ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଜାନୁଆରୀ ୨୦୨୩
ଦିନେ ଆଣ୍ଠୁ ଅଲୁଚା ଧୋତି ପିନ୍ଧିଥିବା ମୋ ନନାଙ୍କ ପରି
ଲୋକେ ବି ଥିଲେ ପୃଥିବୀରେ
ଏବେ ନାହାନ୍ତି
କୁଆଡେ ଗଲେ ସେଇ ଲୋକେ?
ପତାକା ଉତ୍ତୋଳନପାଇଁ ଏବେ
ଅଛନ୍ତି ବହୁ ଗୋଲାମ ସୈନ୍ୟସାମନ୍ତ
ଦେଶପ୍ରେମର ବାଜା ବଜେଇ, ଗୀତଗାଇ
ବୋଲକରା ଶିଳ୍ପୀମାନେ, ନେତା ଓ ଯୋତାମନେ
ତିଆରି କରୁଛନ୍ତି ମନ୍ଦିର
ସଜେଇ ନୂଆନୂଆ ଆଲୁଅରେ
ଆତତାୟୀମାନେ ମଞ୍ଚରେ
ଚଷମା ଭାଙ୍ଗିଯାଇଛି ହେ ରାମ, ହାଏ ରାମ, ହେ ରହୀମ
ନିର୍ବାଚନ ପ୍ରଚାରରେ
ମହାନଗରୀର ଦେଶରେ, ବୁଲେଟ ଟ୍ରେନରେ
ଆଜିକାଲି ଯା ଆସ କରନ୍ତିନି କେହି ଲୋକେ
ଆଣ୍ଠୁ ଅଳୁଚା ସେଇ ଲୋକଟି
ଖୋଜା ହେଉଥାଏ ଏବେ ଭିଡ଼ରେ
ଗାନ୍ଧୀଘାଟରେ……
ମାନସ ରଂଜନ ମହାପାତ୍ର
ଦିନେ ଆଣ୍ଠୁ ଅଲୁଚା ଧୋତି ପିନ୍ଧିଥିବା ମୋ ନନାଙ୍କ ପରି
ଲୋକେ ବି ଥିଲେ ପୃଥିବୀରେ
ଏବେ ନାହାନ୍ତି
କୁଆଡେ ଗଲେ ସେଇ ଲୋକେ?
ପତାକା ଉତ୍ତୋଳନପାଇଁ ଏବେ
ଅଛନ୍ତି ବହୁ ଗୋଲାମ ସୈନ୍ୟସାମନ୍ତ
ଦେଶପ୍ରେମର ବାଜା ବଜେଇ, ଗୀତଗାଇ
ବୋଲକରା ଶିଳ୍ପୀମାନେ, ନେତା ଓ ଯୋତାମନେ
ତିଆରି କରୁଛନ୍ତି ମନ୍ଦିର
ସଜେଇ ନୂଆନୂଆ ଆଲୁଅରେ
ଆତତାୟୀମାନେ ମଞ୍ଚରେ
ଚଷମା ଭାଙ୍ଗିଯାଇଛି ହେ ରାମ, ହାଏ ରାମ, ହେ ରହୀମ
ନିର୍ବାଚନ ପ୍ରଚାରରେ
ମହାନଗରୀର ଦେଶରେ, ବୁଲେଟ ଟ୍ରେନରେ
ଆଜିକାଲି ଯା ଆସ କରନ୍ତିନି କେହି ଲୋକେ
ଆଣ୍ଠୁ ଅଳୁଚା ସେଇ ଲୋକଟି
ଖୋଜା ହେଉଥାଏ ଏବେ ଭିଡ଼ରେ
ଗାନ୍ଧୀଘାଟରେ……