• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶେଷରେ…..

ଶେଷରେ…..
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୬ ଜୁଲାଇ ୨୦୨୩

ମୋର ଚାଲିବାର କିଛି
ହିସାବ ନାହିଁ
କେବେ ଚାଲୁଥାଏ ସିଧା ରାସ୍ତାରେ
ତ କେବେ ବଙ୍କା ରାସ୍ତାରେ
ପୁଣି କେବେ ହଜି ଯାଉଥାଏ
ଅନ୍ଧ ମୁହାଣିରେ

ସାରା ଜୀବନ ବିତିଗଲା
ଶୀତଳ ଯୁଦ୍ଧରେ
ମୃତ ପକ୍ଷୀ ଗଣିବାରେ
ଚିହ୍ନା ଅଚିହ୍ନା ସହରରେ
ନିଜ ସହ ସହବାସରେ
ଏକାକୀ ଆକାଶରେ
ମତେ ଚିରକାଳ କରୁଥାନ୍ତି କଲବଲ
ଛିଣ୍ଡା ଅଛିଣ୍ଡା ସ୍ମୃତିମାନେ
ମୃତ୍ୟୁ, ମୋର ଅନ୍ତିମ ପ୍ରେମିକା
ଓ ମୁଁ ସହୁଥାଏ ସମୟର ସକଳ ଔଦ୍ଧତ୍ଯ
ନିରବରେ

ଏମିତି ବିତେଇଦେଲି
ହିସାବହୀନ, ବନ୍ଧୁହୀନ ଗୋଟେ ଜୀବନ
ପଚାରି ପାରିଲି ନାହିଁ ସକଳ ଅତ୍ୟାଚାରର କାହାଣୀ
କାହାକୁ ବି, କେବେ ବି
କାହା ଦୁଆରରେ, ଝରକାରେ !

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.