ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ନଭେମ୍ବର ୨୦୨୨
ଅନ୍ଧାର ର ଆରପାଖ ସୁନ୍ଦର କି ଅନ୍ଧକାର ବିନା।
ଆରପାଖ ଅନ୍ଧାରରେ ଚେଇଁଗଲେ ମନ୍ମୟ ଭାବନା।।
ଅନ୍ଧାରର ଛାତିଚିରି ଚରିଗଲେ ଚେନାଏ ଆଲୁଅ।
ଭୋଗିବା ଭିଡ଼ରେ ଆଗେ ଅନ୍ଧାର ତ ଖାଲି ଦେହମୟ।।
କୋଉ ଅନ୍ଧକାର ଦେହେ ଲେଖିହୁଏ ଆଲୁଅର କଥା।
କୋଉ ଅନ୍ଧକାର ଦେହେ ଆଲୁଅଟେ କବିତା କବିତା।।
ଅନ୍ଧାର ଖୋଦେଇକରା ଖମାରଟେ ଆଲୁଅ ଧାରାର।
ଯେଉଁଠି ଖିଆଲ ଖେଳେ ଖଡିରଙ୍ଗେ ଆଲୁଅ ଦି ଧାର।।
ଆରପାଖ ଆଲୁଅଟା ଲୁଚିଗଲେ ଅନ୍ଧାର ଛାତିରେ।
ଅନ୍ଧାର କି ଲେଖିବସେ ସ୍ବପ୍ନ ସବୁ ପାହାନ୍ତି ଆଖିରେ।।
ଅନ୍ଧାର ବିନା ଆଲୁଅ କାଇଁ ହୁଏ ପାହାନ୍ତିଆ ନିଦ।
ଆଲୁଅ ବିନା ଅନ୍ଧାର ଲାଗେ ଖାଲି ଗଦାଏ ବାରୁଦ।।
ଅନ୍ଧାର ମୋକ୍ଷର ଦ୍ବାର ଅନ୍ଧାର ବି ଟିପେ ଅବସୋସ।
ଅନନ୍ତ ଅନ୍ଧାର ଦେହେ ଆଲୁଅ ବି ପାଏ ଜିବନ୍ଯାସ।।