• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଆ ଅସ୍ମିତା ର ଅଭିଭାବକ ଥିଲେ ନନ୍ଦ କିଶୋର ଦାସ
(୧୩୦ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି)

ଓଡ଼ିଆ ଅସ୍ମିତା ର ଅଭିଭାବକ ଥିଲେ ନନ୍ଦ କିଶୋର ଦାସ(୧୩୦ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୦୬ ଅପ୍ରେଲ ୨୦୨୪

ରାୟ ବାହାଦୁର ନନ୍ଦ କିଶୋର ଦାସ ଓଡ଼ିଆ ଅସ୍ମିତାର ଅଭିଭବକ ତଥା ଜଣେ ଦିଗ୍ ଗଜ ଦିଗ୍ ଦର୍ଶକ ଥିଲେ ବୋଲି ରାଜଧାନୀରେ ପାଳିତ ତାଙ୍କ ୧୩୦ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ଆୟକର କମିଶନର ତଥା ସମାଜ ସେବୀ ଶ୍ରୀ ଶୋଭନ କର ମତ ବ୍ୟକ୍ତ କରିଛନ୍ତି । ବାସ୍ତବରେ ଏଭଳି ଜଣେ ଯୋଗଜନ୍ମା ବ୍ରିଟିଶ୍ ପ୍ରଶାସନରେ ଚାକିରି କରି ମଧ୍ୟ ଓଡ଼ିଆ ଭାଷା ଆନ୍ଦୋଳନ ତଥା ଓଡ଼ିଆ ମାନଙ୍କ ଉତ୍ଥାନ ପାଇଁ ଅହରହ ଉଦ୍ୟମ କରିଥିବା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ କର କହିଥିଲେ ।

ଭୁବନେଶ୍ବର ସ୍ଥିତ ଶରତ କର ଓ ଅନିମା କର ଫାଉଣ୍ଡେସନ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଓଡ଼ିଶା ମାଟିର ଏହି ଦିବଂଗତ ବରପୁତ୍ର ଙ୍କ ସ୍ମୃତି ରକ୍ଷା ଦିଗରେ ଯଥାକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀ ରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ, ଏକ ପ୍ରମୁଖ ମାର୍ଗ କୁ ନନ୍ଦକିଶୋର ମାର୍ଗ ରେ ନାମିତ କରିବା ଏବଂ ନନ୍ଦ କିଶୋର ଦାସଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପ୍ରକାଶନ ଆଦି ପାଇଁ ଉଦ୍ୟମ କରାଯିବାକୁ ଆହ୍ବାନ ଦେଇଥିଲେ । ଏଥିନେଇ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯିବାକୁ ମଧ୍ୟ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ କୁମାର ସ୍ବାଇଁ, ଅଜିତ୍ କୁମାର ସାହୁ, ପ୍ରକାଶ ବେହେରା, ରୁଦ୍ର ନାରାୟଣ ସିଂହ, ଶ୍ରୀକାନ୍ତ ରାଉତ, ବିଚିତ୍ରାନନ୍ଦ ସାହୁ ଓ କାଳିଆ ପ୍ରଧାନ ପ୍ରମୁଖ ମହାନ୍ ଓଡ଼ିଆ ପ୍ରାଣ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ପ୍ରତିଛବି ରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.