• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଣ୍ଠୁ ଅଲୁଚା ଧୋତି ପିନ୍ଧିଥିବା ଲୋକମାନେ

ଗାନ୍ଧିଜୀ ଓ ମହିଳା ସଶକ୍ତିକରଣ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଜାନୁଆରୀ ୨୦୨୩

ଦିନେ ଆଣ୍ଠୁ ଅଲୁଚା ଧୋତି ପିନ୍ଧିଥିବା ମୋ ନନାଙ୍କ ପରି
ଲୋକେ ବି ଥିଲେ ପୃଥିବୀରେ
ଏବେ ନାହାନ୍ତି

କୁଆଡେ ଗଲେ ସେଇ ଲୋକେ?

ପତାକା ଉତ୍ତୋଳନପାଇଁ ଏବେ
ଅଛନ୍ତି ବହୁ ଗୋଲାମ ସୈନ୍ୟସାମନ୍ତ
ଦେଶପ୍ରେମର ବାଜା ବଜେଇ, ଗୀତଗାଇ
ବୋଲକରା ଶିଳ୍ପୀମାନେ, ନେତା ଓ ଯୋତାମନେ
ତିଆରି କରୁଛନ୍ତି ମନ୍ଦିର
ସଜେଇ ନୂଆନୂଆ ଆଲୁଅରେ
ଆତତାୟୀମାନେ ମଞ୍ଚରେ
ଚଷମା ଭାଙ୍ଗିଯାଇଛି ହେ ରାମ, ହାଏ ରାମ, ହେ ରହୀମ
ନିର୍ବାଚନ ପ୍ରଚାରରେ

ମହାନଗରୀର ଦେଶରେ, ବୁଲେଟ ଟ୍ରେନରେ
ଆଜିକାଲି ଯା ଆସ କରନ୍ତିନି କେହି ଲୋକେ
ଆଣ୍ଠୁ ଅଳୁଚା ସେଇ ଲୋକଟି
ଖୋଜା ହେଉଥାଏ ଏବେ ଭିଡ଼ରେ
ଗାନ୍ଧୀଘାଟରେ……

ମାନସ ରଂଜନ ମହାପାତ୍ର

ଦିନେ ଆଣ୍ଠୁ ଅଲୁଚା ଧୋତି ପିନ୍ଧିଥିବା ମୋ ନନାଙ୍କ ପରି
ଲୋକେ ବି ଥିଲେ ପୃଥିବୀରେ
ଏବେ ନାହାନ୍ତି

କୁଆଡେ ଗଲେ ସେଇ ଲୋକେ?

ପତାକା ଉତ୍ତୋଳନପାଇଁ ଏବେ
ଅଛନ୍ତି ବହୁ ଗୋଲାମ ସୈନ୍ୟସାମନ୍ତ
ଦେଶପ୍ରେମର ବାଜା ବଜେଇ, ଗୀତଗାଇ
ବୋଲକରା ଶିଳ୍ପୀମାନେ, ନେତା ଓ ଯୋତାମନେ
ତିଆରି କରୁଛନ୍ତି ମନ୍ଦିର
ସଜେଇ ନୂଆନୂଆ ଆଲୁଅରେ
ଆତତାୟୀମାନେ ମଞ୍ଚରେ
ଚଷମା ଭାଙ୍ଗିଯାଇଛି ହେ ରାମ, ହାଏ ରାମ, ହେ ରହୀମ
ନିର୍ବାଚନ ପ୍ରଚାରରେ

ମହାନଗରୀର ଦେଶରେ, ବୁଲେଟ ଟ୍ରେନରେ
ଆଜିକାଲି ଯା ଆସ କରନ୍ତିନି କେହି ଲୋକେ
ଆଣ୍ଠୁ ଅଳୁଚା ସେଇ ଲୋକଟି
ଖୋଜା ହେଉଥାଏ ଏବେ ଭିଡ଼ରେ
ଗାନ୍ଧୀଘାଟରେ……

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.