• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅବ୍ୟକ୍ତ ଅପରାହ୍ନ….

ଅବ୍ୟକ୍ତ ଅପରାହ୍ନ….
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୨

ଜୀବନରେ ବେଳେ ବେଳେ କିଛି କଥା କିଛି ବ୍ୟଥା ମୌନ ରେ ସହିବାକୁ ପଡେ। ଯାହା ସବୁଠି ପ୍ରକାଶ କରି ହୁଏନି। ଆଜି ମନଟା ଉଦାସ ଓ ଗମ୍ଭୀର ଜଣାପଡିଥିଲା ବାଦଲ ର। ବାପା ଙ୍କ କଥା ବହୁତ ମନେପଡୁଛି। ଗୁମ ମାରି ବସିରହିଥାଏ। ଘର ଭିତରୁ ସ୍ତ୍ରୀ ଓ ପିଲାଙ୍କର କୋଳାହଳ ଭାସି ଆସୁଥାଏ। କିନ୍ତୁ ସେ ସବୁ ବାଦଲ ର କର୍ଣ୍ଣପାତ ହେଉ ନଥାଏ। ମେଟ୍ରୋ ସହରର ଚାକଚକ୍ୟ ଓ ସ୍ତ୍ରୀର ର ଅନୁଶାସନ ସବୁ କିଛି ଯେପରି ବାଦଲ କୁ କିମିଆ କରିଦେଇଛି।ଭାବୁଛି ପୃଥିବୀର ସବୁଠାରୁ ଅସଫଳ ମଣିଷଟିଏ ସିଏ ଆଜି। ଯନ୍ତ୍ରଣାରେ ହୃଦୟ ବେଦନାକ୍ତ ହୋଇ ଯାଇଛି।ଭଗବାନ ଏ କି ନିର୍ମମ ପରୀକ୍ଷା ନେଉଛନ୍ତି। ସବୁ ଆତ୍ମ ବିଶ୍ୱାସ ନିଜ ଉପରୁ କମି କମି ଯାଉଛି। ସେ ସବୁ ବୁଝି ବି ଅବୁଝା ହୋଇ ଯାଉଛି।ପ୍ରତିବାଦ ର ସବୁ ବାଟ ବନ୍ଦ ପରି ଲାଗୁଛି। ବିଦ୍ରୋହ କରିବାର ସାହସ କିଏ ଛଡାଇ ନେଇଛି। ନୂଆ କରି ଜୀବନ ଜିଇଁବାର ଏମିତି ମନରେ ଅନେକ ପ୍ରଶ୍ନ, ତଥାପି ପାରୁନି। ପାଠ ପଢିବା ସମୟରେ ସାର ମାନଙ୍କ ପ୍ରଶ୍ନ ତା ପାଇଁ ଯେତିକି ସହଜ ଥିଲା ଆଜି ଜୀବନର ଚଲା ପଥର ପ୍ରଶ୍ନ ଟା ତା ପାଇଁ ଦଶ ଗୁଣ ଜଟିଳ ହୋଇଯାଇଛି। ସମାଜ ରେ ସେ ଏବେ ଜଣେ ଘୃଣିତ ମଣିଷ। ବାପା ମା ଙ୍କର ଅଯୋଗ୍ୟ ସନ୍ତାନ। କାହିଁକି ନା ବୋଉ ସେ ପୁରକୁ ଚାଲିଯିବା ପରେ ବାପା ଙ୍କୁ ଏଠାକୁ ଆଣିବା ପ୍ରସ୍ତାବ ଦେବାରୁ ସ୍ତ୍ରୀ ର ତୁମୁଳ କାଣ୍ଡରେ ଅତିଷ୍ଠ ହୋଇ ଦାଦା ପୁଅ ଭାଇର ର ଦାୟିତ୍ୱ ରେ ବାପାଙ୍କୁ ଗାଁ ରେ ରଖି ଆସିଲା । କଥାରେ କହନ୍ତି ବନ ପୋଡିଗଲେ ସଭିଏଁ ଜାଣନ୍ତି ମନ ପୋଡିଗଲେ କିଏ ଜାଣିବ। ଗାଁ ଲୋକ ମାନେ ପଛରେ ବହୁତ କିଛି କହୁଛନ୍ତି। ମୋ ଠାରୁ ହାତଭାଗା ଆଉ ଦୁନିଆରେ କେହି ନାହିଁ ବୋଧହୁଏ।ସେହି ବାଲକୋନିରେ ବସିଥିବା ସମୟରେ ଦାଦା ପୁଅର ଫୋନ ଆସିଲା। କହିଲା ଭାଇ ,ବଡବାପା ଙ୍କ ଦେହ ବହୁତ ଖରାପ। ତମେ ଜଲଦି ଆସ, ଏତିକି କହି ଫୋନ ଟାକୁ କାଟିଦେଲା। ମୁଂହରେ ସତେ କି କଳା ବାଦଲ ର ଛାଇ ଟା ଢାଙ୍କି ହୋଇ ପଡିଲା। ଦର୍ପଣ ନଥାଇ ବି ନିଜେ ଦେଖି ପାରୁଛି ତା ବିଷର୍ଣ୍ଣ ମୁଂହକୁ।କର୍ତବ୍ୟ ନିଷ୍ଠ ବ୍ୟକ୍ତିତ୍ୱ ତାର ସ୍ତବ୍ଧ ଓ ସ୍ଥିର ହୋଇ ଯାଇଛି। ଭାରି ବିଚଳିତ ବିବ୍ରତତାର ସେହି ଝାଉଁଳା ମନରୁ ବାରି ହୋଇ ପଡୁଥାଏ କିଛି କର୍ତବ୍ୟ ସମ୍ପାଦନାର ଅବହେଳା ତାର ନିଶ୍ଚିତ ରହିଗଲା। ସବୁ କଥାଗୁଡିକୁ ଆପଣେଇବାକୁ ତା ପାଖରେ ସାହସ ନାହିଁ। ଛୋଟବେଳର ଆଇଏଏସ ହେବାର ସେହି ସ୍ବପ୍ନ ଯେବେ ସତ୍ୟରେ ପରିଣତ ହେଲା। ଆଉ ସର୍ବ ଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲା, ସେହି ସମୟରେ ଖୁସିରେ ନାଚି ଯାଇଥିଲେ ବାପା ମା ବନ୍ଧୁ ବାନ୍ଧବ ଓ ଗାଁ ସାହିର ସମସ୍ତ ଛୋଟ ଠାରୁ ବଡ ଯାଏ। ସେଦିନ ବହୁ ଗର୍ବର ସହ କହିଥିଲି ସେହି ମିଡିଆ ଭାଇ ମାନଙ୍କ ସାମ୍ନାରେ, ଦେଶ ସେବା, ମୋ ମା ମାଟିର ସେବା ଓ ପିତା ମାତାଙ୍କ ସେବା ପ୍ରଥମ କର୍ତବ୍ୟ ରହିବ। କିନ୍ତୁ ପର ମୁହୂର୍ତ୍ତରେ ସବୁ ଓଲଟ ପାଲଟ ହୋଇଗଲା। ବୋଉ ବଞ୍ଚିଥିବା ସମୟରେ ଫୋନ କରେ, ପୁଅ ଟିକେ ଆସି ଆମକୁ ଦେଖି ଦେଇ ଜା ରେ। ତୋତେ ଦେଖିଦେଲେ ଆମର ସବୁ ଦୁଃଖ ଦୂର ହୋଇଯିବ। କିନ୍ତୁ ଗାଁ କୁ ଯିବା ପ୍ରସଙ୍ଗ ଉଠିଲେ ଶିଖା ଗର୍ଜି ଉଠେ। କିଛି ହୋଇନି ସେମାନଂକର। ସେମାନେ ଗୋଟେ ବାହାନା ଦେଖାଉଛନ୍ତି। ଗାଁ ର ସେ ମଳିମୁଣ୍ଡିଆ ଲୋକ ମାନଙ୍କ କଥାରେ ବିଲକୁଲ ବିଶ୍ୱାସ କରନି।ବାଧ୍ୟ ହୋଇ ବାପା ମାଆଙ୍କୁ ମୁଁ କିଛି ମିଛ ଅଫିସ କାମ କଥା କହି ରହିଯାଏ। ଯଦି ପ୍ରତିବାଦ କରିବି, ଅଶାନ୍ତିରେ ଜଳି ଜଳି ରହିବି। ଦୋଛକିରେ ରହିଥିବା ପାଦ ଆଗକୁ ଯାଏନି। ଆଜି କିନ୍ତୁ ଯାହା ବି ହେଉ ମୋତେ ଘରେ ପଂହଁଚିବାକୁ ପଡିବ। ବାପାଙ୍କ ଅବସ୍ଥା ଦେଖିବାକୁ ପଡିବ।

ସକାଳୁ ସକାଳୁ ଫ୍ଲାଇଟ ରେ ଆସି ଭୁବନେଶ୍ୱର ବିମାନ ବନ୍ଦର ରେ ପଂହଁଚି ଯାଇଛି ବାଦଲ। ସତୁରି କିଲୋମିଟର ଗାଁ କୁ ଟ୍ୟାକ୍ସି ରେ ବସି ବାହାରିଲା। ସବୁ ପୂର୍ବ କଥା ଭାବୁଥାଏ। ଓ ମଝିରେ ମଝିରେ ଭଗବାନ ଙ୍କୁ ପ୍ରାଥନା କରୁଥାଏ। ବାପା ସେମିତି ସୁସ୍ଥ ଥାନ୍ତୁ। ସେବା କରିବାର ସୁଯୋଗ ସେ ଦିନେ ହେଲେ ପାଇ ପାରିଲାନି। ଏଥର କିଛି କାହା କଥା ନଶୁଣି ବାପାଙ୍କ ପାଇଁ ଟିକେଟ କରି ନେଇ ଆସିଛି। ବାପାଙ୍କୁ ସାଙ୍ଗରେ ଦିଲ୍ଲୀ ନେଇଯିବ। ନିଜେ ତାଙ୍କର ସବୁ କାମ କରିବ। ଶିଖା, ବାପାଙ୍କୁ ମୋର ପାଖରେ ରହିବାକୁ ବିଲକୁଲ ପସନ୍ଦ କରେନି। ଯେଉଁ ସ୍ୱଳ୍ପ ସମୟ ରୁହନ୍ତି ସେଥିରେ ବାପା ଙ୍କର ପ୍ରତି କଥା ଶିଖାକୁ ଆଉଟ ଡେଟେଡ଼ ମନେହୁଏ। ବାପାଙ୍କ ସହ ସଦା ସର୍ବଦା ବେପରୁଆ କଥା ବାର୍ତ୍ତା ତାକୁ ଖରାପ ଲାଗୁଥିଲେ ମଧ୍ୟ କିଛି କରିବାର ଉପାୟ ପାଏନି ବାଦଲ।ସର୍ବୋଚ୍ଚ ଉଚ୍ଚ ପଦସ୍ଥ ଅଫିସର ହୋଇଛି ଅଫିସରେ । ତଳିଆ କର୍ମ ଚାରୀଙ୍କ ଉପରେ ହାକିମ ଦେଖାଉଥିବା ପୁଅ ର ମୁଁହ ସ୍ତ୍ରୀ ସମ୍ମୁଖରେ ଜୋକରେ ଲୁଣ ଦେଲା ପରି ହୋଇଯାଉଛି। ଏଥର କିନ୍ତୁ ସ୍ତ୍ରୀ କୁ ଜବାବ ଦେବ ବୋଲି ମନରେ ବହୁତ ସାହସ ବାନ୍ଧିଛି। ଦୁଇ ଘଣ୍ଟା ଲାଗିବ ତାକୁ ଗାଁ ରେ ପଂହଁଚିବାକୁ। ସବୁ ପଛ କଥା ଗୁଡ଼ାକ ଜଳ ଜଳ ଦିଶୁଛି ଆଖିଆଗରେ। ଲାଗୁଥାଏ, କିଏ ଯେମିତି ଦୂର ଅତୀତର ସବୁ କଥା ଗୁଡ଼ିକ ମନେ ପକେଇ ଦେଉଛି। ଥରାଇ ଦେଉଛି ମନ ଭିତର ଟାକୁ।କିଛି ପୁରୁଣା ପୃଷ୍ଠା ଓଲଟି ପଡ଼ି ଆପେ ଆପେ ମନକୁ ଆସି ଯାଉଛି। ବୋଉ କିପରି ତା ପରୀକ୍ଷା ଦିନ ଘର ଦୁଆର ମୁଂହରେ ଆମ୍ବଡାଳ ଫୁଲ ଦେଇ, କଳସ ବସାଇ ଓ ଗାଁ ଶିବ ମନ୍ଦିରରେ କ୍ଷୀର ଢାଳି ଶୁଭ ମନାସି ଥାଏ। ମୋ ପାଠ ପଢା ପାଇଁ ଏତେ ବ୍ୟସ୍ତ ରହେ ଯେ ପାଖ ଗାଁ ରେ ମାମୁଁ ଘର, କିନ୍ତୁ ସେଠାରେ ସେ ଯାଇ ଦୁଇ ଦିନ ବି ଶାନ୍ତିରେ ରହିପାରେନି। ଏମିତି ବର୍ଷ ବର୍ଷ ଗଡ଼ି ଚାଲିଥାଏ। କିନ୍ତୁ ଭଗବାନ ଙ୍କ ବିଡମ୍ବନା ତା ପାଇଁ ପୂଜା କରିଥିବା ଫଳ ଦେଖିବାକୁ ଆଉ ସେ ଇହ ଧାମରେ ରହି ନଥିଲା।

ସ୍ତ୍ରୀ ର ସେହି ଅହଂଙ୍କାରୀଆ ବ୍ୟବହାରରେ ଅତୀବ ମର୍ମାହତ ତଥା ବିଚଳିତ ହୋଇ ପଡ଼େ ବାଦଲ। ତାର ଏ ଭଳି ବ୍ୟବହାର କୁ ଅଟକାଇବାକୁ ପ୍ରୟାସ କରି ବିଫଳ ହୋଇଛି ସେ।କେବେ ବି ଳସେ ବୁଝି ପାରିଲାନି ମନର ଭାବ। ଯେଉଁ ନିରୋଳା ମୁହୂର୍ତ୍ତରେ ଜୀବନ ସାଥି ପାଇଁ ସେ ପ୍ରସ୍ତାବ କରିଥିଲା, ସେ ଦିନ ସଂସ୍କାରି ର ସବୁ ଗୁଣ ପରିଲକ୍ଷିତ ହୋଇଥିଲା ତା ଠାରେ। ପ୍ରଥମ ସାକ୍ଷାତ ରେ ଅଳ୍ପ ମୁହଁ ଟେକି ଧୀର କଣ୍ଠରେ କହିଥିବା କଥା ସବୁ ଏବେ ଭୁଲ ପ୍ରମାଣିତ।ଏବେ ଅଧା ଓଡ଼ିଆ ଅଧା ଇଂରାଜୀ ତା ମୁଂହରେ ଦେଖି ଆବାକ ଲାଗୁଛି।ଏବେ କିନ୍ତୁ ବହୁତ କଠୋର ତାର ବ୍ୟବହାର। ଗାଁ କୁ ବିଲକୁଲ ପିଲା ଜିବେନି। ଗାଁ ପିଲାଙ୍କ ସହ ଖେଳିଲେ ସେମାନେ କୁଆଡେ ଅଶିକ୍ଷିତ ହୋଇଯିବେ। ଧୂଳି ସେମାନଂକ ଦେହରେ ଲାଗିବନି। ଖାଲି ପାଦରେ ଚାଲିଲେ ସଂକ୍ରମଣ ହେବ। ହେଲେ ଯେଉଁ ଚଟାଣରେ ଗଡ଼ି ଗଡ଼ି ସେ ବଡ଼ ହୋଇଥିଲା, ଯେଉଁ ବାଡ଼ିରେ ବୋଉ ତାର ବୁଲାଇ ଗଛ ପତ୍ର ଦେଖାଇ ଖୁଆଉଥିଲା, ସେ ଘର ଆଜି ତା ପାଇଁ ଅନ୍ୟ ଏକ ଗ୍ରହ ହୋଇ ଯାଇଛି। ତା ନିଜ ଦୃଷ୍ଟି ରେ, ସେ ଏକ ନିର୍ଲଜ ପୁଅ। ଭଗବାନ ବି କ୍ଷମା କରିବେନି।ଯେଉଁଦିନ ବାପା ଙ୍କ ଆଖି ଅପରେସନ ପାଇଁ ହସ୍ପିଟାଲ ରୁ ଆସି ତା ପାଖରେ ରହିବା ବ୍ୟବସ୍ଥା ହେଲା, ସେତେବେଳେ ଶିଖାର କଥା ଗୁଡ଼ାକ ବଜ୍ରବାଣ ପରି ଛାତିକୁ ସତେ ଯେପରି ମାରିଥିଲା। ତମ ବାପା ଙ୍କୁ ଅନ୍ୟତ୍ର ରଖି ତମେ ତାଙ୍କ ସେବା କରିବ। ଆମ କ୍ୱାଟର କୁ ଆସି ପାରିବେନି।ପିଲା ଙ୍କର ପାଠ ପଢା ରେ ବାଧା ସୃଷ୍ଟି ହେବ। ସେହି ସମୟରେ ଅନ୍ୟ ମାନଙ୍କ ସହଯୋଗରେ ବାପାଙ୍କ ଆଖି ଭଲ କରି ସେହି ଗାଁ ରେ ପୁଣି ତାଂକୁ ନେଇ ଛାଡିବାକୁ ପଡିଥିଲା। ଆଜି ଅନୁଭବ କରୁଛି ସମସ୍ତଙ୍କୁ ସୁଖର ଦାମ୍ପତ୍ୟ ଜୀବନ ବୋଧେ ମିଳେନି।କର୍ତବ୍ୟରେ ଅବହେଳା କୁ ନେଇ ଅନେକ କଟୁ ପ୍ରଶ୍ନ ନିଜକୁ ନିଜେ ପଚାରୁଥାଏ। ମଝିରେ ମଝିରେ ଟ୍ୟାକ୍ସି ଡ୍ରାଇଭର କୁ କହୁଥାଏ ଭାଇ ଟିକେ ଜଲଦି ଚାଲ। ବାଦଲ ର ଅନ୍ୟ ମନସ୍କ ଆଖି ହଳକ ଦୁଇ ପଟ ରାସ୍ତାର ଚା ଦୋକାନ ବଣ ପାହାଡ଼ ଶ୍ୟାମଳ ସବୁଜିମାକୁ ମଟ ମଟ ଚାହିଁଥାଏ। ସେହି ସମୟରେ ନଜର ପଡିଲା ବାପା ଶିକ୍ଷକତା କରୁଥିବା ସ୍କୁଲରେ। ପ୍ରାଇମେରୀ ସ୍କୁଲ ରେ ବାପା ଶିକ୍ଷକ ଥିଲେ। ସର୍ବଦା ଉପଦେଶ ଥାଏ ପୁଅ ତୁ ଭଲ ପାଠ ପଢ଼। ନିଶ୍ଚୟ ଆଇଏସ ପାଇବୁ। ତାର ବାପା ମା ବହୁତ ଖୁସି ହୁଅନ୍ତି ଛାତିଟା କୁଣ୍ଢେ ମୋଟ ହୋଇଯାଏ, ଏପରି ପୁଅ ଟିଏ ପାଇଛନ୍ତି ବୋଲି।ବାଟ ପାଖେଇ ଆସିଲା, ତା ଅପେକ୍ଷାର ଅନ୍ତ ଘଟିବ। ବାପା ଙ୍କୁ ପାଖରେ ଆଉ କମ ସମୟରେ ପଂହଁଚି ଯିବା। ଗାଁ ରେ ପଶୁ ପଶୁ ବଡ଼ ପଦ୍ମ ପୋଖରୀ ପଡ଼ିଲା। ତାପରେ ଗ୍ରାମ ଦେବତା। ସେଠାରେ ମୁଣ୍ଡିଆଟେ ମାରିଲା ବାଦଲ। ପାଖରେ ଦେଖିଲା ସେହି ବୁଢା ବରଗଛ ସେମିତି ମେଲା ହୋଇ ଠିଆ ହୋଇଛି, ପ୍ରତ୍ୟେକ ଘଟଣାର ମୁକ ସାକ୍ଷୀ ପରି। ଏଥର ଅନେକ ଉତ୍କଣ୍ଠାର ସହ ଘର ଦୁଆରେ ପଂହଁଚିଥିଲା। ସେଠାରେ ପଂହଁଚି ଯେଉଁ ପରିବେଶ ଦେଖିଲା, ତାର ହୋସ ଉଡିଯାଇଥିଲା। ଏଥର ଆସିବା ପୂର୍ବରୁ କିନ୍ତୁ ମନସ୍ଥ କରିଥିଲା ଯାହା ବି ହେଉ ଆଉ ଶିଖା କଥା କିଛି ନଶୁଣି ବାପା ଙ୍କୁ ଆଣି ନିଜ ପାଖରେ ରଖିବ। ବାପାଙ୍କ ସେବା କରି ତାଙ୍କପାଇଁ ଥିବା ମାନସିକ ଚାପରୁ ଟିକେ ନିବୃତ ହେବ। କିନ୍ତୁ ଏ କଣ ଦେଖୁଛି।

ଧଳା ଚାଦର ଘୋଡ଼ାହୋଇଥିବା ବାପା ଙ୍କୁ ସେ ଠିକ ଦେଖି ପାରୁଥିଲା। ଦୂରରୁ ସେ ପରିବେଶ ଦେଖି ବାଦଲ ସବୁ ବୁଝି ପାରିଥିଲା। ଜାତି ଭାଇ ମାନଙ୍କ ଆଖିରୁ ସବୁ ପଢି ପାରିଥିଲା। ଚିର ନିଦ୍ରାରେ ବାପା ତାର ଶୋଇ ସାରିଥିଲେ। ଚାରିପଟେ ବନ୍ଧୁବାନ୍ଧବ ଓ ସାହି ଭାଇ ଘେରି ବସିଥାନ୍ତି। ଧୀର ସ୍ୱରରେ ଦାଦା ପୁଅ ଭାଇ କହିଲା, ବାଦଲ ଭାଇ ତୁ ଆସିବାରେ ଡେରି କରିଦେଲୁ। ବଡ଼ ବାପା ବହୁତ ଖୋଜିଲେ ଶେଷ ସମୟରେ।
ଫୁଙ୍ଗୁଳା ଆକାଶର ସେହି ବାଦଲ କୁ ଚାହିଁ ରହିଥାଏ ସେ। ମଶାଣିରେ ଶୂନ୍ୟରେ ଜୁଇର ଧୂଆଁ କୁଣ୍ଡଳୀ ସବୁ କେଉଁଠି ଯାଇ ଲୀନ ହୋଇଯାଉଥାଏ। ସେ ଆଉ ନିଜକୁ ସମ୍ଭାଳି ପାରି ନଥିଲା। ଆର ପାରିରେ ବାପାଙ୍କ ଆତ୍ମା ଶାନ୍ତି ପାଇଁ ଆଣ୍ଠୁମାଡ଼ି ଭୋ ଭୋ କାନ୍ଦି ଭଗବାନ ଙ୍କୁ ଡାକିଲା। କ୍ଷଣକ ଭିତରେ ସବୁକିଛିଭସ୍ମୀଭୂତ ହୋଇଗଲା, ଜୀବନ ଯୁଧ୍ୟରେ ହାରିଗଲା ସେ ସବୁଦିନ ପାଇଁ।

ସ୍ମଶାନ ରୁ ଫେରି ଘରକୁ ଆସିବା ବେଳେ ଠିକ ଲକ୍ଷ କରିପାରୁଥାଏ ସାହି ପଡ଼ିଶାଙ୍କ ଟୁପୁରୁ ଟାପୁରୁ, ସତେ ଯେମିତି ତାର ଅସହାୟତାକୁ ବିଦ୍ରୁପ କରି କହୁଥାନ୍ତି। 

“ଦେଇ ନାଁହୁ ଦିନେ ତୁଣ୍ଡେ
ଆଜି ଦେବୁ ବେଣା ମୁଣ୍ଡେ”

ନିଜକୁ ଧିକ୍କାର କରୁଥିଲା ଦୁନିଆ ଦାଣ୍ଡରେ, ସେ ଏକ ଦୋଷୀ ଭଳି ଛିଡ଼ା ହୋଇଛି। ନିଜ ଆଖି ଆଗରେ ଅନ୍ୟାୟକୁ ଦେଖି ନିରବ ଦ୍ରଷ୍ଟା ସାଜିଥିଲା। ସବୁ ବୁଝିଥିଲେ ମଧ୍ୟ ଥିଲା ନାଚାର ଅସହାୟ। ବୟସର ଅପରାହ୍ନ ରେ ପଂହଁଚିବାକୁ ଯାଉଥିଲେ ମଧ୍ୟ ନିଜର ପିତା ମାତାଙ୍କ ପ୍ରତି ଅବହେଳା ପାଇଁ ସେ ଖୁବ ମର୍ମାହତ। ସେ ଆଜିର ଯନ୍ତ୍ରଣା ସ୍ନିଗ୍ଧ ମନକୁ କାହା ସମ୍ମୁଖରେ ପ୍ରକାଶ କରିପାରୁନାହିଁ କି ସହି ପାରୁନାହିଁ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.