• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୧)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜାନୁୟାରୀ ୨୦୨୬

ତା ପରଦିନ ସକାଳୁ ଉଠି ମନ୍ମଥକୁ ଖାଇବାକୁ ଦେଇ ଆମେ ଶାଶୂ ବୋହୂ ଜଙ୍ଗଲକୁ କାଠ, ଛତୁ ଆଉ ଶାଗ ଆଣିବା ପାଇଁ ବାହାରିଗଲୁ। ଜଙ୍ଗଲରୁ କାଠ, ବଇଙ୍ଗା, ପିତା ଆଳୁ, ଶାଗ, ଛତୁ ଆଉ କାଠ ଧରି ଉଭୟ ଘରେ ପହଞ୍ଚିବା ବେଳକୁ ଦେଖିଲୁ ଜମରଡିହର ବାରିକ ଦାଦା ଆସିଥିଲେ। ମନ୍ମଥ ତାଙ୍କ ସହିତ ବସି କଥା ହେଉଥିଲା। ମୁଁ ତରତର ହୋଇ ରୋଷେଇ ଘର କୁ ଚାଲିଗଲି ସେମାନଙ୍କ ପାଇଁ ରୋଷେଇ କରିବା ପାଇଁ। ଆଗରୁ ଭାତ ଆଉ ଡାଲି ରାନ୍ଧି କରି ଜଙ୍ଗଲ ଯାଇଥିଲୁ। ପରିବା ତରକାରୀ, ଛତୁ ଆଉ ଶାଗ ରାନ୍ଧି କରି ସେମାନଙ୍କୁ ଖାଇବାକୁ ଦେଲି। ସେମାନେ ଦୁଇଜଣ ଖାଇସାରି ଦାଣ୍ଡ ଘରେ ମାଞ୍ଚିଆ (ଦଉଡିଆ ଖଟ) ଦୁଇଟା ପକାଇ ଗଡପଡ ହେଉଥାନ୍ତି। ଏହି ସମୟରେ ମୋ ଶଶୁର ଜଙ୍ଗଲ ଯାଇଥିଲେ ଆସି ପହଞ୍ଚିଲେ। ସେ ତରବର ହୋଇ କଣ ଦିଇଟା ଖାଇଦେଇ ବାରିକ ଦାଦା ଙ୍କ ସହିତ ଘର ବିଷୟ ଆଉ ଚାଷବାସ ବିଷୟରେ କଥା ହେଉଥିଲେ। ଦାଦା ପଚାରିଲେ, “ତୁମର ଏବେ କେବେ କାଦବଳୀ ପୂଜା ହବ ନା କଣ?”

ମନ୍ମଥ ତାର ଉତ୍ତର ରେ କହିଲା, “ଦାଦା ସେ ପୂଜା ସବୁ ଗାଁ ରେ ହୁଏ ନାହିଁ। କିଛି ନିର୍ଦ୍ଧିଷ୍ଟ ଗାଁ ରେ ହୁଏ। ଆମ ଗାଁ ରେ ହୁଏ ନାହିଁ। ଆମ ଗାଁ ପାଖ ଗାଁ ଡେରି ରେ ହୁଏ। ଆଗାମୀ ଗୁରୁବାର ଦିନ ସେହି ପୂଜା ଡେରି ଗାଁ ରେ ହେବ। ଆଉ ଚାରି ଦିନ ରହିଲା। ପୂଜା ଦିନ ଗାଁ ରେ ଥିବା ବିଶ୍ରୀ ଠାକୁରାଣୀ ଙ୍କ ନିକଟରେ ଗୋଟିଏ ଛୋଟ ପିଲା କୁ କୋକେଇରେ ଶୋଇ ଦିଆଯାଏ। କୋକେଇ ନିକଟରେ ସବୁ ଘରୁ ବିହନ ଆଣି ରଖାଯାଏ। ତା ପରେ ଦେହୁରୀ ଠାକୁରାଣୀ ଙ୍କ ପୂଜାର୍ଚ୍ଚନା କରନ୍ତି। ତାପରେ ସେହି କୋକେଇକୁ ଗାଁ ନିକଟରେ ଥିବା ଚାଷଜମି କୁ ଗାଁ ଲୋକମାନେ କାନ୍ଧରେ ବୋହି କରି ବୁଲାଇବା ପରେ ଗାଁ ର ସମସ୍ତଙ୍କ ଘରକୁ ନିଅନ୍ତି। ସମସ୍ତେ ଖଇ, ନଡ଼ିଆ, ଅରୁଆ ଚାଉଳ, ଗୁଡ଼ ମାଙ୍କ ପାଖରେ ଭୋଗ ଲାଗିବା ପାଇଁ ଦିଅନ୍ତି। ଏହାପରେ କୋକେଇକୁ ବିଶ୍ରୀ ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ ରଖାଯାଏ। ସମସ୍ତେ ପିଲାଟିକୁ କୋକେଇରୁ ଉଠି ଆସିବା ପାଇଁ କହନ୍ତି। କିନ୍ତୁ ପିଲାଟି ଦେହରେ ଜୀବନ ନ ଥାଏ। ଗାଁ ରେ କାନ୍ଦବୋବାଳି ପଡିଯାଏ। ଦେହୁରୀ ଲୋକମାନଙ୍କୁ ବ୍ୟସ୍ତ ନ ହେବା ପାଇଁ କହି ମାଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି। ତାପରେ ମାଙ୍କ ନିକଟରେ ଥିବା ଫୁଲ ଆଉ କିଛି ମନ୍ତୁରା ପାଣି ଆଣି ପିଲା ଉପରେ ସିଞ୍ଚନ କରନ୍ତି। ଏହି ସମୟରେ ମଧ୍ୟ ସେ କିଛି ଗୁପ୍ତ ମନ୍ତ୍ର ପିଲାଟି କାନରେ କହନ୍ତି। କିଛି ସମୟ ପରେ ପିଲାଟି ହାତଗୋଡ଼ ହଲଚଲ କରେ ଓ ତାପରେ ଉଠି ବସେ। ସମସ୍ତେ ଖୁସି ରେ ପିଲାଟିକୁ କାନ୍ଧରେ ବସାଇ ଗାଁ ରେ ବୁଲାନ୍ତି।ଆଦାୟ ହୋଇଥିବା ଚାଉଳ, ଡାଲି ଓ ପନିପରିବା ରେ ଗାଁ ରେ ଭୋଜିଭାତ ହୁଏ। ସମସ୍ତେ ସାମୁହିକ ଭୋଜନ କରନ୍ତି।”

ଏହା ଶୁଣି ବାରିକ ଦାଦା କହିଲେ, “ଅନ୍ୟ ଭୂୟାଁ ଗାଁ ମାନଙ୍କରେ ଏହି ପୂଜା କଲେ ଅସୁବିଧା କଣ?”

ଏହା ଶୁଣି ମନ୍ମଥ କହିଲା, “ହଁ ବଣେଇଁ ଗାଁ ରେ ବାହା ହୋଇଥିବା ଡେରି ଗାଁ ର ଝିଅଟିଏ ତା ଶାଶୁ ଘର ଗାଁ ରେ ଏହି ପର୍ବ ନୁଆ କରି ଆରମ୍ଭ କଲା। ଗାଁ ର ସବୁ ଲୋକେ ସେହି ପର୍ବ ରେ ସାମିଲ ହେଲେ। କିନ୍ତୁ ଦୁଃଖର ବିଷୟ ଯେ ଯେଉଁ ପିଲାଟିକୁ ମଢା ଆକାରରେ ରଖା ଯାଇଥିଲା ସେ ଆଉ ବଞ୍ଚିଲା ନାହିଁ। ସେଥିପାଇଁ ଏହି ପର୍ବ କୁ ଅନ୍ୟ ଭୂୟାଁ ଗାଁ ରେ ନୁଆ କରି କରନ୍ତି ନାହିଁ।”

ଏହି ସମୟରେ ଆମ ଗାଁ ର ଡାକୁଆ ଦରବାର ଘରେ ମିଟିଂ ହେଉଛି ଆଉ ସମସ୍ତେ ଆସିବାକୁ ଡାକିବାରୁ ମନ୍ମଥ ଓ ବାରିକ ଦାଦା ଦରବାର ଘର ଆଡେ ବାହାରି ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.