• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଏବକାର ରାଜନୀତିରେ ସବୁ ଚଳେ

ଏବକାର ରାଜନୀତିରେ ସବୁ ଚଳେ
Share on FacebookShare on Xshare on Whatsappshare on Linkedin
ଡଃ ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୧୧ ଅପ୍ରେଲ ୨୦୨୪

ସାଧାରଣ ମଣିଷଟିଏ ଯଦି ନୀତିରୁ ବିଚ୍ୟୁତ ହୋଇଗଲା, ତେବେ ଏ ସମାଜର ଲୋକମାନେ ତାକୁ ବିଭିନ୍ନ ପ୍ରକାରର ଆକ୍ଷେପ ଏବଂ ସମାଲୋଚନା କରିଥାଆନ୍ତି । ଯେପରି – `ତୁମେ ଅମୁକ କଥାକୁ ଭୁଲ ବୋଲି ଦାବି କରୁଥିଲ, ଏବେ କଣ ହେଲା କି ତାକୁ ଠିକ୍ ବୋଲି କହୁଛ ? ତୁମ କଥାରେ କଣ କିଛି ମୂଲ୍ୟ ନାହିଁ ?’ ଦେଖାଯାଇଛି ମଧ୍ୟ ଯେଉଁ ଲୋକ, ପରିବାର, ସମାଜ, ଦେଶ ଯେତେ ନୀତିନିଷ୍ଠ ସେତେ ସେ ବିକଶିତ, ସମୃଦ୍ଧ ଏବଂ ଆନ୍ତର୍ଜାତିକ ସ୍ତରରେ ସେତେ ତାକୁ ଅଧିକ ସମ୍ମାନ, ମହତ୍ଵ ମିଳିଥାଏ । ନୀତି ର ସିଧା ସମ୍ବନ୍ଧ ବିବେକ ଉପରେ ହୋଇଥାଏ । ଚୋରି, ବ୍ୟଭିଚାର, ମିଛ, ଲମ୍ପଟତା କୁ ବିବେକ ଭୁଲ ବୋଲି କହେ । ତାକୁ ନିଜର ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ଠିକ୍ କିପରି କହି ପାରିବା ? ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନୀତି ଥିଲା ସତ୍ୟ, ଅହିଂସା । ଏହି ନୀତି କୁ ଆୟୁଧ କରି ସେ ଇଂରେଜଙ୍କ ପରି ଦୁର୍ଦ୍ଧଶ, ଶକ୍ତିଶାଳୀ ଶାସକଙ୍କୁ ଭାରତରୁ ତଡ଼ି ଦେବାରେ ସକ୍ଷମ ହୋଇ ପାରିଲେ । ନୀତି ଯେ କେତେ ଶକ୍ତିଶାଳୀ ଏଥୁରୁ ଅନୁମେୟ । ମନେ କରାଯାଉ, ସତ୍ୟ – ଅହିଂସା କଥା କହୁଥିଲେ ମଧ୍ୟ ଯଦି ମହାତ୍ମା ଗାନ୍ଧୀ ପରବର୍ତି ସମୟରେ କେବେ ମିଛ କହି ଥାଆନ୍ତେ ଏବଂ ହିଂସା କୁ ପ୍ରଶ୍ରୟ ଦେଇ ଥାଆନ୍ତେ, ତେବେ ଇଂରେଜମାନଙ୍କୁ କେବେ ଦେଶରୁ ହଟେଇ ପାରିନଥାନ୍ତେ । ଏହା ଦ୍ୱାରା ତାଙ୍କର ଆତ୍ମ ବଳ କମି ଯାଇ ଥାଆନ୍ତା । ବର୍ତ୍ତମାନ ଆମେ ଏବକାର ରାଜନୀତି ପାଖକୁ ଆସିବା । ପ୍ରତ୍ୟେକ ରାଜନୈତିକ ଦଳର କିଛି ନୀତି ଥାଏ । ସେହି ନୀତିକୁ ମାନୁଥ‌ିବା ନେତାମାନେ ସେ ଦଳର ସଦସ୍ୟତା ଗ୍ରହଣ କରି ଥାଆନ୍ତି । ଏମାନେ ନିଜର ନୀତିକୁ ଠିକ୍ ବୋଲି ସଭା-ସମିତିମାନଙ୍କରେ ହାତ ବାଡ଼େଇ ସାବ୍ୟସ୍ତ କରିଥାଆନ୍ତି । କିନ୍ତୁ ପରେ କଣ ହୁଏ କେଜାଣି, ଯେଉଁ ଦଳକୁ ସମାଲୋଚନା କରୁଥିଲେ, ଯେଉଁମାନଙ୍କର ନୀତିକୁ ଖରାପ ବୋଲି ସାବ୍ୟସ୍ତ କରୁଥିଲେ, ସେହିମାନଙ୍କ ସହିତ ଯାଇଁ ହାତ ମିଳେଇ ଦିଅନ୍ତି ? ହାତୀ ପରି ଏମାନଙ୍କର ଦେଖେଇବା ଦାନ୍ତ ଯେଉଁଟା, ଖାଇବା ଦାନ୍ତ ସେଇଟା ନୁହେଁ । କିନ୍ତୁ ଉଭୟ ଦାନ୍ତର ପ୍ରଶଂସା ସେମାନେ ସମୟ ଆସିଲେ କରିଥାଆନ୍ତି । ଯେଉଁ ସାଧାରଣ ଲୋକ ସମାଜରେ ଏପରି ନୀତିହୀନତାକୁ ସାଧାରଣ ଲୋକଙ୍କ ଭିତରେ ଦେଖି ଦୋଷାରୋପ କରି ଥାଆନ୍ତି, ସେହିମାନେ ଏପରି ରାଜନେତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିଥାଆନ୍ତି । ରାଜନେତାଙ୍କ ଠାରେ ନୀତିହୀନତାକୁ ଦେଖି ମଧ୍ଯ ତାକୁ ଅଣଦେଖା କରି ଦିଅନ୍ତି । ନେତାଙ୍କୁ କହିବାକୁ ସୁବିଧା ମିଳିଯାଏ – ରାଜନୀତିରେ ଏପରି ଚଳେ । ନ ହେଲେ ଜନ ସାଧାରଣ ଆମକୁ ଭୋଟ ଦେଇ ଜିତାନ୍ତେ କାହିଁକି ?

ଏବେ ଆସିବା ଆଦର୍ଶ ଆଡ଼କୁ । ପିଲାଟି ଦିନରୁ ଆମେ ମହାପୁରୁଷମାନଙ୍କର ଆଦର୍ଶକୁ ପଢ଼ି-ପଢ଼ି ଆସୁଛେ । ସେହି ଭଳି ହବାକୁ ସାରମାନେ, ବାପା-ମାଆ, ଗୁରୁଜନମାନଙ୍କ ଠାରୁ ପରାମର୍ଶ ପାଇ ଆସୁଛେ । ଆଦର୍ଶ ବ୍ୟକ୍ତି ନିଜେ ସଚ୍ଚୋଟ, ନିଷ୍କଳଙ୍କ ଚରିତ୍ରର ହେବ ଏବଂ ପରୋପକାର କରିବ । ସମାଜରେ ସେ ହେଉଛି ଏକ ଶକ୍ତି କେନ୍ଦ୍ର । ପ୍ରତ୍ୟେକ ଧର୍ମରେ ଆଦର୍ଶ ବ୍ୟକ୍ତିଙ୍କ ଚର୍ଚ୍ଚା ହୋଇଥାଏ ଏବଂ ସେହିଭଳି ହେବାକୁ ପରାମର୍ଶ ଦିଆଯାଇଥାଏ । ହିନ୍ଦୁ ଧର୍ମରେ ରାମଚନ୍ଦ୍ରଙ୍କୁ ଦେଖନ୍ତୁ । ସେ ଥିଲେ ଆଦର୍ଶ ପୁରୁଷୋତ୍ତମ ଜନନାୟକ । ଆଦର୍ଶ ପୁତ୍ର, ଆଦର୍ଶ ସ୍ବାମୀ, ଆଦର୍ଶ ପିତା, ଆଦର୍ଶ ଭାଇ, ଆଦର୍ଶ ରାଜା । ପ୍ରଜାନୁରଞ୍ଜନ ପାଇଁ ନିଜ ସ୍ତ୍ରୀଙ୍କୁ ମଧ୍ୟ ଛାଡ଼ିଦେଲେ । ରାଜା ଅଥବା ଶାସକକୁ ଏଭଳି ହେବା ଉଚିତ । ମହାଜନ ଯେନ ଗତସ୍ୟ ପନ୍ଥା । ବଡ଼ ଲୋକ ଯାହା କରିବେ ଛୋଟ ଲୋକମାନେ ସେମାନଙ୍କର ପଥକୁ ଅନୁସରଣ କରିବେ । ରାଜନେତାମାନେ ଯଦି ଆଦର୍ଶହୀନ ହେଲେ, ଚୋରି, ବ୍ୟଭିଚାର, ମର୍ଡ଼ର ଆଦି କରିଥିବାର ଆରୋପ ତାଙ୍କ ବିରୁଦ୍ଧରେ ଆସିଲା, ତେବେ ତ କଥା ସରିଗଲା । ପୂର୍ବେ ରାଜନେତାମାନେ ଥିଲେ, ଯାହାଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା କ୍ଷଣି ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେଇ ଦଉଥିଲେ । ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମୟରେ ଏକ ଟ୍ରେନ ଦୁର୍ଘଟଣାକୁ ନେଇ ସେ ନିଜ ତରଫରୁ ଇସ୍ତଫା ଦେଇ ଦେଇଥିଲେ । ଆଜିକାଲି ଏହା ଦିବା ସ୍ବପ୍ନ ଅଟେ । ପ୍ରଥମେ ରାଜନେତା କହିବେ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଢ଼ଯନ୍ତ୍ର ହୋଇଛି । ଏହି ଭଳି କିଛି ଦିନ ଗଡ଼େଇ ଦେବାକୁ ଚେଷ୍ଟା କରିବେ । ଶେଷରେ ଯଦି ଦେଖ‌ିଲେ ଜନ ଆକ୍ରୋଶ ଅଧିକ ଅଛି, ସେତେବେଳେ ନିଜ ପୁଅ, ଝିଅ, ସ୍ତ୍ରୀ, ଭାଇ କୁ ନିଜ ଯାଗାରେ ଥଇଥାନ କରିବାକୁ ଚାହିଁବେ । ଏମାନେ ଯେତେ ଅଯୋଗ୍ୟ ହେଲେ ବି ଚିନ୍ତା ନାହିଁ । ଦଳେ ସ୍ତାବକଙ୍କୁ ମଦ, ମାଂସ, ଟଙ୍କା ଦେଇ ରଖିଥିବେ । ସେମାନେ ନେତାଙ୍କ ପାଇଁ ବାଣ ଫୁଟେଇବେ, ବାଜା ବଜେଇବେ, ତୋରଣ କରିବେ ଆଉ ବେକକୁ ଫୁଲମାଳାରେ ପୋତି ପକେଇବେ ଆଉ ଗାଁଉଲି, ନୀରିହ ଲୋକମାନଙ୍କୁ ମିଛ ପ୍ରଲୋଭନ ଦେଖେଇ ସଭା ସ୍ଥଳକୁ ଆଣିବେ । ବିଭିନ୍ନ ଅପରାଧର ଆରୋପରେ ଜେଲରେ ଥାଇ ରାଜନେତାମାନେ ନିର୍ବାଚନ ଲଢୁଛନ୍ତି ଏବଂ ଜିତୁଛନ୍ତି ମଧ୍ୟ । ଆଦର୍ଶର ଏଠି ମୂଲ୍ୟ କଣ ? ଏବକାର ରାଜନୀତିରେ ସବୁ ଚଳେ ।

ଯେଉଁ ରାଜନେତାମାନେ ନୀତିନିଷ୍ଠ, ସଚ୍ଚୋଟ, ଆଦର୍ଶ ଚରିତ୍ରର ସେମାନେ ପ୍ରକୃତରେ ଦେଶର ରକ୍ଷକ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କର ନମସ୍ୟ ଅଟନ୍ତି । ସେପରି ରାଜନେତାଙ୍କୁ ଆମ ଦେଶ ଚାହେଁ । କିନ୍ତୁ ଦୁଃଖର କଥା ନିଜକୁ ଦେଶର ସେବକ ଭାବି ରାଜନୀତି କରୁଥ‌ିବା ଲୋକଙ୍କ ସଂଖ୍ୟା ବହୁତ କମ । ଅନ୍ୟ ରାଜନେତାମାନେ ନିଜକୁ ଦେଶ ସେବକ ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ ସେମାନଙ୍କୁ ମାସ ଶେଷରେ ସରକାରୀ ଚାକିରିଆଙ୍କ ଭଳି ମୋଟା ଅଙ୍କର Salary ଦରକାର, 5 ବର୍ଷ ପୁରିଗଲେ Pension ଦରକାର, ଯେତେଥର ନିର୍ବାଚନ ଜିତିବେ ସେତେ ଥର ପେନସନ ଦରକାର, ଏହା ସହିତ ମାଗଣା ଟ୍ରାଭେଲ, ମାଗଣା ବିଦ୍ୟୁତ ବିଲ ଆଦି ଅସଂଖ୍ୟ ସୁଖ-ସୁବିଧା ଦରକାର । କିନ୍ତୁ ଏମାନେ ସରକାରୀ ଚାକିରିଆ ନୁହଁନ୍ତି, ଦେଶର ସେବକ । ଏଠି ସ୍ବତଃ ମନରେ ପ୍ରଶ୍ନ ଉଠେ ସେବା କରୁଥିବା ଲୋକ ଯଦି ସେବା ବଦଳରେ ପାରିଶ୍ରମିକ ନେଲା, ତାହାହେଲେ ସେଇଟା ସେବା ହେବ କିମିତି ? ଆଜ୍ଞା ହବ ନା । ଅବଶ୍ୟ ଅନ୍ୟ କୋଉଠି ହବନି । କେବଳ ଏବକାର ରାଜନୀତିରେ ଏହା ଚଳେ।

ହେ ମୋର ପ୍ରିୟ ଦେଶର ନାଗରିକ ଭାଇ ଓ ଭଉଣୀମାନେ । କାହାକୁ ପଚାରିବା ଦରକାର ନାହିଁ। ନିଜର ବିବେକକୁ ପଚାରି ସଚ୍ଚୋଟ, ସେବା ମନୋବୃତ୍ତି ରଖୁଥ‌ିବା ପ୍ରାର୍ଥୀଙ୍କୁ ନିର୍ବାଚନରେ ଜିତାନ୍ତୁ । ତାହାହେଲେ ଦେଶର ଉନ୍ନତି ହେବ, ଏବଂ ଆମର ଉନ୍ନତି ହେବ । ଯଦି ତାହା ନ କରି ମଦ, ମାଂସ, ଟଙ୍କାର ବିନିମୟରେ ନୀତିହୀନ, ମର୍ଯ୍ୟାଦାହୀନ, ତଥା ଆଦର୍ଶହୀନ ଅଯୋଗ୍ୟ ବ୍ୟକ୍ତିକୁ ଭୋଟ ଦେଇ ଜିତେଇବେ, ତାହାହେଲେ ନା ତୁମର ଉନ୍ନତି ହେବ, ନା ଦେଶର ଉନ୍ନତି ହେବ – ` ଆଲୋ ମୁତୁରୀ ଶୋଇବା, ତୁ ତ ମୁତୁରୀ ମୁଁ ତ ମୃତୁରୀ ହେଁସ କାହିଁପାଇଁ ଧୋଇବା’ ।

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.