• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୭)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଅଗଷ୍ଟ ୨୦୨୩

ସେଦିନ ସଂଧ୍ୟା ବେଳେ ସମସ୍ତେ କାମିନୀ ଆଈ ଘରେ ଏକାଠି ହେବା ପରେ ବିଲୁଆ ବବା ତାଙ୍କ କଥା ଆରମ୍ଭ କରି କହିଲେ ଆଜି ତୁମମାନଙ୍କୁ ଆମ ଭୂୟାଁମାନଙ୍କ ଦେବାଦେବୀଙ୍କ ବିଷୟରେ କହିବି।

ଏହି ଆଦିମ ଜନଜାତି ପାଉଡି ଭୂୟାଁ ମାନଙ୍କର ଜୀବନ ସର୍ବଦା ବଣ ଜଙ୍ଗଲ, ଝରଣା, ପାହାଡ ସହିତ ଯୋଡି ହୋଇଥିବାରୁ ସେମାନେ ନିଜକୁ ପ୍ରକୃତିର ସନ୍ତାନ ବୋଲି ଦାବୀ କରନ୍ତି । କେବଳ ଭୂୟାଁମାନେ ନୁହଁନ୍ତି ସମସ୍ତ ଆଦିବାସୀ ସମ୍ପ୍ରଦାୟ ପ୍ରକୃତିର ଉପାସକ । ପୃଥିବୀ, ଜଳ, ଜଙ୍ଗଲରେ ଥିବା ଗଛଲତା ଓ ଆକାଶ ରେ ଦେବାଦେବୀଙ୍କ ଅସ୍ଥିତ୍ବକୁ ସେମାନେ ଉପଲବଧି କରନ୍ତି ।ସେଥିପାଇଁ ସେମାନେ ଧରଣୀମାତାର ପୂଜା କରନ୍ତି । ଆମ ଭୂୟାଁଲୋକମାନେ ସାଧାରଣତଃ ଧର୍ମଭୀରୁ । ଦେବାଦେବୀମାନଙ୍କୁ ପୂଜାପାର୍ବଣରେ ବଳି ନଦେଲେ ସେମାନେ କୋପ କରନ୍ତି ବୋଲି ଆମ ସମାଜରେ ସମସ୍ତେ ଭାବନ୍ତି । ଦେବାଦେବୀ ଓ ପୂର୍ବପୁରୁଷ ମାନଙ୍କୁ ସନ୍ତୁଷ୍ଟ କରିବାର ଆବଶ୍ୟକତା ଅଛି ବୋଲି ଆମ ସମାଜର ସମସ୍ତ ଲୋକମାନେ ଚିନ୍ତା କରନ୍ତି । ସେଥିପାଇଁ ଆମ ସମାଜରେ ପୂଜାପାର୍ବଣରେ ବଳି ଦିଆ ଯିବାର ପରମ୍ପରା ଅଛି।

ଆମ ଭୂୟାଁମାନେ ପୂଜା କରୁଥିବା ଦେବତାମାନଙ୍କ ମଧ୍ୟରେ ୧.ବୋଡାମ ଦେବତା, ୨.ଗାଁ ଶିରୀ, ୩.ବୈତରଣୀପାଟ, ୪.ବରୋଦିପାଟ, ୫.ସେନ୍ତାପାଟ, ୬. ଲକ୍ଷ୍ମୀ ପାଟ, ୭.ମଣ୍ଡଳପାଟ, ୮.ମହାଠାକୁରାଣୀ, ୯.ମିଥୁନପାଟ ଓ ୧୦.ଫରିଆଲ୍ ବାଘିଆ । ଧରମ ଦେବତା ବା ବଡାମ ଦେବତାଙ୍କୁ ଭୂୟାଁମାନେ ପ୍ରଥମ ଦେବତା, ଗାଁ ଶିରୀଙ୍କୁ ୨ୟ ଦେବୀର ମାନ୍ୟତା ଦେଇଥାନ୍ତି । ପାହାଡ, ଜଙ୍ଗଲ, ନଦୀ ଓ ଝରଣାକୁ ମଧ୍ୟ ଦେବତାର ମାନ୍ୟତା ଦେଇ ପୂଜା କରିଥାନ୍ତି । ପ୍ରକୃତିର ଏହି ଦେବତାମାନଙ୍କ ସନ୍ତୋଷ ବିଧାନ କଲେ ସେମାନେ ବିପଦ ହଟାଇ ଦିଅନ୍ତି ବୋଲି ସମାଜର ସମସ୍ତେ ବିଶ୍ବାସ କରନ୍ତି । ପାଟ ଦେବତା ସେହି ଦେବତାମାନଙ୍କ ମଧ୍ୟରୁ ଅନ୍ୟତମ ।

ନଦୀମାନଙ୍କୁ ନେଇ ବୈତରଣୀପାଟ, ବ୍ରାହ୍ମଣୀପାଟ, ମହାପାଟ ପ୍ରଭୁତି ଦେବତା ଭୂୟାଁମାନଙ୍କ ଧର୍ମିୟ ବିଶ୍ବାସ ମଧ୍ୟରେ ରହିଆସିଛନ୍ତି । ବିଶାଳ ପ୍ରାକୃତିକ ବିଭବ ଆମ ମାନଙ୍କ ଧର୍ମର ମୂଳ ଆଧାର । ଯେକୌଣସି ପର୍ବରେ ଭୂୟାଁମାନେ ପ୍ରଥମେ ବଡାମ ଦେବତା ବା ଧରମ ଦେବତା ଓ ବାସୁକୀମାତାଙ୍କୁ ପୂଜା କରିଥାନ୍ତି । ଅନ୍ୟମାନେ ପିତୃପୁରୁଷଙ୍କ ପୂଜା ବା ବଡବଡୁଆଙ୍କ ପୂଜା କରିବା ଭଳି ଆମ ଭୂୟାଁମାନେ ରୋଷାଇ ଘରେ ବଡବଡୁଆଙ୍କ ପୂଜା କରିଥାନ୍ତି । ଆମମାନଙ୍କର ବିଶ୍ବାସ ଯେ ପିଡୃପୁରୁଷମାନେ ଘରେ ରହିବା ହେତୁ ସେମାନେ ପରିବାରର ଶୁଭଚିନ୍ତକ ଭାବେ ରହିଥାନ୍ତି ।ଜେଣ୍ଟକୁଆଁରୀ ଦେବୀ ଯାହାଙ୍କୁ କି ଭୂୟାଁମାନେ ମା ଦୁର୍ଗା ବୋଲି ପରିକଳ୍ପନା କରିଥାନ୍ତି ତାଙ୍କର ପୂଜା ଭୂୟାଁ ସମାଜରେ ପ୍ରଚଳିତ । ବୋଧହୁଏ ଏହି ପୂଜା ହିନ୍ଦୁମାନଙ୍କ ଦ୍ବାରା କରାଯାଉଥିବା କାଉଁରୀ ପୂଜା ଭଳି । ମୁଠିପୂଜାରେ ସୂର୍ଯ୍ୟଦେବତାଙ୍କୁ ଅରୁଆ ଚାଉଳ ଭୋଗଲାଗି କରିଥାନ୍ତି । ଏହା ପରେ କଥା ବଦଳାଇ ବବା କହିଲେ ତୁମମାନଙ୍କୁ ଆମ ଜାତି ପାଣି ର ପୂଜା କିପରି କରେ ତାହା ବିଷୟରେ ପାଳଲହଡାର ରଡା ଗାଁ ର ଉଦାହରଣ ଦେଇ ଵୁଝାଇ ଦେବି।

କଣ ଗୋଟେ କାମ ଥିଲା ବରୁଣଡିହି ଗାଁ ରେ। ବିଲୁଆ ନାୟକ ଓ ମୁଁ ସାଙ୍ଗହୋଇ ଯାଇଥିଲୁ।କାମ ସାରି ବାହାରିବା ବେଳକୁ ସନ୍ଧ୍ୟା ହୋଇଗଲା । ଗାଁର ପ୍ରଧାନ ମୁଣ୍ଡା ଗାଉଣ୍ଟୁ ଅଟକାଇ ବାରୁ ରହିଗଲୁ। ରାତିରେ ସମସ୍ତେ ଵସି କଥା ହେଉଛୁ। ମୁଣ୍ଡା ଗାଉଣ୍ଟୁ କହିଲେ ଭାଇ କାଲି ରଡା ଗାଁ କୁ ଟିକେ ଯିବା । ସେଠାକାର ଭୂୟାଁମାନେ କହୁଥିଲେ ଆପଣ ଆସିଲେ ତାଙ୍କ ଗାଁ କୁ ନେବା ପାଇଁ । ତାଙ୍କ କଥାରେ ରାଜି ହୋଇଗଲି। ତା ପରଦିନ ଭୋରୁଭୋରୁ ମୁଁ ,ବୈରାଗୀ ଗାଉଁଟୁ ଓ ମୁଣ୍ଡା ଗାଉଣ୍ଟୁ ତିନିହେଁ ବରଡିହ ଗାଁରୁ ଚାରି କିଲୋମିଟର ପାହାଡିଆ ପାଦଚଲା ରାସ୍ତାରେ ଚାଲିଚାଲି ରଡା ଗାଁରେ ପହଞ୍ଚିଲୁ । ଗାଁରେ କୌଣସି ପୁରୁଷ ଲୋକ ନଥିବାର ଦେଖି ମା ମାନଙ୍କୁ ସେମାନେ କୁଆଡେ ଯାଇଛନ୍ତି ପଚାରିବାରୁ ସେମାନେ କଟାଚୁଆ ନିକଟରେ ଥିବାର କହିଲେ । ସେଠାରେ ସେମାନଙ୍କୁ ନପାଇ ଗାଁକୁ ଫେରି ମା ମାନଙ୍କ ସହ ବସି କଥା ହେଉଥାଉ ଏହି ସମୟରେ ଗାଁ ର ପୁରୁଷ ଲୋକମାନେ ଆସି ପହଞ୍ଚିଲେ।

ଏହାପରେ ସେମାନଙ୍କୁ ମୁଁ କଟାଚୁଆ କଣ ଓ ତାହାର ନାମ ଏପରି କାହିଁକି ରଖାଗଲା ବୋଲି ପଚାରିବାରୁ ତାର ଉତ୍ତରରେ ଯାହା କହିଥିଲେ ତାହା ଏହିପରି ଥିଲା । ଗାଁର ସୀମା ଓ ତାର ପାଖ ଗାଁରେ ତିନୋଟି ଚୁଆ ଅଛି । ସେଗୁଡିକର ନାମ କଟାଚୁଆ, ଦେବୀଚୁଆ ଓ କମଳା ଚୁଆ । ଭୂୟାଁମାନେ ଚୁଆରୁ ପାଣି ପିଇବା ସହ ଚାଷକାର୍ଯ୍ୟରେ ଲଗାନ୍ତି । ଏହି ତିନୋଟି ଚୁଆ ତିନି ଭଉଣୀ ଅଟନ୍ତି ବୋଲି ସେମାନେ କହୁଥିଲେ । ପ୍ରତ୍ୟେକ ବର୍ଷ ମକର ସମୟରେ ଏଠାରେ ମେଳା ଅନୁଷ୍ଟିତ ହୁଏ । ଏତଦବ୍ୟତିତ ଗାଁର ଦେହୁରୀ କଟାଚୁଆରେ ଦୈନିକ ପୂଜାର୍ଚ୍ଚନା ମଧ୍ୟ କରନ୍ତି । ରଡା ଗାଁ ସହ ସବୁ ପାହୁଡୀ ଭୂୟାଁ ଗାଁମାନଙ୍କରେ ପାହୁଡି ଭୂୟାଁମାନେ ଜମି ଓ ଜଙ୍ଗଲ ପୂଜା କରିବାର ଦେଖିଛି କିନ୍ତୁ ରଡା ଓ ଖଡକା ଗାଁ ଜଳଦେବତାଙ୍କର ପୂଜାର ଅନନ୍ୟ ପରମ୍ପରା ମୋତେ ଅବିଭୂତ କଲା । ଚୁଆର ଏପରି ନାମକରଣ ସମ୍ପର୍କରେ ଜାଣିବାକୁ ପାଇଲି କିଛି ବର୍ଷ ପୁର୍ବେ ଚୁଆଚାରିପଟେ ପଟା ଘେର ଦିଆଯାଇ ଏକ ନିର୍ଦିଷ୍ଟ ବାଟରେ ଜଳକୁ ନିକଟରେ ଥିବା ପୋଖରୀକୁ କଟା ଯାଇଥିବାରୁ ଏହାର ନାମକରଣ ଏପରି ହୋଇଛି ବୋଲି । ଚୁଆକୁ କୌଣସି ବାଟଦେଇ ପାଣି ଆସୁନାହିଁ କିନ୍ତୁ ଚୁଆରୁ ବର୍ଷର ସବୁ ସମୟରେ ପାଣି ବାହାରି ପୋଖରୀରେ ପଶିବା ସହ ଚାଷଜମିରେ ମଧ୍ୟ ମାଡେ । ଦୁଇବର୍ଷତଳେ ଗାଁର ସ୍ତ୍ରୀ ଲୋକମାନେ ସେହି ଚୁଆରେ ବାସନ ମାଜିବାରୁ ଚୁଆଟି ସେମାନଙ୍କର ବାସନ ମାଜିବା ସମୟ ସକାଳ ସାତରୁ ନଅଟା ପର୍ଯ୍ୟନ୍ତ ପ୍ରତିଦିନ ଶୁଖିଗଲା । ଏହାଦେଖି ଗାଁର ଦେହୁରୀ ଗାଁ ବୈଠକ ଡାକି ସେଠାରେ ବାସନ ନମାଜି ନିକଟରେ ଥିବା ପୋଖରୀରେ ମାଜିବାର ପ୍ରସ୍ତାବ ଦେଲେ । ଗାଁ ସବୁଲୋକମାନେ ତାପର ଦିନଠାରୁ ଚୁଆ ପରିବର୍ତ୍ତେ ପୋଖରୀରେ ବାସନ ମାଜିବାରୁ ଚୁଆଟି ପୁଣି ସବୁସମୟ ଜଳପୁର୍ଣ ହେବା ସହ ପୋଖରୀକୁ ପୁଣି ପୁର୍ବଭଳି ପାଣି ଆସିବାକୁ ଲାଗିଲା । କଟାଚୁଆରେ ପୂଜାର୍ଚ୍ଚନା ସମୟରେ ଜଳରେ ଦେହୁରୀ ସୁଗନ୍ଧିତ ଦ୍ରବ୍ୟମାନ ପକାଇଲେ ତାର ମହକ ଦେବୀଚୁଆ ଓ କମଳାଚୁଆରେ ମଧ୍ୟ ହୁଏ ବୋଲି ଗାଁର ମହିଳାମାନଙ୍କଠାରୁ ଶୁଣିଲୁ ।

ଏହି ସମୟରେ ବାହାରେ କେହି ଜଣେ ଡାକିଵାରୁ ବବା କହିଲେ ଆଜି ପାଇଁ କଥା ଏଇଠି ରଖିବା । ପୁଅ (ଚିନାମାଳୀ ର ବାପା) ଆସି ଖାଇବାକୁ ଡାକିଲାଣି । ଏହାପରେ ଵଵା ଉଠିଗଲେ ଓ ଝିଅମାନେ କାମିନୀ ଆଈ ସହିତ ଶୋଇବାକୁ ଘର ଭିତରକୁ ଚାଲିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.