• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଲହର

ଲହର
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଜୁନ୍ ୨୦୨୩

ତାରାର ଆକାଶ ନୁହେଁ
ଦିଅ ଗୋଟେ ମାଟିର ଆକାଶ
ପବନର ଶ୍ଵାସ ନୁହେଁ
ଦିଅ ମୁଠେ ଫୁଲର ବିଶ୍ଵାସ

ସମୁଦ୍ରରେ ଭେଳା ବାନ୍ଧି ଦିଗ୍ ବିଜୟର ସ୍ଵପ୍ନ
ସରିଯିବା ଆରମ୍ଭୁ ଏଇଠୁ ନାବିକର
ଫେରନ୍ତା ସଙ୍ଗୀତ
ପର୍ବତର ପାଦତଳେ ଠିଆ ହୋଇ
ଆକାଶ ଆରୋହିବାର ବିନୀତ ଆବେଗ
ଏଇଠୁ ପାଲଟୁ ମିଛ ଶବ୍ଦର ଅନ୍ଧ ରାଜପଥ

ଏଇଠୁ କାଠହଣା ର ଶବ୍ଦ ଓ
ଝରଣାର କୁଳୁକୁଳୁ ଗୀତ
ଘଡ଼ଘଡ଼ିର ବିମାନରେ ଶୋଇପଡ଼ନ୍ତୁ ନିରବରେ
ସଞ୍ଜ ଆସୁ ଧୂଳି ଖେଳ ଫେରନ୍ତା ପିଲାର
ଅପୂର୍ବ ସମ୍ମୋହିତ ଅନୁରାଗ ହୋଇ
ସବୁ ଶବ୍ଦ ନଈ ହେଉ
ସବୁ ଗୀତ ପାଲଟୁ ଲହର
ସବୁ ତାରା ଝଟକନ୍ତୁ ଫୁଲ ଓ ଫଗୁଣ ହୋଇ
ଆକାଶ ମଥାରେ
ତଳେ ଥାଉ ବିମୁକ୍ତ ହୃଦୟଟିଏ
ଗାଇଯାଉ ବାରମ୍ବାର ତମ ସୃଷ୍ଟି ବିଚିତ୍ର ପ୍ରଭାରେ ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.