ଆଲୋକ କୁମାର ପ୍ରଧାନ, ପୁରୀ, ୨୯ ମଇ ୨୦୨୩
ଖୋଲା ଖୋଷା ଦେହୁଁ ଝରି ଆସୁଥିବା ବଉଳ ବାସ ରେ ଝରେ।
ସରାଗ ନଗର ସରିଗି ଫୁଲ ର ଶିରିଶିରି ପବନରେ ।
ମନ ତୁଠ ଫୁଟା ଶିଉଳି ଫୁଲରେ ଅଦେଖା ସେ ଅଶରିରୀ
କାଇଁ ସବୁବେଳେ ସବୁ ଅନୁକୂଳେ ବସିଥାଏ ଚକାପାରି।
ପ୍ରାପ୍ତି ଅପ୍ରାପ୍ତିର ଜାଉଁଳି କବାଟେ ଚାହୁଁ ଥାଏ ମୁହଁ କାଢ଼ି
ନିପାରିଲା ପଣ ଶୁଖିଲା ନଈରେ ଆଶା ତ ଉଛୁଳା ବଢ଼ି।
ବଢ଼ି ବଢ଼ି ଚାଲେ ସପନ ବାଲିରେ ସରଗ ଛୁଇଁଲା ଶୋଷ
ବାଲି ବେହେଲାର ବହପ କି କେଉଁ ରୋକିପାରେ ଅଣଚାଶ।
ବହିଗଲା ପାଣି ପାଣିଚିଆ ହୁଏ ଫେରିଗଲେ ଆଉ ଥରେ।
ଆଶା ଆୟୁଷର ଆରିଶିରେ ଯଦି ନିଜପଣ ଉଙ୍କିମାରେ।
ନିଜଠୁ ବି ବେଶି ନିଜର ଲାଗଇ ଆଶା ମଙ୍ଗେ ଦେଇ ଗୋଡ଼।
ମଙ୍ଗୁଳା ଇଛାଙ୍କ ବାହୁନାରେ ଥାଏ ଅନେକ ଆଶାର ଭିଡ଼।
ଆଶାରେ ଜୀବନ ଆଶାରେ ମରଣ ଆଶା ତ ଦହଡ ଜାଉ।
ଆଶାର ଡେଣାରେ ପର ଲାଗିଗଲେ କୋଳକୁ ଫେରେ କି ଆଉ?