• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କାନ୍ତକବିଙ୍କ ଆବାସସ୍ଥଳୀକୁ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର କରାଯାଉ

କାନ୍ତକବିଙ୍କ ଆବାସସ୍ଥଳୀକୁ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର କରାଯାଉ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଡିସେମ୍ବର ୨୦୨୩

କାଳଜୟୀ ସାରସ୍ୱତ ସୃଷ୍ଟିସମ୍ଭାର ଯୋଗୁଁ କାନ୍ତକବି ଓଡ଼ିଆ ସାହିତ୍ୟ ଜଗତରେ ଧୃବ ତାରା ଭଳି ଜାଜ୍ଜଲ୍ୟମାନ ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମସ୍ଥିତ କାନ୍ତକବିଙ୍କ ଆବାସସ୍ଥଳୀର ଉନ୍ନତିକରଣ କରାଯାଇ ତାକୁ ଏକ ମନୋରମ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ସେମାନେ ପ୍ରସ୍ତାବ ବାଢ଼ିଛନ୍ତି ।

ରାଜଧାନୀସ୍ଥିତ କାନ୍ତକବି ସ୍ମୃତି ପରିଷଦ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ତଥା ବିଶିଷ୍ଟ କବି ଓ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଡ଼ଃ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ଉତ୍ସବରେ ପ୍ରଥିତଯଶା ସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ପରିଚି଼ତ ସ୍ତମ୍ଭକାର ତଥା ଦୈନିକ ଓଡ଼ିଶା ଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୁସାହିତ୍ୟିକ ତଥା ଦୈନିକ ନିତିଦିନର ସମ୍ପାଦକ ମନୋଜ କୁମାର ମହାପାତ୍ର ମୁଖ୍ୟ ବକ୍ତା ରୂପେ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର କହିଲେ, କାଳଜୟୀ ସାହିତ୍ୟ ସୃଷ୍ଟି ଯୋଗୁଁ କାନ୍ତକବି ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ନିକଟରେ ଅତି ଆପଣାର ହୋଇ ପାରିଛନ୍ତି । ଓଡ଼ିଆ ଜାତିର ଅବିଚ୍ଛିନ୍ନ ଅଂଗରେ ପରିଣତ ହୋଇଥିବା ଯୋଗୁଁ କାନ୍ତକବିଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ସମ୍ପ୍ରତି ଗଣପର୍ବ ଭାବରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହେଉଛି । ସର୍ବୋପରି କାନ୍ତକବିଙ୍କ ଜୀବନାଦର୍ଶରେ ସେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି ଜଣାଇଥିଲେ ।

ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ଯେ, ସମସ୍ତ ପ୍ରକାର ପ୍ରତିକୂଳତା ଭିତରେ କାନ୍ତକବି ଯେଭଳି ଅନବଦ୍ୟ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି, ସେଥିଲାଗି ସେ ଅମର ହୋଇ ରହିବେ । ସମୟ ଯେତିକି ଅତିକ୍ରାନ୍ତ ହେଉଛି, କାନ୍ତ ସାହିତ୍ୟ ସେତିକି ଅଧିକ ପରିମାଣରେ ଦୀପ୍ତିମନ୍ତ ହେଉଛି ।

ମୁଖ୍ୟ ଅତିଥି ଅଧ୍ୟାପକ ବିଶ୍ୱରଞ୍ଜନ ଉଲ୍ଲେଖ କରିଥିଲେ ଯେ, କାନ୍ତକବିଙ୍କ ବିସ୍ମୟକର ବ୍ୟକ୍ତିତ୍ୱ ଥିଲା ଦେଶ ଓ ସମାଜ ପ୍ରତି ସମ୍ପୂର୍ଣ ସମର୍ପିତ । ଅନ୍ୟପକ୍ଷରେ ତାଙ୍କ ସଂଗୀତଗୁଡିକ ହେଉଛି ଭଗବତ ପ୍ରେମର ସ୍ୱଚ୍ଛ ନିର୍ଭର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଜନ୍ମ ଜନ୍ମାନ୍ତରର ସମ୍ପର୍କ ଭଳି ଦିବ୍ୟ ଅନୁଭବସିକ୍ତ ଥିଲା କାନ୍ତକବିଙ୍କ ଜୀବନ । ସହଧର୍ମିଣୀ ଲବଙ୍ଗଲତାଙ୍କ ସସ୍ନେହ ସେବା ଓ ଯତ୍ନ ଯୋଗୁଁ ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ‘ଡ଼ଗର’ ଭଳି ସମ୍ଭ୍ରାନ୍ତ ପତ୍ରିକା ପ୍ରକାଶନ ସହିତ କଣାମାମୁଁ ଭଳି ଉପନ୍ୟାସ, ବୁଢ଼ା ଶଙ୍ଖାରୀ ପରି କ୍ଷୁଦ୍ରଗଳ୍ପ ଓ ସବୁଥିରୁ ବଂଚିତ କରି ସଦୃଶ ପ୍ରାଣର ସଂଗୀତ ରଚନା ନିମନ୍ତେ ସମର୍ଥ ହୋଇ ପାରିଥିଲେ ।

ସଭାପତୀୟ ଅଭିଭାଷଣରେ ପରିଷଦର ଅଧ୍ୟକ୍ଷ ଡ଼ଃ ସେନାପତି ଦର୍ଶାଇଥିଲେ ଯେ, ଅତ୍ୟନ୍ତ ଦୁଃଖ ଯନ୍ତ୍ରଣା ଭିତରେ କାଳାତିପାତ କରି ସୁଦ୍ଧା ବିମଳ ହାସ୍ୟରସାତ୍ମକ ସାହିତ୍ୟ ସୃଷ୍ଟି କରିବା ହେଉଛି କାନ୍ତ ସାହିତ୍ୟର ବୈଶିଷ୍ଟ୍ୟ । ମୃତ୍ୟୁର ୭୦ ବର୍ଷ ପରେ ମଧ୍ୟ କାନ୍ତକବିଙ୍କ କାଳଜୟୀ ଦେଶାତ୍ମବୋଧକ ସଂଗୀତ ଗୁଡ଼ିକ ଆଜି ମଧ୍ୟ ଜନମାନସକୁ ଗଭୀର ଭାବରେ ଉନ୍ମାଦିତ କରୁଛି । ସର୍ବୋପରି ରାଜଧାନୀରେ ରବୀନ୍ଦ୍ର ମଣ୍ଡପ ଭଳି କାନ୍ତକବି ମଣ୍ଡପ ନିର୍ମାଣ, ତାଳପଦା ଗ୍ରାମସ୍ଥ କାନ୍ତକବିଙ୍କ ବାସଗୃହକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରଣ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ କାନ୍ତକବି ପ୍ରଫେସର ଚେୟାର ସ୍ଥାପନ ନିମନ୍ତେ ସେ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

ପ୍ରାରମ୍ଭରେ ଭାରତ ସରକାରଙ୍କ ପୂର୍ବତନ ଉପ-ମୁଖ୍ୟ ଶ୍ରମ ଆୟୁକ୍ତ ଗୋପୀକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ କାନ୍ତା ମହାନ୍ତି ଓ ଚନ୍ଦ୍ରିକା ଚନ୍ଦ୍ରକାନ୍ତା ପୁଷ୍ପଗୁଛ ଅର୍ପଣ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.