• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅସମାନ୍ତର

ଅସମାନ୍ତର
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୂରୀ, ୪ ଅକ୍ଟୋବର ୨୦୨୩

ଆଉ କୌଣସି ସ୍ଵୀକାରୋକ୍ତି
ମୋର ଦେବାର ନାହିଁ
ସାରା ଜୀବନ ଦେଇ ଚାଲିଛି ଜମାନବନ୍ଦୀ, ସ୍ଵୀକାରୋକ୍ତି
ଶପଥନାମା,ଗୀତାକୁ ଛୁଇଁ ମିଛ ଶପଥ
ଏବେ ମୁଁ କ୍ଲାନ୍ତ
ମତେ ବିଶ୍ରାମ ଦିଅ !

ମୁଁ ତ ସାରା ଜୀବନ ପହଁରି ଆସିଲି ମହାସମୁଦ୍ର
ଏବେ କୌଣସି ଅଜଣା ନଦୀରେ ମୋର
ପହଁରିବାର ନାହିଁ
ମୁଁ ଯାଯାବର
ଯଦି କେବେ ଫେରିଯାଏ
ପଛରେ ଛାଡ଼ିଯିବି କିଛି ସ୍ମୃତି
କିଛି ନଲେଖିପାରିଥିବା ଗୀତ
କିଛି କହି ପାରିନଥିବା କାହାଣୀ
ଅସରନ୍ତି ଯାତ୍ରାକୁ ବଖାଣିବାର ଧୈର୍ଯ୍ୟ
ମୋର ଆଉ ନାହିଁ ।

ତେବେ କାହିଁକି ମତେ ପଚାରୁଛ ଯେ
ଏତେ ପ୍ରଶ୍ନ !
ଉତ୍ତର ଦେବାର ସାମର୍ଥ୍ୟ
ଆଉ ମୋ ପାଖରେ ନାହିଁ
ମୁଁ ଗୋଟେ ଅଜଣା ଚଢ଼େଇ
କେଉଁଠୁ ଆସିଥିଲି, ଫେରିବି କେଉଁଠିକୁ
ମତେ ଜଣା ନାହିଁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.