• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପଦ୍ମଶ୍ରୀ ରଜତ କୁମାର କରଙ୍କ ଦ୍ଵିତୀୟ ସ୍ମୃତି ସଭା ଓ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ

ପଦ୍ମଶ୍ରୀ ରଜତ କୁମାର କରଙ୍କ ଦ୍ଵିତୀୟ ସ୍ମୃତି ସଭା ଓ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ମଇ ୨୦୨୪

ପଦ୍ମଶ୍ରୀ ରଜତ କୁମାର କର ଏକା ଧାରା ରେ ଜଣେ ପ୍ରବୀଣ ବକ୍ତା, ସାହିତ୍ୟିକ, ଲେଖକ, ଇତିହାସ ଗବେଷକ, ନାଟ୍ୟକାର, କବି ଓ ଅଭିନେତା ଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ରେ ୧୯୫୯ ରୁ ୬୨ ବର୍ଷ ଧରି ଧାରାବିବରଣୀ ଦେଇ ନିଜକୁ ମହାପ୍ରଭୁଙ୍କ ଏକ ଅନନ୍ୟ ସେବକ ଭାବେ ସ୍ଥାପିତ କରି ପାରି ଥିଲେ । ସ୍ଥାନୀୟ ୟୁନିଟ ୩ ସ୍ଥିତ ବୁଦ୍ଧ ମନ୍ଦିର ସଭା କକ୍ଷରେ ପୂର୍ବତନ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ମନମୋହନ ପ୍ରହରାଜଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଓ ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ ଦ୍ୱାରା ଆୟୋଜିତ ଶ୍ରୀ କରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭା ଓ ପୁସ୍ତକ ଉନ୍ମୋଚନ ସମାରୋହ ରେ ଉଦଘାଟକ ପୂର୍ବତନ ସାଂସଦ ଓ ବରିଷ୍ଠ ସ୍ଥମ୍ଭକାର ଏବଂ ଅଭିନେତା ଡ଼ ପ୍ରଶାନ୍ତ କୁମାର ନନ୍ଦ ମତ ପ୍ରକାଶ କରିଥିଲେ । ଏହି ସଭାରେ ପଦ୍ମଶ୍ରୀ କର ଙ୍କ ଦ୍ୱାରା ରଚିତ ତିନୋଟି ପୁସ୍ତକ “ ନିଷିଦ୍ଧ ନୀଳାଚଳ” ନାଟକ, “ ଭଞ୍ଜ ରାମାୟଣ – ବୈଦେହୀଶ ବିଳାଶ ସୌରଭ” ଆଲୋଚନା ଏବଂ ଗବେଷଣାତ୍ମକ ଇଂରାଜି ପୁସ୍ତକ “ଲର୍ଡ଼ ଜଗନ୍ନାଥ ଦ ୟୁନିକ ଦେଟି ଅଫ ଓଡ଼ିଶା” ଉନ୍ମୋଚିତ ହୋଇଥିଲା. ମୁଖ୍ୟଅତିଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ଶ୍ରୀ ଚିତ୍ତରଞ୍ଜନ ଦାଶ ଶ୍ରୀ ରଜତ କୁମାର କରଙ୍କୁ ବାଳୁତ କାଳୁ ସଭା ମାନଙ୍କରେ ଦେଖି ଭାଷା ଓ ସାହିତ୍ୟ ପ୍ରତି ତାଙ୍କ ଉତ୍ସାହରେ ଉତ୍ଫୁଲିତ ତାଙ୍କପରି ହୋଇ ଓଡ଼ିଆ ଭାଷା କୁ ଭଲ ପାଇବା କୁ ମନସ୍ତ କରିଥିଲେ । ବରେଣ୍ୟ ଅତିଥି ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ରଜତ କର ଓଡ଼ିଆ ଜାତି ର ନମସ୍ୟ ଏବଂ ତାଙ୍କ ସାହିତ୍ୟ ଜୀବନ ଉପରେ ଯୁବ ପିଢ଼ି ମାନେ ଅଧଃୟନ କରିବାକୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ସଂସ୍କୃତି ବିଭାଗ ବିଚାର କରିବା ଉଚିତ.ସମ୍ମାନିତ ଅତିଥି ଇଂ ଚନ୍ଦ୍ରଶେଖର ନନ୍ଦ ରଜତ କର ଙ୍କ ଭଞ୍ଜ ସାହିତ୍ୟ ଆନ୍ଦୋଳନରେ ଥିବା ବଳିଷ୍ଠ ଭୂମିକା ର ସ୍ମୃତି ଚରଣ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ସଂସ୍କୃତି ବିଭାଗ ଉପ ନିର୍ଦ୍ଧେଶକ ଶ୍ରୀମତୀ ଶୁଚିସ୍ମିତ ମନ୍ତ୍ରୀ ଶ୍ରୀ କରଙ୍କ ଭାବଭରା ଭାଷଣ ଓ ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଥିବା ଗଭୀର ଜ୍ଞାନ ବିଷୟରେ ଆଲୋଚନ କରିଥିଲେ ।

ମୁଖ୍ୟ ବକ୍ତା ଡ଼ ସଂଘମିତ୍ରା ମିଶ୍ର ଶ୍ରୀ କରଙ୍କ ନାଟ୍ୟ ଜୀବନ ଉପରେ ଆଲୋକପାତ କରି କହିଥିଲେ ଯେ ଐତିହାସିକ ଚରିତ୍ର ମାନଙ୍କ ଉପରେ ନାଟକ ଲେଖି ତାଙ୍କୁ ଜୀବନ୍ତ କରିବାରେ ରଜତ କର ଥିଲେ ଅଦ୍ଵିତୀୟ.ଓଡ଼ିଆ ସାହିତ୍ୟ ଓ ସଂଗୀତ ର ଇତିହାସ ର ସୁରକ୍ଷା ଓ ଏହାର ବିକାଶ ଲାଗି ଶ୍ରୀ କର ଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ସମସ୍ତଙ୍କ ଲାଗି ଏକ ପ୍ରେରଣା ବୋଲି ସଭାପତି ଶ୍ରୀ ପ୍ରହାରଜ କହିଥିଲେ । ଡାକ୍ତର ଅଂଶୁମାନ କର ସ୍ୱାଗତ ଭାଷଣ ଓ ଇଂ ରଣଜୀତ କର ଅତିଥି ପରିଚୟ ଦେଇ ଥିବା ବେଳେ ଅଧ୍ୟାପକ ଡ଼.ରାଜୀବ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ଏହି ଉତ୍ସବରେ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ବେଦ ପାଠ କରିବା ସହ କବିତା ପାଠ କରିଥିଲେ । ଆକାଶବାଣୀ ର ବିଶିଷ୍ଠ କଳାକାର ଶ୍ରୀ ପ୍ରକାଶ କୁମାର ପାଢ଼ୀ ‘ଏକତରା’ ର ଭଜନ ପରିବେଷଣ କରିଥିଲେ ଏବଂ ସ୍ବର୍ଗତ କରଙ୍କ ଦ୍ୱାରା ପ୍ରଦଦତ୍ତ “ଶାନ୍ତିଲତା କର ପାରମ୍ପାରିକ ଶିଳ୍ପୀ” ସମ୍ମାନ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା । ଉନ୍ମୋଚିତ ହୋଇଥିବା ପୁସ୍ତକ ରେ ବିଶେଷ ସହଯୋଗ କରିଥିବାରୁ ବିଶିଷ୍ଠ କବି ଶ୍ରୀ ବିଭୁତି ପଢି ଓ ଚିତ୍ରଶିଳ୍ପୀ ସୁଶ୍ରୀ ଶକ୍ତିସ୍ୱରୂପା ମହାପାତ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଶିକ୍ଷା, ସାହିତ୍ୟ, ସଂଗୀତ ଓ ସୃଜନ ରେ ପରିପୂର୍ଣ ସ୍ବର୍ଗତ ପଦ୍ମଶ୍ରୀ ରଜତ କରଙ୍କ ବହୁମୁଖୀ ପ୍ରତିଭା ବିଷୟ ରେ ସଭାରେ ଉପସ୍ଥିତ ଅନେକ ବିଶିଷ୍ଟ ପାଲାଗାୟକ, ସମ୍ପାଦକ ଓ ସାହିତ୍ୟିକ ମାନେ ଆଲୋଚନା କରି ଥିଲେ । ଶ୍ରୀମତୀ ସମ୍ବିଦା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସାଗରିକ ପ୍ରହରାଜ, ଆଦ୍ୟା କର, ଦେବସ୍ମିତା ମହାପାତ୍ର ଅଭିଷେକ ମହାନ୍ତି, ବ୍ରଜ କିଶୋର ମିଶ୍ର । ଡାକ୍ତର ଶୈଳେଶ୍ୱର ନନ୍ଦ, ଶ୍ରୀ ପ୍ରଭାତ କୁମାର ନନ୍ଦ, ଶ୍ରୀ ପୀତବାସ ରାଉତ୍ରାୟ, ଶ୍ରୀମତୀ ତପସ୍ୱିନୀ କର, ଶ୍ରୀ ଅଶୋକ କୁମାର ଦାଶ, ରଶ୍ମି ସାହୁ, ଆଦି ସ୍ମୃତି ଚାରଣ କରି ଥିବା ବେଳେ, ଅମୁଲ୍ୟ କୁମାର ସ୍ୱାଇଁ, ପ୍ରଦୀପ କର, ଅନୁପ ମାର୍ଥା, ଅଂଶୁମିତା ମହାପାତ୍ର, ଆଦି ସ୍ମୃତି ସଂସଦ ର ସଭ୍ୟ ମାନେ ସହଯୋଗ କରିଥିବା ବେଳେ ବହୁ ବୁଦ୍ଧିଜୀବୀ ଓ ରଜତ ପ୍ରେମୀ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.