ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ମାର୍ଚ୍ଚ ୨୦୨୩
ଅତୀତ ଫେରେନା କେବେ ସ୍ମୃତି ଫେରେ ସମୟ କାନ୍ଥରେ
ଅତୀତ ବର୍ତ୍ତମାନ ର ବୁଝାମଣା ଦୁରତା ଫାଙ୍କରେ।।
ଜୀବନ ମାନଚିତ୍ରରେ ଆଙ୍କି କେତେ ଅପୂର୍ବ ଭାସ୍କର୍ଯ୍ୟ
ସମୟ ଲହଡ଼ି ଭଙ୍ଗା ରକ୍ତ-ରସ ହସର ଐଶ୍ୱର୍ଯ୍ୟ।।
ନିରିଖେଇ ଆଙ୍କିବାକୁ ରଙ୍ଗ ଦିଆ ଜୀବନ ଚିତ୍ରକୁ ।
ସମୟ ସୂର୍ଯ୍ୟ ତାପରେ ସ୍ବପ୍ନ ଭଙ୍ଗ ଚିତ୍ରିତ ମନକୁ।।
ଜୀବନ ତ ଅଣସରଘର ପରି ଅଣ ଓସାରିଆ।
ମନର ଏରୁଣ୍ଡୀ ବନ୍ଧେ ପାଖୁଡ଼ାଏ ମହକିତ ବାଆ ।।
ସୁଖ-ଦୁଃଖ ଭଲ-ମନ୍ଦ ଭାଡ଼ିରେ ତ ଜୀବନ ଫୁଲ ଟେ ।
ଦୁଃଖ ର ପୁରୁଣା ସୁରେ ସୁଖ ଗୋଟେ ସ୍ବପ୍ନ ଖିଆଲଟେ।।
ସୁଖ ବାରହାତୀ ଶାଢ଼ୀ ସବୁବେଳେ ଚାଖଣ୍ଡେ ନିଅଣ୍ଟ।
ଏକା ଗାରକରେ କେ’ବା ଦେଇଅଛି ଜୀବନକୁ କଣ୍ଟ ।।
ନଥିଲା ଗଛର ଛାଇ କେବେ ସ୍ମୃତି କେବେ ବା ଅତୀତ।
ଅପେକ୍ଷା ଋତୁ ଟେ ସିନା ବସିଥାଏ ସୁଖ ସାଥେ ମୀତ।।