• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପ୍ରଦୀପ୍ତ କିଶୋର ଦାସଙ୍କ ୧୭ଶ ପୁଣ୍ୟତିଥି ପାଳିତ; ନିର୍ଭୀକ ପତ୍ରିକା ଉନ୍ମୋଚିତ

ପ୍ରଦୀପ୍ତ କିଶୋର ଦାସଙ୍କ ୧୭ଶ ପୁଣ୍ୟତିଥି ପାଳିତ; ନିର୍ଭୀକ ପତ୍ରିକା ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୦୭ ଅପ୍ରେଲ ୨୦୨୪

ଶରତ କର ଓ ଅନିମା କର ଫାଉଣ୍ଡେସନ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ମିଳିତ ଆନୁକୁଲ୍ୟରେ ମାହାଙ୍ଗା ର ପ୍ରାକ୍ତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ଶିକ୍ଷା ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୭ଶ ଶ୍ରାଦ୍ଧ ବାର୍ଷିକୀ ଶହୀଦ ନଗର ଠାରେ ଆଜି ପୂର୍ବାହ୍ନରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଦିବଂଗତ ଓଡ଼ିଶାର ବିଶିଷ୍ଟ ରାଜ ନେତା ପ୍ରଦୀପ୍ତ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସ ଜଣେ ନିର୍ଭୀକ ତଥା ସାଲିସ ବିହୀନ ରାଜନେତା ଥିଲେ ଏବଂ ତିନିଥର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ୧୯୭୭ ମସିହାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ବୋଲି ଶ୍ରୀ କର ବକ୍ତବ୍ୟ ଛଳରେ କହିଥିଲେ ।

ମାହାଙ୍ଗା ମୈତ୍ରୀ ମଞ୍ଚ ସାଧାରଣ ସମ୍ପାଦକ ତଥା “ନିର୍ଭୀକ” ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ସାଂପ୍ରତିକ ରାଜନୀତି ନିଜ ମୌଳିକ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ସମାଜ ପାଇଁ ଶୁଭଙ୍କର ନୁହେଁ ଏବଂ ଏଥିନେଇ ପ୍ରଦୀପ୍ତ କିଶୋର ଦାସଙ୍କ ଭଳି ସଚ୍ଚୋଟ ରାଜନୀତିଜ୍ଞ ମାନଙ୍କ ଦିବଂଗତ ଆତ୍ମା ପରପାରିରେ ରହି ବ୍ୟଥିତ ହେଉଥିବ ବୋଲି କହିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲବ୍ଧ ପ୍ରତିଷ୍ଠ କବିୟତ୍ରୀ ତଥା ପ୍ରାକ୍ତନ ପ୍ରଧ୍ୟାପିକା ଡଃ ମନୋରମା ବିଶ୍ଵାଳ ମହାପାତ୍ର “ନିର୍ଭୀକ” ପତ୍ରିକା ର ଉତ୍କଳ ଦିବସ ସ୍ଵତନ୍ତ୍ର ସଂସ୍କରଣ କୁ ଉନ୍ମୋଚନ କରି କହିଲେ ରାଜନୀତି ହେଉ କି ସାହିତ୍ୟ, ସବୁକ୍ଷେତ୍ର ରେ ନିର୍ଭୀକତା, ସଚ୍ଚୋଟତା, ଓ ସାହସିକତା ହିଁ ସମାଜ କଲ୍ୟାଣ ପାଇଁ ମଣିଷକୁ ଅଙ୍ଗୀକାରବଦ୍ଧ କରିଥାଏ।

ଶରତ କର ଓ ଅନିମା କର ଫାଉଣ୍ଡେସନ ର ସହ-ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ଅମ୍ଳାନ କୀର୍ତ୍ତି ର ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ବାଢ଼ି ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଯୁଥିକା କର, ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ଶ୍ରୀକାନ୍ତ କୁମାର ରାଉତ, ବିଜୟ କୁମାର ବେହେରା, ଅମୂଲ୍ୟ କୁମାର ସ୍ବାଇଁ, ବିଜୟ କୁମାର ରଥ, ଆଲୋକ କୁମାର ପ୍ରଧାନ, ପାର୍ଥ ସାରଥି ନାୟକ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ୍ତ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ।

ଶେଷରେ ଶ୍ରୀ ଅମୂଲ୍ୟ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉନ୍ମୋଚିତ ପତ୍ରିକା “ନିର୍ଭୀକ” ସ୍ଵତନ୍ତ୍ର ସଂଖ୍ୟା ସର୍ବସାଧାରଣ ରେ ବିତରଣ କରାଯାଇଥିଲା।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.