ମାନସ ରଂଜନ ମହାପାତ୍ର, ପୁରୀ, ୧୨ ଜାନୁଆରୀ ୨୦୨୪
ବହୁଦିନୁ ଆକାଶକୁ ଲେଖୁଛି ଚିଠି
ପକଉଛି ସମୟର ଡାକବାକ୍ସରେ
ହେଲେ ମୋ ଚିଠି ପହଞ୍ଚୁଛି କି ନାହିଁ
ଠିକଣା ଜାଗାରେ
ଜାଣେନାହିଁ, ଜାଣିବାର ସମ୍ଭାବନା ବି ନାହିଁ
ମୁଁ ଗୋଟେ ଅଜଣା ବନ୍ଦରରେ
ଗଲା କିଛି ବର୍ଷ ଧରି
ନିରବରେ ଅଟକି ରହିଛି
ଲଢୁଛି ଗୋଟେ ଅଜଣା ଅଦୃଶ୍ୟ
ଶତ୍ରୁ ସହ
ବହୁଦିନୁ ମୋ ଲାଗି ମୋ ପ୍ରେମମୟୀ
ଜୀବନ ସଙ୍ଗିନୀ
ପାଳୁଛନ୍ତି ସାବିତ୍ରୀ ଅମାବାସ୍ୟା
ହେଲେ ଯମ ଥରେ ବି
ମୋ ଆତ୍ମାକୁ ନେଇଯିବା କଥା
କହିନି, କାହିଁକି କେଜାଣି
ଆଉ ମୁଁ ଗୋଟେ ଅଜଣା ଅଦେଖା
ପ୍ରେମିକାର ସନ୍ଧାନରେ ଘୁରି ବୁଲୁଛି ଓ
ପ୍ରତିଦିନ ପାଉଛି ଛାଞ୍ଚୁଣୀ ପାହାର
ସାବିତ୍ରୀଙ୍କ ହାତରୁ
ନିରବରେ !!