ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୪ ମଇ ୨୦୨୫
ଆଜି ଏ ପବନ ଭାରି କାନ୍ଦ କାନ୍ଦ
କୁଆଡ଼େ କିଛି ହୋଇଗଲା ନା କଣ।
ହେଇ କେଇଦିନ ତଳେ
ତୋତେ ଦେଖି ଆସିଥିଲି।
ଯେଉଁ ଲକ୍ଷ୍ମୀ ହାତରେ
ଏତେ ଲୋକଙ୍କୁ ପରଶୁଥିଲୁ
ସେଇ ଶିରାଳ ହାତ
ମୁଁ ଚିହ୍ନି ପାରିଲିନି।
ସୁବର୍ଣ୍ଣ ଚୂଡ଼ିରେ ଝଲମଲ କରୁଥିବା,
ତୋଫା ଶାଢ଼ୀରେ
ଲକ୍ଷ୍ମୀ ପରି ଦିଶୁଥିବା,
ତୋର ଏଇ ଅବସ୍ଥାକୁ
ମୁଁ କେମିତି ସହିପାରି ଥାଆନ୍ତି ମାଆ?
ତୁ ଏବେ ଜରା ନିବାସରେ
ଛାତିଫାଟି ଯାଉଛି ଦେଖିଲେ।
ତୁ ସେମିତି ଠାକୁରାଣୀ ପରି ସ୍ଥିର।
ସବୁ କଥା ତୋର ସରିଯାଇଛି।
ଆଜି ପବନ ଭାରି କାନ୍ଦ କାନ୍ଦ।
କାହାର କିଛି ହୋଇନି ତ?