ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୪
ଆରାଧନା କରେ ପ୍ରଭୁ ତବ ପାଦ ଚିହ୍ନ,
ଦର୍ଶନ ପିପାସୀ ମନ ହେଉଛି ଉଚ୍ଛନ୍ନ ।। ୧ ।।
ତୁମ ଦର୍ଶନରେ ମନ ହୁଅଇ ପ୍ରସନ୍ନ,
ଆକାଶ ଯେମିତି ହୁଏ ପାଇ ପୂର୍ଣ୍ଣ ଜହ୍ନ ।। ୨ ।।
ମନ୍ଦିରେ ସଂନ୍ଧ୍ୟା ଆଳତି ଭଜନ କୀର୍ତ୍ତନ,
ହୃଦୟେ ଜଗାଇ ଦିଏ ଅଜଣା କମ୍ପନ ।। ୩ ।।
ଭଜନର ମୂର୍ଚ୍ଛନାରେ ହୋଇ ଆତ୍ମହରା,
ମନରେ ଆଙ୍କେ ଦିବ୍ୟ ରୂପର ପସରା ।। ୪ ।।
ଜୀବନ ରଥର ପରା ତୁମେ ହିଁ ସାରଥୀ,
ସଂସାରେ କେବଳ ତୁମେ ବିମଳ ପୀରତି ।। ୫ ।।
ମିଛ, ମାୟା ବନ୍ଧନକୁ ହୋଇଯିବି ପାରି,
ଅହୋରାତ୍ର ନିରନ୍ତର ତୁମ ନାମ ଧରି ।। ୬ ।।
ତୁମ ଠାରେ ରହିଥାଉ ସଦା ମୋର ଧ୍ୟାନ,
ଶାନ୍ତ କରି ଦିଅ ପ୍ରଭୁ ଏ ଅସ୍ଥିର ମନ ।। ୭ ।।
ପହଞ୍ଚାଇ ଦିଅ ପ୍ରଭୁ ତୁମ ଶ୍ରୀଚରଣେ,
ଭରି ଦିଅ ପୀୟୂଷ ମୋର ଶୁଷ୍କ ଜୀବନେ ।। ୮ ।।
ଦିବ୍ୟ ରୂପର ଲାବଣ୍ୟ ସଦା ଦିଶୁଥାଉ,
ତୁମରି ସାନିଧ୍ୟ ଲଭି ଘଟ ପୁରିଯାଉ ।। ୯ ।।