• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ନଭେମ୍ବର ୨୦୨୫

୧୯୮୧ ରୁ ୧୯୯୦ ଏ ଦଶ ବର୍ଷ ଭିତରେ ମୋ ଜୀବନରେ ଅନେକ କଥା ଘଟିଗଲା। ୧୯୮୧ ରେ ମୁଁ ଜେ. ମହାପାତ୍ର ଆଣ୍ଡ୍‌ କୋ. ରେ କଟକରେ ଯୋଗଦେଲି। ସେଠୁ ପୁରୀ ଫେରି ୧୯୮୨ ରେ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ ପ୍ରେସରେ ମ୍ୟାନେଜର ହେଲି। ୧୯୮୨-୮୩ରେ କୁରୁକ୍ଷେତ୍ରର ପରିଚାଳନା ସଂପାଦକ ହେଲି। ସେମାନେ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍‌ ଭଡ଼ାରେ ନେଲେ। ରଘୁନାଥ ମିଶ୍ରଙ୍କ କଥାରେ ପଡ଼ି ହଠାତ୍‌ ଦିନେ ସଞ୍ଜରେ ମତେ ସେଠୁ ବିଦାୟ କରି ଦିଆଗଲା। ମୁଁ ସରକାରୀ ଚାକିରି ନକରି ବୃତ୍ତିଗତ ସାମ୍ବାଦିକ ହେବାକୁ ଚାହୁଁଥିଲି। ହେଲେ, ପରିସ୍ଥିତିର ଚାପରେ ସରକାରୀ ଚାକିରି ପାଇଁ ପରୀକ୍ଷା ଦେବାକୁ ହେଲା। ୧୯୮୪ରେ ଦୁଇଟି ଖବର କାଗଜ ଓ ଦୁଇଟି ସରକାରୀ ଚାକିରିର ଅଫର ଆସିଲା। ତହିଁରୁ ରାଜ୍ୟ ସ୍କୁଲ ଶିକ୍ଷା-ସେବାକୁ ଗଲି ଓ ଉମରକୋଟରେ ଦି’ ବର୍ଷ ହାଇସ୍କୁଲ ଶିକ୍ଷକ ଓ ବର୍ଷେ ଏମ୍‌.ଇ. ସ୍କୁଲ ହେଡ଼ମାଷ୍ଟର ହେଲି। ସେଠୁ ଏନ୍‌.ସି.ଆର.ଟି.ରେ ସିଲେକ୍ଟ ହୋଇ ୧୯୮୭ରେ ଲକ୍ଷ୍ମୌରେ ତାଙ୍କ କ୍ଷେତ୍ରୀୟ ପ୍ରତିନିଧି ଗବେଷକ ଭାବେ ଯୋଗଦେଲି। ୧୯୮୯ ରୁ ୧୯୯୦ ପ୍ରାୟ ବର୍ଷେ ସେଠୁ ବଦଳି ହୋଇ ଆସି ଇ.ଟିଭି. ଷ୍ଟଡ଼ିଓ, ଭୁବନେଶ୍ବରରେ ରହିଲି। ୧୯୯୦ରେ ନ୍ୟାସନାଲ୍‌ ବୁକ୍‌ ଟ୍ରଷ୍ଟର ଓଡ଼ିଆ ଭାଷା ସଂପାଦକ ପଦ ବାହାରିଲା। ମୁଁ ଆବେଦନ କଲି ଓ ପାଇଲି। ତାପରେ ୩୦ ବର୍ଷ ଯାହା ଘଟିଲା ତାହା ଓଡ଼ିଶାର ୩୦ ବର୍ଷର ସାହିତ୍ୟିକ ଇତିହାସର ଏକ ଅଂଶ। ନ୍ୟାସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟର ଓଡ଼ିଆ ଭାଷା ସଂପାଦକ ପଦ ପାଇଁ ମଙ୍ଗଳା ବି ଆବେଦନ କରିଥିଲା ଓ କଲ୍‌ ଲେଟର ପାଇଥିଲା। ମୋ ପାଇଁ ସେ ସେହି ଇଣ୍ଟରଭିଉ ଦେଲା ନାହିଁ। ମୋ କବିତା ବହିର ଛାପା ଫର୍ମା ବାଇଣ୍ଡିଂ କରି ବହିଟିଏ କରି ନେଇକି ଆସିଲା ଓ ମତେ ଦେଇ ଫେରିଗଲା। ସେତେବେଳକୁ ସେ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆରେ କାମ କରି ସାରିଥିଲା।

ମୋ ସାନଭଉଣୀ ମିନୁ ୧୯୯୩-୯୪ ବେଳକୁ ଦିଲ୍ଲୀ ଚାକିରି ସନ୍ଧାନରେ ଆସିଲା। ଏନ୍‌.ସି.ଆର୍‌.ଟି.ରେ ଗୋଟିଏ ପ୍ରୋଜେକ୍ଟରେ ତା’ର ହେଲା। ହଠାତ୍‌ ଦିନେ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଗୋଟିଏ ରିସର୍ଚ୍ଚ ଆସୋସିଏଟ୍‌ ବିଜ୍ଞାପନ ମୁଁ ଦେଖିଲି। ଏହା ବୋଧହୁଏ ୧୯୯୪ ମସିହାର କଥା। ମଙ୍ଗଳା ଏ ଭିତରେ ବାହା ହୋଇଯାଇଥାଏ। ତା ପାଖରେ ସେମିତି କିଛି ଭଲ ଚାକିରି ନଥାଏ। ମିନୁକୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ବିଜ୍ଞାପନ ଦେବା ସହ ମଙ୍ଗଳାକୁ ବି ତାହା ଦେଲି। ପରେ ଜାଣିଲି ସେ ରାଜୀବ ଗାନ୍ଧୀ ଫାଉଣ୍ଡେସନରେ କାମଟି ପାଇଲା। ମୋ ସୂଚନା ଅନୁସାରେ ସେ ଆବେଦନ କରି ପାଇଲା, ମତେ କହିଲା ନାହିଁ।

ମଂଗଳା ପାଇଁ କିନ୍ତୁ ଆଉ କିଛି ସମ୍ଭାବନା ଅପେକ୍ଷାରେ ଥିଲା, ଗିରିଧର ଗମାଙ୍ଗ ୧୯୯୮ରେ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମଂଗଳାକୁ ସେ ଆଗରୁ ଜାଣିଥିଲେ। ତାଙ୍କ ଅଫିସର୍‌ ଅନ୍‌ ସ୍ପେସାଲ୍‌ ଡ୍ୟୁଟି କରି ସେ ମଂଗଳାକୁ ଭୁବନେଶ୍ବର ଆଣିଲେ। ତାକୁ ମିଳିଲା ଯୁଗ୍ମ ସଚିବ ପଦ ତୁଲ୍ୟ ଦରମା। ୧୯୯୯ର ମହାବାତ୍ୟାରେ ଯାହା କ୍ଷତି ହେଲା ତ ହେଲା, ଗମାଙ୍ଗ ମନ୍ତ୍ରୀମଣ୍ଡଳ ବି ଗଲା। ତେବେ, ତାହା ଆଗରୁ ମଙ୍ଗଳା ନିଜ ପାଇଁ କେତୋଟି ପଦ ଯୋଗାଡ଼ କରି ରଖିଥିଲା। ତା ପ୍ରସ୍ତାବରେ ଗମାଙ୍ଗ ବିମଳେନ୍ଦୁ ମହାନ୍ତିଙ୍କୁ ସଂସ୍କୃତି ବିଶ୍ବବିଦ୍ୟାଳୟର ଭି.ସି. କରିଥିଲେ। ସେଇଠି ସେ ହେଲା ପ୍ରଫେସର।

ମୁଁ ଡେପୁଟେସନରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ପଦରେ ଆସିବାକୁ ଚାହୁଁଥିଲି। ପ୍ରସାଦ ହରିଚନ୍ଦନ ବି ଥିଲା ସଂସ୍କୃତି ମନ୍ତ୍ରୀ। ମଙ୍ଗଳା କଣ ଚେଷ୍ଟାକଲା, ମତେ ଜଣାନାହିଁ। ହେଲେ, ମୋ କାମ ହେଲାନାହିଁ। ତଥାପି ମଙ୍ଗଳା ମୋ ଭାଇ ଥିଲା, ଅଛି ଓ ରହିବ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ସନ୍ଧ୍ୟା ତୁମେ ଆଜି
Literature

ସନ୍ଧ୍ୟା ତୁମେ ଆଜି

by ସସ୍ମିତା ପଣ୍ଡା
September 11, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ତୁମେ ଆଜି ଭୋଦୁଅ ତିଥିରେ ଜହ୍ନିଫୁଲ ରଙ୍ଗମାଖି ଶ୍ରାବଣ ସ୍ମୃତିରେ ମିଠା ନିଃସଙ୍ଗତା ପାଦପଲତାର ସାକ୍ଷୀ...

Read more
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.