ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଜାନୁଆରୀ ୨୦୨୪
ତୁମକୁ ଦେଖିବା ପାଇଁ
(ମୋର) ମନ ହୁଏ ହାଇଁପାଇଁ
ପହଞ୍ଚି ପାରୁନି ମୁଁ ଯେ ତୁମରି ଠେଇଁ ।
ମୋ ମନର ବ୍ୟାକୁଳତା
ହୃଦୟର ଅସ୍ଥିରତା
ଭାଙ୍ଗି ପାରୁନାହିଁ କିଆଁ ତୁମ ନିରବତା ?
କେମିତି ଜିଇଁବି ଜୀବନ
ନଥିଲେ ତୁମ ସ୍ପନ୍ଦନ
ସଂସାରଟା ପରା ଏଠି ଶୁଷ୍କ ମରୁଦ୍ୟାନ ।
ତୁମେ ଯଦି ନଚାହିଁବ
ଭେଳା ମୋର ବୁଡ଼ିଯିବ
ଜଗତରୁ ମୋତେ ଆଉ କିଏ ଉଦ୍ଧାରିବ ?
କେତେ ଗର୍ବ ଅହଂକାର
କ୍ଷମତାରେ ମାତବର
ମଣିଷ ପାରୁନି ବୁଝି ସେ ନିମିତ୍ତ ମାତର ।
ତୁମକୁ ଲଭିବା ପାଇଁ
ଏ ଜୀବନେ ଧାଇଁ ଧାଇଁ
ଅବଶେଷେ ଥକିଯାଇ ପଡିଵିକି ଶୋଇ ।
ତୁମ ଗୁଣ ଗାଉ ଗାଉ
ଏ ଜୀବନ ବିତିଯାଉ
ଅସ୍ତିତ୍ୱ ତୁମ ସତ୍ତାରେ ଲୀନ ହୋଇ ଯାଉ ।
ଆହେ ମହାବାହୁ ।