• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଭଞ୍ଜ ସାହିତ୍ୟ କାଳଜୟୀ ଓ ଓଡିଆଜାତିର ଗୌରବ

ଭଞ୍ଜ ସାହିତ୍ୟ କାଳଜୟୀ ଓ ଓଡିଆଜାତିର ଗୌରବ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ମଇ ୨୦୨୪

କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜର ୮୧ ତମ ପ୍ରତିଷ୍ଠା ଦିବସ କଟକର ମିଶନରୋଡ୍‌ରେ ଥିବା ଭଞ୍ଜମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଳିଙ୍ଗ ଭାରତୀର ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ ସଭାପତିତ୍ୱ କରିଥିବା ବେଳେ ଇଂ. ଚନ୍ଦ୍ରଶେଖର ନନ୍ଦ ସମ୍ମାନନୀୟ ଅତିଥି, ପ୍ରଫେସର ଡ଼. ବାଉରିବନ୍ଧୁ ସାହୁ ମୁଖ୍ୟବକ୍ତା ଓ ଶ୍ରୀ ହରିଶ୍ଚନ୍ଦ୍ର ବେହେରା ସମ୍ମାନୀୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଗୁରୁ ବିଛନ୍ଦ ଚରଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । କଳା ବିକାଶ କେନ୍ଦ୍ରର ଛାତ୍ରୀଗଣ ଭଞ୍ଜ ସଙ୍ଗୀତ ଗାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ନିର୍ବାହୀ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇ ଦୀର୍ଘ ଏକୋଇଶ ବର୍ଷ ଧରି ଉତ୍କଳୀୟ ସାହିତ୍ୟ ଓ ସଂସ୍କୃତିର ପ୍ରଚାର କରି ଆସୁଥିବାର ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ଡାକ୍ତର ଅଂଶୁମାନ କର କଳିଙ୍ଗ ଭାରତୀର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ ଗତବର୍ଷ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ଼ ବାଉରିବନ୍ଧୁ ସାହୁ ବୈଦେହୀଶ ବିଳାସ କାବ୍ୟରେ ‘ଉପମା ଭଞ୍ଜ ବୀରସା ଚସୈବ ଚାବ ଗୌରବମ’ ତଥାବତୀକୁ ବହୁ ଉଦାହରଣ ସହ ଉପସ୍ଥାପନା କରି, ନାରୀ ବୁଦ୍ଧିମତାକୁ କବି ସମ୍ରାଟ ବିଚକ୍ଷଣ ଭାବରେ ବର୍ଣ୍ଣନା କରିଥିଲେ । ପରେ କଳାବିକାଶ କେନ୍ଦ୍ରର ଛାତ୍ରୀ ତୁହିନା ତପସ୍ୱିନୀ ‘ନିର୍ମଳ ଚନ୍ଦ୍ର ମଣ୍ଡଳ ଶରବେ ବିରାଜି’ ଛାନ୍ଦ ଗାନ କରିଥିଲେ । ପରେ ସମ୍ମାନନୀୟ ଅତିଥି ଇଂଜିନିଅର ଚନ୍ଦ୍ରଶେଖର ନନ୍ଦ, ଭଞ୍ଜ ସାହିତ୍ୟର ଅଧିକ ଗବେଷଣା ଆବଶ୍ୟକ ବୋଲି ମତ ପ୍ରକାଶ କରି କଳିଙ୍ଗ ଭାରତୀର ଇତିହାସକୁ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମ୍ମାନନୀୟ ବକ୍ତା ଶ୍ରୀ ହରିଶ୍ଚନ୍ଦ୍ର ବେହେରା ଭଞ୍ଜକବିଙ୍କ ଦ୍ୱାରା ବିଭିନ୍ନ କାବ୍ୟରେ ଉଚ୍ଚମାନର ଅଳଙ୍କାର ପ୍ରୟୋଗର ତୁଳନା ନାହିଁ ବୋଲି କହିଥିଲେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟ ଓଡିଆ ଜାତିର ସମ୍ମାନକୁ ଅତୁଟ ରଖିଛି ଓ ତାହା କାଳଜୟୀ ହୋଇ ରହିବ । ସଭାପତି ଡ଼ାକ୍ତର ଶୈଳେଶ୍ୱର ନନ୍ଦ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡିଆ ଜାତିର ଗୌରବ ଓ ଗୁରୁ ବିଚ୍ଛନ୍ଦଚରଣ ପଟ୍ଟନାୟକ ଉତ୍କଳୀୟ ସଂସ୍କୃତି ଓ ସାହିତ୍ୟର ଉଦଘୋଷକ ରୂପେ ସର୍ବଜନ ବିଦିତ ହୋଇ ପାରୁଛନ୍ତି ବୋଲି ବହୁ ଉଦାହରଣ ପ୍ରଦାନ କରି ପ୍ରମାଣ କରିଥିଲେ । ବର୍ତ୍ତମାନ ଓଡିଆ ଭାଷା ଓ ସଂସ୍କୃତିକୁ ଉଜ୍ଜୀବିତ କରି ସଂଗ୍ରାମକୁ ସହଯୋଗ କରିବାକୁ ନିବେଦନ କରିଥିଲେ ।

ଶେଷରେ କଳିଙ୍ଗ ଭାରତୀର ପରାମର୍ଶ ଦାତା ଆଡଭୋକେଟ ଶ୍ରୀ ପ୍ରସନ୍ନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିବା ସହିତ, ଓଡିଆ ଭାଷାର ବର୍ତ୍ତମାନ ସମୃଦ୍ଧି ନିମିତ୍ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଦାନକୁ ଭୁଲି ହେବ ନାହିଁ ଓ ତାହା ଯୁଗଯୁଗକୁ ଅମଳିନ ହୋଇ ରହିଥିବ ବୋଲି କହିଥିଲେ ।

ଚଳିତବର୍ଷ ନିର୍ବାଚନ ନିମିତ୍ତ ଆଚରଣ ବିଧି ଲାଗୁ ହୋଇଥିବାରୁ ମଇ ମାସ ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତେ ଅକ୍ଟୋବର ମାସ ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭଞ୍ଜ ଜୟନ୍ତୀ ପାଳନ ହେବ ବୋଲି ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ ଘୋଷଣା କରିଥିଲେ ।

Nirvik Bureau

Nirvik Bureau

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.