ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ଜାନୁୟାରୀ ୨୦୨୩
ତୁ କାନ୍ଦିଲେ
ଫୁଲ ସବୁ ବୁଜି ହୋଇଯିବେ ଦୁଃଖରେ ।
ତୋ ପ୍ରିୟ ଗଛମାନଙ୍କରୁ
ପତ୍ର ଝରିପଡ଼ିବ
ଅକାଳରେ ।
ଥୁଣ୍ଟା ହୋଇଯିବ ଜୀବନ
ତୁ କାନ୍ଦନା
ସୁନା ନାକୀ ଝିଅ ତୁ କାନ୍ଦନା ।
ମୋତେ ଦେଖ୍
ସୂର୍ଯ୍ୟ ଆଡ଼କୁ ମୁହଁକରି
ମୁଁ କେମିତି ଚାଲିଛି
ଏକ ଲୟରେ ।
ପଛରେ ଯିଏ ଯାହା କହିଲେ ବି
ମୁଁ ଫେରି ଚାହିଁବିନି ବୋଲି
ପ୍ରତିଜ୍ଞା କରିଛି ।
ତମ ଦୁହିଁଙ୍କ ଭଲଦିନ ପାଇଁ
ମୁଁ କାନି ପାତି ରଖିଛି
ଈଶ୍ୱରଙ୍କ ପାଖରେ
ଅନବରତ ।
ତୁ ଖୁସି ହେବୁ ବୋଲି
ପ୍ରତିଜ୍ଞା କରିଛି |