• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅସୁରକ୍ଷିତ ଅଭୟାରଣ୍ୟ …

ଅସୁରକ୍ଷିତ ଅଭୟାରଣ୍ୟ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୯ ଜୁନ୍ ୨୦୨୩

ଗତ କିଛି ଦିନ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ବନପାଳ ମାଥି ହାଁସଦା ଓ ବନରକ୍ଷୀ ବିମଲ ଜେନାଙ୍କ ହତ୍ୟା ଘଟଣାକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଅଣଗେଜେଟେଡ଼ ବନ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତ୍ତି ନେଇଛି । ବନ କର୍ମଚାରୀଙ୍କ ହତ୍ୟା ଘଟଣା ପ୍ରମାଣିତ କରୁଛି ଯେ, ଜଙ୍ଗଲରେ କାର୍ଯ୍ୟରତ କର୍ମଚାରୀମାନେ ସୁରକ୍ଷିତ ନୁହଁନ୍ତି । ଯଦି ଜଙ୍ଗଲରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଠିକଣା ଭାବେ ସୁରକ୍ଷା କାର୍ଯ୍ୟ ତୁଲାଇନପାରନ୍ତି ତେବେ, ବନ୍ୟ ଜନ୍ତୁ ଉପଦ୍ରୁତ ଅଞ୍ଚଳରେ ଥିବା ଡିଭିଜନ ଗୁଡ଼ିକରେ ବନ୍ୟଜନ୍ତୁଙ୍କୁ ଅନୁସରଣ କରି ସୁରକ୍ଷା ଦେବ କିଏ ? ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ୍ ।

ବେଶ୍ କିଛି ଦିନ ଧରି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ବନବିଭାଗର ସରକାରୀ ରିପୋର୍ଟ କହୁଛି ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟା ଏକ ଅଲୋଡ଼ା ରେକର୍ଡ଼ କରିଛି । ବହୁ ସ୍ଥାନରେ ହାତୀ ମୃତ୍ୟୁର କାରଣ ସାଜିଛନ୍ତି ଜଙ୍ଗଲ ମାଫିଆମାନେ । ହାତୀ ମୃତ୍ୟୁକୁ ଏଡ଼ାଇବା ଓ ଜଙ୍ଗଲରେ ଅବାଧରେ ଶିକାର କରୁଥିବା ମାଫିଆ ମାନଙ୍କୁ ରୋକିବାରେ ଜଙ୍ଗଲ ବିଭାଗ ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଥିବାର ଅଭିଯୋଗ ଶୁଣିବାକୁ ମିଳେ । ଏପରିକି ଅନେକ ସମୟରେ ଜଙ୍ଗଲ ମାଫିଆମାନେ ହାତୀକୁ ମାରି ତାର ଦାନ୍ତ ଲୁଟିନେବାରେ ସଫଳ ହୋଇଛନ୍ତି । ଏହି ହାତୀ ଶିକାରର କାରଣ ବାବଦରେ ମଧ୍ୟ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ । ଆହୁରି ମଧ୍ୟ କିଛି କିଛି ଅଭୟାରଣ୍ୟରେ ମୃତ ହାତୀର ଗଳିତ ଶବ ଉଦ୍ଧାର ହେବାର ନଜିର ରହିଛି । ଇଏ ମଧ୍ୟ ଆଉ ଗୋଟିଏ ଦିଗକୁ ସୂଚିତ କରୁଛି ଯେ, ଜଙ୍ଗଲରେ ହାତୀ ସୁରକ୍ଷିତ ନୁହଁନ୍ତି । ଏଣୁ ଉଭୟ ଦିଗକୁ ବିଚାର କରାଗଲେ ଏକଥା ଆମକୁ ମାନିବାକୁ ପଡ଼ିବ ଯେ, ଶିକାରୀଙ୍କ ଟାର୍ଗେଟରେ ଉଭୟ ବନ୍ୟ ପ୍ରାଣୀ ଓ ଜଙ୍ଗଲ ବିଭାଗର କର୍ମଚାରୀ । ହାତୀ ସମେତ ଅନ୍ୟ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନକର୍ମଚାରୀ ସଫଳ ହୋଇନଥିବା ବେଳେ ନିଜେ ମଧ୍ୟ ବନକର୍ମଚାରୀ ମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଉଭୟ ବନ୍ୟ ଜନ୍ତୁ ଓ ବନ୍ୟ କର୍ମଚାରୀ ଏବେ ଅସୁରକ୍ଷିତ।

ସେହିପରି ଓଡ଼ିଶାରେ ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗ ମଧ୍ୟ ବେଶ କିଛି ବର୍ଷ ଧରି ଦେଶବ୍ୟାପୀ ଚର୍ଚ୍ଚା ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଶିମିଳିପାଳ ସମେତ ଓଡ଼ିଶାର ଅନେକ ଅଭୟାରଣ୍ୟ ଓ ଜଙ୍ଗଲ ଗୁଡ଼ିକ ମଧ୍ୟ ବନାଗ୍ନିର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଏପରିକି ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରମୁଖ ଖବର ଭାବେ ପ୍ରସାରିତ ହୋଇଛି । ଇଏ ବି ଆଉ ଏକ ପ୍ରମାଣ ଦେଉଛି ଯେ, ଆମ ରାଜ୍ୟର ଜଙ୍ଗଲ ଗୁଡ଼ିକ ନିଆଁ ଦାଉରୁ ସୁରକ୍ଷିତ ନୁହଁନ୍ତି। ଜଙ୍ଗଲ ନିଆଁର କାରଣ କ’ଣ ତାହା ମଧ୍ୟ ଅନେକ ସମୟରେ ଜଣାପଡ଼େ ନାହିଁ। । ଏହା ପ୍ରାକୃତିକ ଅବା ମନୁଷ୍ୟକୃତ ସେ ନେଇ ଦ୍ୱନ୍ଦ୍ୱ ରହିଛି ସାଧାରଣ ଲୋକଙ୍କ ମନରେ ।

ଅତଏବ ଜଙ୍ଗଲ ସଂଖ୍ୟା ହ୍ରାସ ପାଇବା, ଜଙ୍ଗଲ ନିଆଁ ଦାଉରୁ ଜଙ୍ଗଲ ଗୁଡ଼ିକୁ ସୁରକ୍ଷା ନଦେଇ ପାରିବା, ଜଙ୍ଗଲର ଜୀବଜନ୍ତୁ ବିଶେଷ କରି ହାତୀ ଶିକାରକୁ ରୋକି ନପାରିବା ଏବଂ ପରିଶେଷରେ ବନବିଭାଗ କର୍ମଚାରୀ ମାନେ ମଧ୍ୟ ଜଙ୍ଗଲ ମାଫିଆଙ୍କ ଦ୍ୱାରା ପ୍ରାଣ ହରାଇବା ଆଦି ଘଟଣା କ’ଣ ବୟାନ କରୁଛି ? ଜଙ୍ଗଲରେ ଥିବା ଜୀବଜନ୍ତୁ ଓ ଜଙ୍ଗଲ ଜଗୁଥିବା କର୍ମଚାରୀଙ୍କ ଜୀବନ ଯଦି ଅସୁରକ୍ଷିତ ହୋଇପଡୁଛି ତେବେ ଆମେ ଅଭୟାରଣ୍ୟ ଗୁଡ଼ିକୁ ସୁରକ୍ଷିତ ବୋଲି କହି ପାରିବା କି ?

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.