• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସ୍ଵଦେଶୀ ଓ ଗାନ୍ଧିଜୀ

ସ୍ଵଦେଶୀ ଓ ଗାନ୍ଧିଜୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୩

ସ୍ବଦେଶୀ ଶବ୍ଦ ଗାନ୍ଧିଜୀ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରିଥିଲେ । ଗାନ୍ଧୀଜୀଙ୍କ ମତରେ ସ୍ୱଦେଶୀ ଭାବନାର ମୁଖ୍ୟ ଥିଲା ଖଦୀ ଓ କୁଟୀର ଶିଳ୍ପ । ବଙ୍ଗ ବିଭାଜନ ପର୍ଯ୍ୟନ୍ତ ସ୍ବଦେଶୀର ଅର୍ଥ ବୁଝାଉଥିଲା ବିଦେଶୀ ଦ୍ରବ୍ୟ ବର୍ଜନ । ଅର୍ଥନୈତିକ କ୍ଷେତ୍ରରେ ଖଦୀ ଓ କୁଟୀର ଶିଳ୍ପ ଗଠନମୂଳକ କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ବିଶେଷ ଭାବେ ଗାନ୍ଧୀଜୀ ବିବେଚନା କରିଥିଲେ, ଯାହାକି ଦେଶର ଅର୍ଥନୈତିକ ସ୍ବାଧୀନତାର ମାର୍ଗ ଦର୍ଶକ ଭାବେ କାର୍ଯ୍ୟ କରିଥିଲା । ଗ୍ରାମାଭିମୁଖୀ କାର୍ଯ୍ୟକୁ ତ୍ବରାନିତ କରିବା ପାଇଁ ଗାନ୍ଧୀଜୀ କହୁଥିଲେ-‘ଆମ ମନ ଗ୍ରାମାଭିମୁଖୀ ହେଲେ ଆମେ ପାଶ୍ଚାତ୍ୟର ଅନୁକରଣ କରିବାକୁ ଚାହିଁବା ନାହିଁ ବରଂ ଆମେ ନୂତନ ଭାରତର ସପ୍ନ ସହ ଏକ ଜାତୀୟ ଅଭିରୁଚି ବିକଶିତ କରିପାରିବା ଯେଉଁଠି ଦାରିଦ୍ର୍ୟ, ଅନାହାର ଓ ଆଳସ୍ୟ କ’ଣ କେହି ଜାଣି ନଥିବେ । ବଙ୍ଗ ବିଭାଜନ ବିରୋଧରେ ପ୍ରତିବାଦର ସ୍ବର ଥିଲା ସ୍ବଦେଶୀ, ଯାହା ଫଳରେ ୧୯୧୧ ମସିହାରେ ବଙ୍ଗ ବିଭାଜନକୁ ଗୋରା ସରକାର ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ । ଗାନ୍ଧୀଜୀ ସ୍ବଦେଶୀ କୁ କେବଳ ଇଂରେଜ ଦ୍ରବ୍ୟ ବର୍ଜନ କରିବା ଭିତରେ ସୀମିତ ନ ରଖି ଭାରତୀୟ ବସ୍ତୁ ଓ ଦ୍ରବ୍ୟ ର ବ୍ୟାପକ ପ୍ରଚଳନ ଉପରେ ଗୁରୁତ୍ବ ଆରୋପ କରୁଥିଲେ । ତାଙ୍କର ସ୍ବଦେଶୀ ବିଚାର ଧାରା ଥିଲା ଆତ୍ମନିର୍ଭରଶୀଳତା ଓ ସ୍ୱାଧୀନ ମନୋଭାବ ଓ ଆତ୍ମ ବିଶ୍ଵାସର ପ୍ରତୀକ । ତାଙ୍କ ଭାଷାରେ “ସ୍ବଦେଶୀର ପ୍ରକୃତ ଉପାସକ ବିଦେଶୀମାନଙ୍କ ପ୍ରତି ବିଦ୍ବେଷ ପୋଷଣ କରିବ ନାହିଁ । ପୃଥିବୀରେ କାହା ପ୍ରତି ସେ ଶତ୍ରୁତା ଆଚରଣ କରିବ ନାହିଁ, ସ୍ବଦେଶୀବାଦ ଘୃଣାର ମାର୍ଗ ନୁହେଁ । ଏହା ଏକ ନିଃସାର୍ଥପର ସେବା- ତତ୍ତ୍ୱ । ଶୁଦ୍ଧ ଅହିଂସା ବା ପ୍ରେମ ହିଁ ଏହାର ଉତ୍ସ । ଗାନ୍ଧୀଜୀଙ୍କ ଆଶ୍ରମରେ ଏହା ଏକାଦଶ ବ୍ରତ ମଧ୍ୟରୁ ଏକ ବ୍ରତ ଭାବରେ ଗ୍ରହଣ କରାଯାଇଥିଲା । ସ୍ବଦେଶୀର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଗାନ୍ଧୀଜୀ ୟଙ୍ଗ ଇଣ୍ଡିଆ ପତ୍ରିକାରେ ୧୯୨୧ ମସିହା ଜାନୁୟାରୀ ୧୯ ତାରିଖରେ ପ୍ରକାଶ କରିଥିଲେ ‘ଗତ ଦେଢଶହ ବର୍ଷ ଧରି ଅବାଧରେ ଚାଲିଥିବା ନିଜ ଆର୍ଥିକ ସମ୍ବଳର ନିର୍ଗମନକୁ ଯେ ପର୍ଯ୍ୟନ୍ତ ଭାରତ ସେଚ୍ଛାରେ ଉତ୍ସାହିତ ଅବା ବରଦାସ୍ତ କରୁଥିବ ସେ ପର୍ଯ୍ୟନ୍ତ ଏହା ସ୍ୱାଧୀନ ହୋଇପାରିବ ନାହିଁ । ବିଦେଶୀ ବସ୍ତ୍ର ବ୍ୟବହାର ଦ୍ବାରା ଆମେ ବିପୁଳ ପରିମାଣରେ ନିଜର ଆର୍ଥିକ ସମ୍ବଳର ନିର୍ଗମନ ପାଇଁ ସେଚ୍ଛାରେ ସମ୍ମତି ପ୍ରଦାନ କରିଅଛେ । ଭାରତ ନିଜ ଆର୍ଥିକ ସମ୍ବଳର ନିର୍ଗମନକୁ ବନ୍ଦ କରିବା ଦିଗରେ ସଫଳ ପ୍ରୟାସ କରିପାରିଲେ ଏହି ଏକ ମାତ୍ର କାର୍ଯ୍ୟ ହିଁ ଦେଶକୁ ସ୍ଵରାଜ ଆଣିଦେବ ।”

ଭାଗବତଗୀତାର ତୃତୀୟ ଅଧ୍ୟାୟ ୩୫ ତମ ଶ୍ଳୋକର ଉଲ୍ଲେଖ କରି ଗାନ୍ଧୀ କହିଥିଲେ ‘”ଗୀତା କହେ ନିଜର କର୍ତ୍ତବ୍ୟ ବା ସ୍ବଧର୍ମ ପାଳନ କରି ମୃତ୍ୟୁ ବରଣ କରିବା ଶ୍ରେୟସ୍କର। ପରଧର୍ମ ବା ଅନ୍ୟର କର୍ତ୍ତବ୍ୟ ସଂପାଦନ ଅତ୍ୟନ୍ତ ଭୟାବହ।” ନିଜର ପ୍ରାକୃତିକ ପରିବେଶ ପରିପ୍ରେକ୍ଷୀରେ ଏହାର ବ୍ୟାଖ୍ୟା ଆମକୁ ସ୍ବଦେଶୀର ନୀତି ବା ନିୟମ ସଂପର୍କରେ ସୂଚିତ କରେ । “ଭାଗବତ ଗୀତା ସ୍ୱଧର୍ମ ସଂପର୍କରେ ଯାହା କହିଛି ତାହା ସ୍ବଦେଶୀ ପ୍ରତି ମଧ୍ୟ ସମପରିମାଣରେ ପ୍ରଯୁଜ୍ୟ କାରଣ ସ୍ବଦେଶୀ ହିଁ ସ୍ବଧର୍ମକୁ ବୁଝାଏ ଯେତେବେଳେ ଆମେ ଏହାକୁ ନିଜର ପାରିପାର୍ଶ୍ଵିକ ପରିସ୍ଥିତି କ୍ଷେତ୍ରରେ ପ୍ରୟୋଗ କରୁ । ଗାନ୍ଧୀଜୀଙ୍କ ମତରେ କେବଳ ଯେତେବେଳେ ଆମେ ସ୍ବଦେଶୀ ଅର୍ଥକୁ ଭଲ ଭାବରେ ବୁଝୁ, ସେତେବେଳେ ଏଥିରୁ ଅନର୍ଥ ସୃଷ୍ଟି ହୁଏ । ସ୍ବଦେଶୀ ପ୍ରୟୋଗ କାହାର ଅନିଷ୍ଟ କରେ ନାହିଁ। ଚରଖା ଥିଲା ସ୍ବଦେଶୀ କାର୍ଯ୍ୟକ୍ରମର ଏକ ଅପରିହାର୍ଯ୍ୟ ଅଂଶ।”

ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ସ୍ବଦେଶୀ ଏକ ଜୀବନ ଧାରା । ୧୯୩୪ ଜାନୁୟାରୀ ୨୬ ତାରିଖ ହରିଜନ ପତ୍ରିକାରେ ଗାନ୍ଧୀଜୀ ଉଲ୍ଲେଖ କରିଥିଲେ-‘ସ୍ବଦେଶୀର ପୂଜାରୀ ନିଜର ପ୍ରଥମ କର୍ତ୍ତବ୍ୟ ଭାବି ପାଖ ପଡୋଶୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବ । ଏଥିପାଇଁ ଅବଶିଷ୍ଟ ଲୋକଙ୍କ ସାର୍ଥକୁ ବାଦ୍ ଦେବାକୁ ହୋଇଥାଏ, ଏପରିକି ଜଳାଞ୍ଜଳି ଦେବାକୁ ପଡିଥାଏ,ଆମ ପ୍ରତିବେଶୀମାନଙ୍କ ପ୍ରତି ଆମର ଉତ୍ତମ ସେବା ସ୍ବଭାବତଃ ଆମ ଦୂରବର୍ତ୍ତୀ ଲୋକଙ୍କର କେବେ ବି ଅନିଷ୍ଟ କରେନା ବରଂ ସେମାନଙ୍କର ମଙ୍ଗଳ ସାଧନ କରିଥାଏ। ଗାନ୍ଧିଜୀଙ୍କ ବିଶ୍ୱାସ ଥିଲା ମଣିଷ ଏକ ସମୟରେ ତାର ପ୍ରତିବେଶୀ ଓ ମାନବ ସମାଜର ସେବା କରିପାରିବ ।

ସ୍ବଦେଶୀ ଶବ୍ଦଟିକୁ ଏକ ସାମାଜିକ ମୂଲ୍ୟବୋଧରେ ପରିଣତ କରିବା ପାଇଁ ଗାନ୍ଧୀଜୀ ଚେଷ୍ଟିତ ଥିଲେ । ଏଥିରେ ଲୁଚି ରହିଥିଲା ଜାତୀୟତାବାଦ । ଭାରତୀୟ ମାନଙ୍କ ଦ୍ବାରା ଉତ୍ପାଦିତ ହାତକଟା ଓ ହାତବୁଣା ଖଦୀ ପ୍ରତି ଆଗ୍ରହ ପ୍ରକାଶ ନ କରିବା ହିଁ ଜାତୀୟ ପାପ ବୋଲି ଗାନ୍ଧୀଜୀ ବିଚାର କରୁଥିଲେ । ସ୍ବଦେଶୀ ତତ୍ତ୍ୱ ପ୍ରତିଯୋଗିତା ମୂଳକ ନୁହେଁ ଏହା ପ୍ରେମ ଓ ଅଂହିସା ଆଚରଣର ଚାବିକାଠି ସଦୃଶ । ମୌଳିକ ଶିକ୍ଷା ଥିଲା ଶିକ୍ଷା କ୍ଷେତ୍ରରେ ସ୍ବଦେଶୀ ନୀତି । ଗାନ୍ଧୀଜୀଙ୍କର ବିଚାରର ସ୍ବଦେଶୀର ଘୃଣାର ସ୍ଥାନ ନଥିଲା ବରଂ ଏହା ଅହିଂସା ବା ପ୍ରେମର ଥିଲା ଉତ୍ସ । ଗାନ୍ଧୀଜୀଙ୍କ ମତରେ ଯେଉଁ ଶିକ୍ଷା କୌଣସି ହସ୍ତଶିଳ୍ପ ବା ଉତ୍ପାଦକ ଶ୍ରମ ମାଧ୍ୟମରେ ଦିଆଯାଏ, ତାହା ହିଁ ଯଥାର୍ଥ ଶିକ୍ଷା । ଶିଶୁର ସର୍ବାଙ୍ଗୀନ ଉନ୍ନତି ଏହାର ଲକ୍ଷ୍ୟ । ସ୍ବଦେଶୀ ଶବ୍ଦର ଅର୍ଥ ନିଜ ଦେଶ ପାଇଁ ଏକାଠି ହୋଇ କାମ କରିବା । ଗୋଖଲେଙ୍କ ଭାଷାରେ ଏହା ଥିଲା ଦେଶାତ୍ମବୋଧକ ଓ ଅର୍ଥନୈତିକ ଅଭିଯାନ । ଏଥିରେ ଘୃଣା କିମ୍ବା ଶତ୍ରୁତାର କୌଣସି ସ୍ଥାନ ନାହିଁ । ଏହା ନିଃସ୍ଵାର୍ଥପର ସେବା ତତ୍ତ୍ୱ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.