାଧ୍ୟମରେ ପାରମ୍ପରିକ ବିହନ ଓ କ୍ଷୁଦ୍ର ଶସ୍ୟ ଜାତୀୟ ବିହନ ର ପୁନଃ ଉଦ୍ଧାର ର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଚାଷୀ ର ସ୍ବାଭିମାନ ରକ୍ଷା ଏକ ସାମାଜିକ ଦାୟିତ୍ୱବୋଧ ବୋଲି ବିବେଚନା କରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଆହ୍ୱାନ ଜୟ ଯବାନ ଓ ଜୟ କିଷାନ କୁ ଏକ ସାକାର ରୂପ ଦେବା।

ବାବାଜି ଚରଣ ମୁଦୁଲି

ବାବାଜି ଚରଣ ମୁଦୁଲି

ପେଶାରେ ଜଣେ ସାମାଜିକ କର୍ମୀ କିନ୍ତୁ ନିଶାରେ ଜଣେ କବି, ଗାଳ୍ପିକ ଓ ପ୍ରାବନ୍ଧିକ। କେନ୍ଦୁଝର, ୬୩୭୦୭୯୬୫୧୭

Related Posts

Resilient Relationships For A Flourishing Life
Opinion

Resilient Relationships For A Flourishing Life

by Dr. Manoj Dash
April 5, 2026

Dr. Manoj Dash, Bhubaneswar, 5 April 2026 For most of us, life is never quite complete without a touch of...

Read more
India-Nepal Relationship: Will Balen heal the wounds?

India-Nepal Relationship: Will Balen heal the wounds?

April 3, 2026
Why is Iran attacking Dubai? In this war, the modern-day city of immense wealth is being needlessly crushed

Why is Iran attacking Dubai? In this war, the modern-day city of immense wealth is being needlessly crushed

March 29, 2026
Thriving in the Age of Artificial Intelligence

Thriving in the Age of Artificial Intelligence

March 27, 2026
Fuel Crisis And The Need For Renewable Energy

Fuel Crisis And The Need For Renewable Energy

March 22, 2026
The Game of Chess and Iran’s Current War Strategy: Some Reflections

The Game of Chess and Iran’s Current War Strategy: Some Reflections

March 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.