• About
  • Contact
Friday, June 19, 2026
Friday, June 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପିଲା ଙ୍କ ଖେଳ ରୁ ମହାନ ଶିକ୍ଷା

ପିଲା ଙ୍କ ଖେଳ ରୁ ମହାନ ଶିକ୍ଷା
Share on FacebookShare on Xshare on Whatsappshare on Linkedin
ଡଃ ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୩ ଅକ୍ଟୋବର ୨୦୨୩

ଅଚାନକ ମୋ ଖେଳ-ପାହାଡ଼ିଆ ନାତୁଣୀ ର ଫଟୋ ରେ ମୋ ନଜ଼ର ପଡ଼ିଗଲା । ଏ ଫଟୋ ଟି ପୁରୁଣା ଫଟୋ । ଯେତେବେଳେ ଉଠିଥିଲା ସେତେବେଳେ ମୁଁ ସେଠି ଉପସ୍ଥିତ ଥିଲି। ତେଣୁ ପୁରୁଣା ସ୍ମୃତି ସବୁ ଉଜ୍ଜୀବିତ ହେବାକୁ ଲାଗିଲେ । ବାସନଟିରେ କିଛି ଆଳୁ ଥିଲା । ନାତୁଣୀ ତା’ ଜେଜେ ମାଆ ଙ୍କୁ ଗୋଟିଏ-ଗୋଟିଏ ଆଳୁ କାଟିବାକୁ ଦଉଛି । ବାସନରୁ ଆଳୁଟିକୁ ଧରି ପକେଇଲା ବେଳେ ଖିଲି-ଖିଲି ହୋଇ ହସୁଛି ପୁନଶ୍ଟ ମାଆ ଙ୍କ ହାତକୁ ଦେଇଦେଲାବେଳେ ସେହିପରି ଖିଲି-ଖିଲି ହୋଇ ହସୁଛି। ଖେଳରେ ଜିତିଲେ ଖେଳାଳୀ କୁଆଡ଼େ ହସେ ? ଏ ଆଳୁ ଧରିବା ଆଉ ଧରିକରି ଜେଜେମାଆଙ୍କ ହାତକୁ ବଢ଼େଇ ଦବା ରୂପୀ ଖେଳରେ ଜିତାପଟ କୋଉଟା, ହାରିବାଟା କୋଉଟା ? ଦିଇଟା ଯାକ ସମୟରେ ନାତୁଣୀ ହସୁଛି। ମୋତେ ଲାଗିଲା ପିଲାଙ୍କ ପାଇଁ ବୋଧେ ଜିତିବା-ହାରିବା କିଛି ମାନେ ରଖେନା । କେବଳ ସେମାନଙ୍କ ପାଇଁ ଖେଳ ଦରକାର। ଖେଳରେ ବ୍ୟାଘାତ ହେଲେ ସେମାନେ କାନ୍ଦିବେ। ଖେଳୁଥିବା ସମୟରେ ଖାଲି ହସୁଥିବେ। ତାଙ୍କର ଜୟ ଯାହା ପରାଜୟ ସେଇଆ। ଖୁବ କମ ବର୍ଷ ହେବ ସେ ଭଗବାନରୁ ଠାରୁ ଜୀବନ୍ୟାସ ପାଇ ଆମ ପାଖକୁ ଆସିଛି। ତେଣୁ ତାର ବୋଧେ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଗୀତାର ସେ ଅମୃତମୟ ବାଣୀ ତାର ମନେଅଛି ଯେ ହାର -ଜିତ୍ କୁ ଏକା ବୋଲି ମନେ କର-ସୁଖ ଦୁଃଖେ ସମକୃତ୍ୱା ଲାଭାଲାଊୌ ଜୟାଜୟୌ।

କିନ୍ତୁ ଏ ପ୍ରାପ୍ତ ବୟଷ୍କମାନଙ୍କୁ କିଏ ବୁଝେଇବ। ଏ କ୍ଷେତ୍ରରେ କିଶୋର ଯେଉଁଠି, ବୟଷ୍କ ବି ସେଇଠି ଆଉ ବୁଢ଼ାମାନେ ବି ସେଇଠି । ଗଲା ରବିବାର ଦିନ I.C.C ର Cricket match ଗଲା। ଦେଶ-ଦେଶ ଭିତରେ ସୌହାଢ଼୍ୟ ବଢ଼େଇବା ପାଇଁ Match ଟି ଉଦ୍ଧିଷ୍ଟ ଥିଲା। ଗୋଟିଏ ପକ୍ଷ ହାରିବ ଅନ୍ୟ ପକ୍ଷ ଟି ଜିତିବ। ଏହାକୁ ଖେଳୱ୍ୟାଡ଼ ମନୋବୃତ୍ତି ରେ ଦୁଇ ଦେଶ ଗ୍ରହଣ କରିବା କଥା। କିନ୍ତୁ ହେଲା ଓଲଟା। ଏପରି ଘଟଣାଟିର ପ୍ରଚାର କରାଗଲା ଲାଗିଲା ଭାରତକୁ ଏ ଖେଳ ଟି ଜିତିବାକୁ ହେବ। ହେଲା ଓଲଟା। ଭାରତ ଖେଳରେ ହାରିଗଲା। ହାରିବା ପର ଠାରୁ ଗୋଟିଏ ଦିନ ପର୍ଯ୍ୟନ୍ତ ଲାଗିଲା କ୍ରିକେଟ ପ୍ରେମୀଙ୍କ ମନରେ ଖାଲି ଦୁଃଖ ଘାରିଲା। ଯେଉଁ ଖେଳାଳୀମାନଙ୍କୁ ଅତୀତରେ ଭଲ ଖେଳ ପାଇଁ ପ୍ରଶଂସା କରୁଥିଲେ, ତାଙ୍କ ବିରୁଦ୍ଧରେ ଏଭଳି କଥା ସବୁ କହିଲେ ଯେପରି ସେ ଖେଳାଳୀ ଟି ଭାରତୀୟ ପକ୍ଷରେ ଖେଳିବା ପାଇଁ ପୂରା ଅଯୋଗ୍ୟ। ଗତ କାଲିର `ସମାଜ’ ରେ ଖବରଟିଏ ବାହାରିଲା ଯେ `ଭାରତର ପରାଜୟରେ ମର୍ମାହତ ହୋଇ ଜୀବନ ହାରିଲେ ଯୁବକ’। ବିଞ୍ଝାରପୁର ର 23 ବର୍ଷର ଯୁବକର ଏ ଦୁର୍ଦଶା। ଖେଳିଲାବାଲା ଖେଳିଲେ। ଇଏ ଦେଖିଲାବାଲା ଜୀବନ କାହିଁକି ହାରୁଛନ୍ତି ? ଏଇଟା କଣ ରାଷ୍ଟ୍ରପ୍ରେମ ? ଦେଶ ପାଇଁ ସୈନିକ ହୋଇ ଜୀବନ ଦେଇଥିଲେ ଶହୀଦ ର ଦର୍ଜା ପାଇଥାଆନ୍ତ? ଖେଳ ଆଗରେ ତୁମର କେହି ନାହିଁ ? ବାପ-ମାଆମାନେ ଛୋଟରୁ ବଡ଼ କରିଥିଲେ , ସେମାନଙ୍କ କଥା ଟିକିଏ ଭାବିଲ ନାହିଁ ? ଛୋଟ ପିଲାମାନଙ୍କ ଖେଳରୁ କିଛି ଶିଖୁନା?

ସେମାନେ ଖେଳରେ ହାରିଗଲେ ଖିଲି-ଖିଲି ହୋଇ ହସୁଛନ୍ତି। ତୁମମାନଙ୍କୁ ପରିବାର ଚାହିଁଛି, ସମାଜ ଚାହିଁଛି, ଦେଶ ଚାହିଁଛି। ତୁମେ ସାଧାରଣ ଖେଳ ପାଇଁ ଆତ୍ମହତ୍ୟା କରୁଛ ?

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.