• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଶବ ଖୋଜୁଛି ଠିକଣା…

ଶବ ଖୋଜୁଛି ଠିକଣା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଜୁନ୍ ୨୦୨୩

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ ପାଖାପାଖି ୪ ସପ୍ତାହ ବିତିଗଲାଣି । ଏକ ଜାତୀୟ ସ୍ତରର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେବି ୩୫ ଜଣ ଲୋକ ଅପେକ୍ଷା କରି ରହିଛନ୍ତି ନିଜର ଆତ୍ମୀୟ ସ୍ଵଜନଙ୍କ ମର ଶରୀର ନେବା ପାଇଁ । ୧୫ ଜଣ ଲୋକ ନିଜର ସଂପର୍କୀୟଙ୍କ ମୃତଦେହ ନପାଇ ଫେରି ଯାଇଛନ୍ତି ନିଜର ରାଜ୍ୟକୁ । ଜୁନ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୁଃଖ ଏଯାଏ ସରୁ ନାହିଁ । ବିହାରର ବାସନ୍ତୀ ଦେବୀ ଭୁବନେଶ୍ୱର ଏମ୍ସ ନିକଟରେ ଏବେବି ଅପେକ୍ଷା କରି ରହିଛନ୍ତି ନିଜର ସ୍ୱାମୀଙ୍କର ମରଶରୀରକୁ ନେବାପାଇଁ । କେହି ତାଙ୍କୁ କହିପାରୁନାହାନ୍ତି କେବେ ସେ ନିଜର ସ୍ୱାମୀଙ୍କର ମୃତଦେହଟିକୁ ପାଇବେ ବୋଲି । ଏବେ ବି ତାଙ୍କୁ ଦାୟିତ୍ୱରେ ଥିବା ଅଧିକାରୀ ମାନେ କହୁଛନ୍ତି ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି । ସେହିପରି ନାରାୟଣ ରିଶିଦେବ ଅପେକ୍ଷା କରି ରହିଛନ୍ତି ନିଜର ନାତିର ମୃତ ଦେହକୁ ନେଇ ଘରକୁ ଫେରିବେ ବୋଲି । ତାଙ୍କ କହିବା ଅନୁଯାୟୀ ତାଙ୍କ ନାତିର ମୃତଦେହ ଚିହ୍ନଟ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଡିଏନଏ ଟେଷ୍ଟ ରିପୋର୍ଟ ଏଯାଏଁ ଆସିନାହିଁ । ସେହିପରି ପଶ୍ଚିମବଙ୍ଗର ଶୁଭକାନ୍ତ ରାୟଙ୍କ କହିବା କଥା ତାଙ୍କ ପୁଅର ମୃତଦେହ କିମ୍ସ ହସ୍ପିଟାଲରେ ଥିଲା ଓ ପରେ ଏହାକୁ ବିହାରର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଛି ଓ ମୃତଦେହ ନେଇଥିବା ବ୍ୟକ୍ତି ମଧ୍ୟ ତାହାର ସଂସ୍କାର ପ୍ରକ୍ରିୟା ସାରିଦେଇଛନ୍ତି ବୋଲି ସେ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି । ସେହିପରି ବିହାର ଆଉ ଜଣେ ମହିଳା ରାଜକଲି ଦେବୀ ମଧ୍ୟ ଅପେକ୍ଷା କରିଛନ୍ତି ନିଜର ସ୍ୱାମୀଙ୍କ ମୃତଦେହ ନେବାପାଇଁ । ନ୍ୟୁଜ ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏବେବି ୮୧ ଟି ଶବ ରହିଛି ଯାହାର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଏହି ମୃତଦେହ ଚିହ୍ନଟ ହେବ ଓ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ବାହାନଗା ଟ୍ରେନ ଦୁର୍ଘଟଣା ପରେ ସେହି ଟ୍ରାକ୍ ରେ ଖୁବ ଶୀଘ୍ର ପୁଣି ଟ୍ରେନ ଗଡ଼ିଲାଣି । ଅନ୍ୟ ଟ୍ରେନର ଯାତାୟାତ ମଧ୍ୟ ପୂର୍ବ ପରି ସ୍ୱାଭାବିକ ହେଲା । ମାତ୍ର ଏହି ମର୍ମନ୍ତୁଦ ଦୁର୍ଘଟଣାରେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପରିବାରର ଆଖିରୁ ଏଯାଏ ଶୁଖୁନି ଲୁହ ଓ ସରୁନି କୋହ । କିଏ କିଏ ନିଜର ପରିବାର ସଦସ୍ୟଙ୍କ ଶେଷକୃତ୍ୟ ସାରିଦେଇ ମନେପକାଉଛନ୍ତି ସେହି ଦୁର୍ଘଟଣା ସମୟର କଥା ଓ ନିଜର ହରାଇଥିବା ପ୍ରିୟଜନଙ୍କ ସ୍ମୃତିକୁ । ମାତ୍ର ଆହୁରି ଏଭଳି ଲୋକ ଅଛନ୍ତି ଯିଏ ଚାହିଁ ଚାହିଁ ଆଖିରୁ ଲୁହ ଶୁଖି ଗଲାଣି ମାତ୍ର ନିଜର ପ୍ରିୟଜନଙ୍କ ମୃତ ଶରୀର ମଧ୍ୟ ସେମାନଙ୍କୁ ମିଳିପାରୁନାହିଁ । ବିହାର ଓ ପଶ୍ଚିମବଙ୍ଗରୁ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କ ଶବ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରି ନାହିଁ ସେମାନଙ୍କ ପରିବାର ବର୍ଗକୁ । ଜୀବିତ ଥିବା ବେଳେ ସିନା ମଣିଷ ନିଜର ଠିକଣା ନିଜେ ଖୋଜିବାରେ ସକ୍ଷମ ହୁଏ ଅବା ତାର ପରିବାରର ଲୋକେ ତାକୁ ଖୋଜି ଖୋଜି ତା ପାଖରେ ପହଂଚି ଯାଆନ୍ତି, ମାତ୍ର ମୃତ୍ୟୁ ପରେ ଶବ କ’ଣ ଖୋଜି ପାରିବ ତାର ନିଜ ଠିକଣା ? ଶବ କ’ଣ ଚିହ୍ନି ପାରିବ ତାର ନିଜ ପରିବାରର ଲୋକଙ୍କୁ ? ଏବେବି ଅସହାୟ ଭାବେ ବିହାର ଓ ପଶ୍ଚିମବଙ୍ଗରୁ ଅପେକ୍ଷା କରିଥିବା ମୃତକଙ୍କ ପରିବାରକୁ କେବେ ମିଳିବ ସେମାନଙ୍କ ପ୍ରିୟଜନଙ୍କ ମର ଶରୀର ଓ ଏନେଇ ସେମାନଙ୍କୁ କିଏ ଦେବ ସଠିକ୍ ଉତ୍ତର ?

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.