• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୧)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ମାର୍ଚ୍ଚ ୨୦୨୪

ତା ପରଦିନ ସନ୍ଧ୍ୟାରେ ସମସ୍ତେ କାମିନୀ ଆଈ ଘରେ ଏକାଠି ହେଲେ। ମନ୍ମଥ, ଚିନାମାଳୀ, ଚମ୍ପା ଓ ଗାଁ ର ଅନ୍ୟ ଝିଅମାନେ। ସମସ୍ତଙ୍କୁ ନାଲି ଚାହା ଓ କଳା କୋଳଥ ଭଜା ଦେଇକରି ଆଈମା କଥା ଆରମ୍ଭ କଲା। କହିଲା ବୁଝିଲୁ ମନ୍ମଥ ଆମ ସମୟରେ ସମାଜ ବହୁତ କଡାକଡି ଥିଲା। ସେତେବେଳେ ଗ୍ରାମରାଜ୍ୟ ଵ୍ୟଵସ୍ଥା ଥିଲା। ଆଜି ତୁମେ ଯେଉଁ ପୀଢ ରେ ରହୁଛ। ଯାହାକି କେତେଗୁଡ଼ିଏ ଗାଁ କୁ ନେଇ ଗଠିତ। ତାକୁ ସେ ସମୟରେ ଗ୍ରାମରାଜ୍ୟ ଵା ଦେଶ କହୁଥିଲେ। ଦେଶର ଏକ ସ୍ଵୟଂ ଶାସନ ବ୍ୟବସ୍ଥା ଥିଲା। ଆମର ଏକତା କୁ ଭାଙ୍ଗିବା ପାଇଁ ଇଂରେଜ ମାନେ ଆମର ଦେଶକୁ ଭାଙ୍ଗି କେତେଗୁଡ଼ିଏ ଗାଁ ରେ ବିଭକ୍ତ କରିଦେଲେ।

ଆମେ ଆଜି କାଲିର ଝିଅମାନଙ୍କ ପରି ପାଠ ପଢି ପାରୁ ନ ଥିଲୁ। କିନ୍ତୁ ଆମମାନଙ୍କୁ ଦରଵାର ଘର ଓ ଚାଙ୍ଗୁ ନାଚ ଗୀତ ସମୟରେ ଜୀଵନ ଭିତ୍ତିକ ଶିକ୍ଷା ଦିଆଯାଉଥିଲା। ସେ ସମୟରେ ଲୋକେ ଦର୍ପଣ କ’ଣ ଜାଣି ନଥିଲେ। ଆମ ଆଦିବାସୀ ସ୍ତ୍ରୀ ଲୋକମାନେ ଗାଧୋଇବା ସମୟରେ ପାଣିରେ ମୁହଁ ଦେଖୁଥିଲେ । ଏ ହେଉଛି ବ୍ରିଟିଶ ସମୟର କଥା। ଆମ ଗାଁ କୁ ଅନ୍ୟ ଜାତିର ଲୋକ ଯେମିତି ତେଲି, ଚଷା ଓ ଗଉଡ ଲୋକମାନେ ବେପାର କରିବାକୁ ଆସୁଥିଲେ। ସେମାନେ ସେ ସମୟରେ ଆମ ଅଞ୍ଚଳର ସ୍ତ୍ରୀ ଲୋକମାନଙ୍କୁ ଦର୍ପଣରେ ମୁହଁ ଦେଖେଇଵାରୁ ସେମାନେ ଏଭଳି ଗୋଟିଏ ନୁଆ ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇ ଏହାର ଦର କେତେ ବୋଲି ପଚାରିବାରୁ ବେପାରୀମାନେ ତିନି ପାଇ (ପାଖାପାଖି ଦୁଇ କିଲୋଗ୍ରାମ) ବୋଲି କହିଲେ। ମୋ ଶାଶୁ କହୁଥିଲା ସେମାନେ ତିନି ପାଇ ସୋରିଷ ଦେଇ ଦର୍ପଣ କିଣି ଥିବା କଥା।

ସେତେବେଳେ ଲୋକମାନେ ଅଠା ଫଳ ରେ ଦେହ ମୁଣ୍ଡ ଓ ଲୁଗାପଟା ସଫା କରୁଥିଲେ। ବେପାରୀମାନେ ସେମାନଙ୍କୁ ପାନିଆଁ, ସାବୁନ ଓ ବାସ୍ନା ତେଲ ଲଗେଇବା ଶିଖାଇଥିଲେ। ସେହି ବେପାରୀମାନଙ୍କୁ ଗାଁ ଲୋକମାନେ ଗାଁ ରେ ରହିବା ଓ ଚାଷ ଜମି ଦେଇଥିଲେ। ସେମାନଙ୍କର ମଧ୍ୟରୁ କିଛି ଲୋକ ଗାଁ ରେ ଘର କରି ରହିଗଲେ ଓ ବେପାର ବଣିଜ କଲେ। ଗାଁ ରେ ରହିବା ପରେ ଆମର ସଵୁ ପର୍ବପର୍ବାଣୀ ରେ ସେମାନେ କେବଳ ଯୋଗ ଦେଲେ ନାହିଁ ବରଂ ପରବର୍ତ୍ତୀ କାଳରେ ସେହି ପର୍ବ କୁ ସେମାନେ ପାଳନ କଲେ। ଯେପରି ଆମର ବିଶ୍ରୀ ଓଷାକୁ ଗଉଡ ଲୋକମାନେ ମଧ୍ୟ ଖୁବ୍ ଧୁମଧାମରେ ପାଳନ କରନ୍ତି। ଯେହେତୁ ସେମାନେ ପାଠପଢି ଥିଲେ ତେଣୁ ସେମାନେ ଓଷାର କଥାଣୀ କୁ ଖାତା ରେ ଲେଖି ଆମ ଓଷାରେ ଆମକୁ ଗାଇ କରି ଶୁଣାଇଵାରୁ ଗାଉଣୀ ଭାବେ ପରିଚିତ ହେଲେ। କେବଳ ବିଶ୍ରୀ ଓଷା ନୁହେଁ ଆହୁରି ଅନେକ ପର୍ଵପର୍ଵାଣୀ ର ଅଦଳବଦଳ ଉଭୟ ଜାତି ମଧ୍ୟରେ ହୋଇଛି। ଏହା ଶୁଣି ଝିଅମାନଙ୍କ ମଧ୍ୟ ରୁ କିଏ ଜଣେ ପଚାରିଲା ଆଲୋ ଆଈ ଆମ ଭୂୟାଁ ଲୋକ ଵ୍ୟଵହାର କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ବିଷୟ ରେ କହ। ଆମେ ସଵୁ ତ ଜାଣିଛୁ ହେଲେ ଏଠି ମୋ ସାଙ୍ଗ ମାଳତୀ ଵସିଛି। ତାଙ୍କ ଘର ଏଇ ପାଖ ଗାଆଁରେ। ସେ ଚଷା ଜାତିର ପିଲା। ସେ ଟିକେ ଜାଣିବାକୁ ମୋତେ କେଞ୍ଚି କରି କହୁଛି ତୋତେ କହିଵା ପାଇଁ। ଏହା ଶୁଣି ଆଈ କହିଲା ହଉ ତେବେ ଶୁଣ।

ଅନ୍ୟ ଆଦିବାସୀ ସମ୍ପ୍ରଦାୟମାନଙ୍କ ଭଳି ଭୂୟାଁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଜଙ୍ଗଲଉପରେ ନିର୍ଭରଶୀଳ । ଜଙ୍ଗଲକୁ ଯାଇ ଫଳମୂଳ ସଂଗ୍ରହ କରିବା ସହିତ ଏମାନେ ଜଙ୍ଗଲରେ ପଶୁ ଶିକାର ମଧ୍ୟ କରିଥାନ୍ତି । ଭୂୟାଁମାନେ ସାଧାରଣତଃ ସାମୁହିକ ଶିକାର ବା ପାରିଧି ମାଧ୍ୟମରେ ପଶୁ ଶିକାର କରିଥାନ୍ତି । ପାରିଧି କଥା ତ ଆଗରୁ ଥରେ ହେଉଥିଲେ କିନ୍ତୁ ଆଜି ଏହି ଶିକାର ଓ ଗଛ କାଟିବା ସମୟରେ ବ୍ୟବହାର କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଉପରେ କଥା ହେବା।

ଟାଙ୍ଗିଆ
ଭୂୟାଁ ସମ୍ପ୍ରଦାୟର ଲୋକମାନେ ଜଙ୍ଗଲକୁ ଯିବା ସମୟରେ ଦରକାର ଥାଉ କିମ୍ବା ନଥାଉ ସାଙ୍ଗରେ ଟାଙ୍ଗିଆ ନେଇଥାନ୍ତି । ଜଙ୍ଗଲରୁ କାଠ କାଟିବା ପାଇଁ ଟାଙ୍ଗିଆ ନେଇଥାନ୍ତି । ବେଳେବେଳେ ଜଙ୍ଗଲର ଜୀବଜନ୍ତୁମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମଧ୍ୟ ଟାଙ୍ଗିଆ ବ୍ୟବହାର କରିଥାନ୍ତି । ତଇଳା କାଟିବା ସମୟରେ ମଧ୍ୟ ଅନାବନା ଗଛ କାଟିବା ପାଇଁ ଟାଙ୍ଗିଆ ବ୍ୟବହାର କରନ୍ତି ।

ଧନୁତୀର
ଭୂୟାଁମାନେ ପାରିଧିକୁ ଯାଇ ପଶୁପକ୍ଷୀ ଶିକାର ଧନୁଶର ଦ୍ବାରା କରିଥାନ୍ତି । ଭୂୟାଁମାନେ ପାକଳ ବାଉଁଶ ଓ ପଶୁ ଚମଡା ବା ଦଉଡି ରେ ଧନୁ ତିଆରି କରିଥାନ୍ତି । ପତଳା କାଠି ଓ ଏହାର ଅଗ୍ରଭାଗରେ ପତଳ ମୁନିଆଁ ଲୁହାପାତିଆ ଲଗାଇ ତୀର ତିଆରି କରିଥାନ୍ତି । ତୀରର ଅଗ୍ରଭାଗରେ ତରଳ ବିଷାକ୍ତ ପଦାର୍ଥ ଲଗାଇଥାନ୍ତି ।

ବାଲା
ସରୁଆ କାଠ ଓ ଅଗ୍ରଭାଗ ପଜା ହୋଇଥିବା ଲୁହାରେ ବାଲା ତିଆରି କରିଥାନ୍ତି । ବାଲା ଦେଖିବାକୁ ଟାଙ୍ଗିଆ ପରି ହେଲେ ମଧ୍ୟ ଟାଙ୍ଗିଆର ଅଗ୍ରଭାଗରେ ଶାଣିତ ଲୁହା ଲଗା ହେଉଥିବା ବେଳେ ବାଲାରେ ଅଗ୍ରଭାଗର କିଛି ତଳକୁ ଲଗାଯାଇଥାଏ ଓ ବାଲାରେ ଲଗାଯାଇଥିବା ଲୁହାର ଅଗ୍ରଭାଗ ଦେଖିବାକୁ ଅର୍ଦ୍ଧ ଚନ୍ଦ୍ର ଭଳି । ପୂଜା ଓ ପର୍ବପର୍ବାଣିମାନଙ୍କରେ ଓ ବଳି ଦେବାସମୟରେ ବାଲା ବ୍ୟବହାର ହୋଇଥାଏ ।

ଏତିକି କହି କାମିନୀ ଆଈ କହିଲା ହଉ ରାତି ବହୁତ ହେଲାଣି। ଆଜି ପାଇଁ କଥା ଏଇଠି ରଖିଵା । ଏହି ସମୟରେ ଵାପା ଙ୍କ ପାଟି ବାହାରେ ଶୁଭିଲା। ଆମେ ଵାପା ଙ୍କ ସହିତ ଘରକୁ ଆସିଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.