• About
  • Contact
Thursday, January 15, 2026
Thursday, January 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅସମ୍ଭାଳ ତାତି

ଅସମ୍ଭାଳ ତାତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪

ଓହୋଃ କି ଅସମ୍ଭାଳ ତାତି
ରୌଦ୍ରତାପରୁ କେବେ ମିଳିବ ବିରତି
ଡ଼ହ ଡ଼ହ ଖରାରେ ଭିଜି
ଟକମକ ଫୁଟୁଛି ଆଜି
ରାଜଧାନୀର ସୁଶୋଭିତ କଂକ୍ରିଟଭରା ଛାତି ।। ୧ ।।

ଓହୋଃ କି ଅସମ୍ଭାଳ ତାତି
ଅଟକି ଯାଉଛି ଏଠି ଜୀବନର ଗତି
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଉଛି ଭାଜି
ସମଗ୍ର ଓଡ଼ିଶା ଏବେ ଯାଉଛି ସିଝି
ଅସ୍ତବ୍ୟସ୍ତ ଜୀବନ ଖୋଜୁଛି ଟିକିଏ ଆଶ୍ୱସ୍ତି ।। ୨ ।।

ଓହୋଃ କି ଅସମ୍ଭାଳ ତାତି
କାହିଁକି ଉପୁଜିଛି ଆଜି ଏଭଳି ଦୁର୍ଗତି
ବିକାଶ ନାମରେ ଆମେ ସାଜିଛୁ ପାଜି
ଜଙ୍ଗଲ ସଫା କରିଛୁ ଦେଇ ଆଖିବୁଜି
ସବୁଜିମା ହଟାଇ ଗଢୁଛୁ କଂକ୍ରିଟସ୍ତୂପ ନିତି ।। ୩ ।।

ଓହୋଃ କି ଅସମ୍ଭାଳ ତାତି
ଲୋପ ପାଉ ତଥାକଥିତ ବିକାଶର ପ୍ରୀତି
ପ୍ରକୃତିର ତାଣ୍ଡବଲୀଳାକୁ ହେଜି
ନୈସର୍ଗିକ ପରିବେଶର ପୂଜାରୀ ସାଜି
ସନ୍ତୁଳିତ ପ୍ରଗତି ଦିଗରେ କରିବା ଅଗ୍ରଗତି ।। ୪ ।।

ଓହୋଃ କି ଅସମ୍ଭାଳ ତାତି
କେମିତି ମିଳିବ ଗ୍ରୀଷ୍ମରୁ ତୁରନ୍ତ ମୁକତି
ଅଲୋଡ଼ା ଖାଲି ଜାଗାମାନ ଖୋଜି
ତହିଁରେ ଭରିଲେ ପ୍ରକୃତିର ଶୋଭାରାଜି
ମିଳିବ ଆମକୁ ଏହି ଜ୍ୱାଳାରୁ ନିସ୍କୃତି ।। ୫ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଅପରାହ୍ନ
Literature

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

by Manas Ranjan Mahapatra
January 14, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଜାନୁୟାରୀ ୨୦୨୬ ସମକାଳୀନ ଓଡ଼ିଆ ସାହିତ୍ଯକୁ ଦୁଇ ଜଣ ଲେଖକ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ଜଣେ କଥାଶିଳ୍ପୀ ମନୋଜ...

Read more
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
ବିଶ୍ବଗୁରୁ ବିବେକାନନ୍ଦ!

ବିଶ୍ବଗୁରୁ ବିବେକାନନ୍ଦ!

January 12, 2026
A Poem

A Poem

January 11, 2026
ମୁହିଁ ତୁମ ପାଶେ ସମର୍ପିତ

ମୁହିଁ ତୁମ ପାଶେ ସମର୍ପିତ

January 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.