• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କାନ୍ତକବି ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା

କାନ୍ତକବି ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଡିସେମ୍ବର ୨୦୨୨

କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା । ନବଜାଗରଣ କାଳର ପ୍ରସିଦ୍ଧ କବି ଲକ୍ଷ୍ମୀକାନ୍ତଙ୍କ ଲେଖନୀ ନିସୃତ ପ୍ରତ୍ୟେକ ସୃଷ୍ଟି କାଳଜୟୀ ହୋଇ ଯାଇଛି। ତାଙ୍କ ସାହିତ୍ୟରେ ଜାତୀୟତାର ପ୍ଲାବନ ଯେଭଳି ପ୍ରବାହିତ ହୋଇଛି, ରୋମାଣ୍ଟିକ ଚିନ୍ତାଧାରାର ସ୍ପର୍ଶ ମଧ୍ୟ ସେହିଭଳି ଅନୁଭୂତ ହୋଇଛି। ସର୍ବୋପରି କାନ୍ତ କୋମଳ ପଦ୍ୟାବଳୀର ରୂପକାର କାନ୍ତକବିଙ୍କ ସାରସ୍ୱତ ସୃଷ୍ଟି ସମ୍ଭାରର ଯେଭଳି ଆଲୋଚନା, ଗବେଷଣା ତଥା ମୂଲ୍ୟାୟନ ହେବା କଥା, ତାହା ଅଦ୍ୟାବଧି ହୋଇପାରିନାହିଁ ବୋଲି ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

ଗତ ଶୁକ୍ରବାର ସଂଧ୍ୟ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କାନ୍ତକବି ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ତଥା ସମାଲୋଚକ ପ୍ରଫେସର ବିଜୟ କୁମାର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପ୍ରଥିତଯଶା କଥାକାର ତଥା ଦୈନିକ “ନିତିଦିନ”ର ସମ୍ପାଦକ ମନୋଜ କୁମାର ମହାପାତ୍ର ମୁଖ୍ୟବକ୍ତା ଏବଂ ପ୍ରଖ୍ୟାତ ଭାଷାତତ୍ତ୍ୱବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରବୀଣ କବି, ବରିଷ୍ଠ ପ୍ରଶାସକ ତଥା କାନ୍ତକବି ସ୍ମୃତି ପରିଷଦର ଅଧ୍ୟକ୍ଷ ଡଃ ରବିନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ପ୍ରଫେସର ଶତପଥୀ କହିଲେ, ନବଜାଗରଣ କାଳର ପ୍ରସିଦ୍ଧ କବି ଲକ୍ଷ୍ମୀକାନ୍ତ ତିନୋଟି ଯୁଗର ସାରବତ୍ତାକୁ ନେଇ ସାହିତ୍ୟ ସୃଷ୍ଟି କରିଛନ୍ତି । ଅଭିଜାତ ସମ୍ପନ୍ନ ଭାଷା ପରିବର୍ତ୍ତେ ଅତ୍ୟନ୍ତ ସରଳ, କୋମଳ ତଥା ସାବଲୀଳ ଭାଷାର ଉପଯୋଗ ହୋଇଥିବା କାନ୍ତ ସାହିତ୍ୟରେ ଆଧୁନିକତାର ସ୍ପର୍ଶ ରହିଛି। ସମ୍ଭବତଃ ସେଥିପାଇଁ କାନ୍ତକବିଙ୍କ ସୃଷ୍ଟି ସମ୍ଭାର ଏତେ ଲୋକପ୍ରିୟ ହୋଇପାରିଛି । ଓଡ଼ିଆ ଜାତିର ମର୍ମବେଦନାକୁ ଭଲଭାବରେ ବୁଝିଥିବା ଯୋଗୁ କାନ୍ତକବି “ବନ୍ଦେ ଉତ୍କଳ ଜନନୀ” ଭଳି କାଳଜୟୀ ଦେଶାତ୍ମବୋଧକ ସଂଗୀତ ରଚନା କରିପାରିଥିଲେ ।

ମୁଖ୍ୟବକ୍ତା ତଥା “ନିତିଦିନ”ର ସମ୍ପାଦକ ଶ୍ରୀ ମହାପାତ୍ର ଦର୍ଶାଇଥିଲେ ଯେ, ଦୁରାରୋଗ ବ୍ୟାଧିରେ ପିଡ଼ିତ ହେବାଯୋଗୁଁ କାନ୍ତକବି ଆଦ୍ୟ ଯୌବନରୁ ହିଁ ଯନ୍ତ୍ରଣା ଓ ବେଦନା ଭିତରେ ଜୀବନ ବିତାଇଥିଲେ । ସେହି ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଭିତରେ ସେ ସାହିତ୍ୟ ସୃଷ୍ଟି କରିଥିବା ଯୋଗୁଁ ତାହା ହୃଦୟସ୍ପର୍ଶୀ ତଥା କାଳଜୟୀ ହୋଇପାରିଛି । କାନ୍ତକବିଙ୍କ ସଂଗୀତ ଲୋକପ୍ରିୟତାର ଶୀର୍ଷରେ ଥିବାଯୋଗୁଁ ବିଭିନ୍ନ ସଭାସମିତି ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାହା ପରିବେଷଣ କରାଯାଇଥାଏ ବୋଲି ସେ ଦର୍ଶାଇଥିଲେ ।

ସମ୍ମାନିତ ଅତିଥି ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ, କାନ୍ତକବିଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବାପରେ ତାହା ନିର୍ଦ୍ଦିଷ୍ଟ ସ୍ୱରରେ ଗାନ କରାଯିବା ଉଚିତ। ଅନ୍ୟ ପକ୍ଷରେ କାନ୍ତ ସାହିତ୍ୟ ସମ୍ପର୍କରେ ଅଧିକ ଚର୍ଚ୍ଚାର ଆବଶ୍ୟକ ରହିଛି ବୋଲି ସେ ମତପୋଷଣ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର ପଟ୍ଟନାୟକ କହିଲେ, କାନ୍ତକବି ଶାରୀରିକ ଅସୁସ୍ଥତା ଯୋଗୁଁ ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇ ନଥିଲେ । ତେବେ ସ୍ୱତନ୍ତ୍ର ପ୍ରଦେଶ ଗଠନ ସହିତ ଦେଶର ସ୍ୱାଧୀନତା ପାଇଁ ସେ ଯେଭଳି ଭାବରେ ଶାଣିତ ଲେଖନୀ ଚାଳନା କରିଥିଲେ ତାଙ୍କୁ ଜାତୀୟ ଆନ୍ଦୋଳନର ଆତ୍ମା ରୁପେ ବିବେଚନା କରାଯାଇଥିଲା । ସଭାପତୀୟ ଅଭିଭାଷଣ ପ୍ରଦାନ କରି ଡଃ ସେନାପତି କହିଲେ, ଅଦ୍ୟାବଧି କାନ୍ତସାହିତ୍ୟର ଯଥାର୍ଥ ଆଲୋଚନା, ଗବେଷଣା ଓ ମୂଲ୍ୟାଙ୍କନ ହୋଇନାହିଁ। ସାରାଜୀବନ ଯନ୍ତ୍ରଣାରେ ଦଗ୍ଧୀଭୂତ ହୋଇ ସେ ଯେଭଳି ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି କରିଯାଇଛନ୍ତି, ବିଶ୍ୱ ସାହିତ୍ୟରେ ତାହା ବିରଳ। କାନ୍ତ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରାରମ୍ଭରେ କାନ୍ତକବିଙ୍କ ପୌତ୍ର ତଥା ବିଶିଷ୍ଟ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ କାନ୍ତକବିଙ୍କ ଅନ୍ୟତମ ପୌତ୍ର ବା ନାତି ବିଶିଷ୍ଟ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନ୍ତକବିଙ୍କ ପୌତ୍ରି କାନ୍ତା ମହାନ୍ତି, ପୌତ୍ର ତଥା ଭାରତ ସରକାରଙ୍କ ଅବସରପ୍ରାପ୍ତ ଉପମୁଖ୍ୟ ଶ୍ରମ ଆୟୁକ୍ତ ଗୋପୀ କଲ୍ୟାଣ ମହାପାତ୍ର, ବଲ୍ଲଭ ମହାରଣା, ଜଣାଶୁଣା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ପ୍ରମୁଖ ପରିଶେଷରେ କାନ୍ତସଂଗୀତ ପରିବେଷଣ କରିଥିଲେ ।

Nirvik Bureau

Nirvik Bureau

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.