ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ମଇ ୨୦୨୩
ଅନ୍ଧାର ବେକରେ ଶୋହେ ଆଲୁଅର କଣ୍ଠିମାଳଟିଏ ।
ମେଳେ ଅନ୍ଧାର ଭିତରେ ଆଲୁଅ ପା ମାଣିକ ଶୋରାଏ।
ଯା ପଣତ ତଳେ ଲୁହ ନଈଟିଏ ଭାରି ସ୍ରୋତସ୍ବନୀ।
ଯା ଆଗରେ ଗପି ହୁଏ ମନଖୋଲା ଅନେକ କାହାଣୀ।
ଯେଉଁଠି ହଜିଲେ କାଳେ ହଜିବାଟା ଲାଗଇ ନିଜର
ନିଜକୁ ବି ଖୋଜିହୁଏ ପାଇହୁଏ ଆଲୁଅ ଙ୍କ ଡର।
ଯେଉଁଠି ନଥାଏ ଖାଲି ଆଲୁଅ ଙ୍କ ଚକମକି ଖେଳ
ଲୋଟିଗଲେ ଯା ଦେହରେ ନିଦ ଭାଙ୍ଗେ ସବୁ ଛଳନାର।
ଯା’ମାପ ଫିତାକୁ ଧରି ମାପି ହୁଏ ଦୁଃଖ ଦିଗବଳୟ
ଆଲୁଅ ଯନ୍ତ୍ରଣା ଦିଏ ଅନ୍ଧାର ତ ଅନନ୍ତ ଆଶ୍ରୟ
ଯେଉଁଠି ହଜିଲେ ଥରେ ଠିକଣା ବି ଠିକଣା ହଜାଏ
ଅର୍କ୍ଷିତ ଭାବନାସବୁ ଯା ଦେହରେ ଆଶ୍ରା ପାଇଯାଏ।
ସବୁ ଅବିଶ୍ବାସ ମେଳେ ଅନ୍ଧାର ପା ଚରମ ବିଶ୍ବାସ।
ଅନ୍ଧାର ତ ନଈପରି ଅଙ୍କାବଙ୍କା ଗୋଟେ ଦୀର୍ଘଶ୍ଵାସ।