• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପୁରୁଣା ଚାଦର

ପୁରୁଣା ଚାଦର
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜୁନ୍ ୨୦୨୪

କେତେ ଶୀଘ୍ର ଭୁଲି ହୋଇଯାଆନ୍ତି
ଲୋକମାନେ
ଓ ମୁଁ ଗୋଟେ ପୁରୁଣା ଫୋନ୍ ନମ୍ୱରକୁ
ବାରମ୍ବାର ଫୋନ୍ କରୁଥାଏ
ଉତ୍ତର ଦେଉନଥାନ୍ତି କେହି
ମୋ ଶବ୍ଦ ବାରମ୍ବାର ଫେରି ଆସୁଥାଏ
ମୋ ପାଖକୁ

ଏଇଟା ଜଣାଶୁଣା କଥା
ମଲାପରେ ଦରଜାରେ ଲାଗିଯାଏ ଧୂଳି
ପୋଷା କୁକୁରଟି ଗୁମୁରୁଥାଏ ଏକାକୀ
ପିଲାମାନେ ନିଜନିଜ ସଂସାର ନେଇ
ଯାଇଥାନ୍ତି ଆଗେଇ
ସ୍ତ୍ରୀ ପୁରୁଣା ଲୁଗାପଟା
ବନ୍ଦ କରିଦେଇଥାନ୍ତି ଟ୍ରଙ୍କରେ
ବନ୍ଧୁମାନେ ଲେଖା ଯୋଗାଡ଼ କରୁଥାନ୍ତି
ସ୍ମରଣିକାଟେ ଛାପିବେ ବୋଲି

କେତେ ଶୀଘ୍ର ଭୁଲି ହୋଇଯାଏ
ବିଗତ ଦିନର କଥା
ସବୁ ସ୍ଵପ୍ନ ଓ ଅହଂକାର
ହାତ ମକଚୁଥାଆନ୍ତି ଗୋଟେ
ଅଜଣା ଛକରେ

ପୁରୁଣା କଲମଟେ ଏକା ଏକା
ଠିଆ ହୋଇଥାଏ ଟେବୁଲରେ ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.