• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବନ୍ଧନ

ବନ୍ଧନ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଅପ୍ରେଲ ୨୦୨୩

ସବୁ ବନ୍ଧନ ତ ଇପ୍ସିତ ନୁହେଁ ସବୁ ନୁହେଁ ଆପଣାର।
ସବୁ ବନ୍ଧନ ତ ଅପେକ୍ଷା କରେନି ନା’କୁ ନଥାଏ ଡର।
ସବୁ ବନ୍ଧନର ମୋହରେ ମରେନି ପନ୍ତାକୂଳିଆ ସୋସ।
ସବୁ ବନ୍ଧନର ଦିହକ କି ଭୋଗେ ନିର୍ଜଳ ଉପବାସ।

ସବୁ ବନ୍ଧନ ଛାଇର ଛୁଆଁ ରେ ଅଳସେଇ ଯାଏ ଦେହ
ସବୁ ବନ୍ଧନର ବାଙ୍କିମୂହାଣେ ଦାରୁ ସାଜେ ଗୋଟେ ମୋହ?
ସବୁ ବନ୍ଧନ ଅଖିମୂଠି ଧରି ସୁଖ ଅନୁକୂଳ କରେ
ସବୁ ବନ୍ଧନ ସୁନାରୀଫୁଲରେ, ଖରା ସୁନା ହୋଇ ଝରେ?

ସବୁ ବନ୍ଧନ ପାହାଡ଼ ସେପାଖ ମେଘ ହୋଇ ହସୁଥାଏ
ସବୁ ବନ୍ଧନ ଏପାଖ ରୁ ଥାଇ ଧିରେ ତିନ୍ତେଇ କି ଯାଏ?
ସବୁ ବନ୍ଧନ ନିମ୍ବପିତା ପରି ମିଠାଠୁଁ ମଧୁର ହୁଏ
ସବୁ ବନ୍ଧନ ହଜିବା ଭିଡ଼ରେ ଖୋଜିବାକୁ ଭଲପାଏ ?

ବନ୍ଧନରେ ଦେହ ବନ୍ଧନେ ମୋହ ବନ୍ଧନରେ ମୋକ୍ଷ ହେଉ
ବନ୍ଧନ ମୁକ୍ତ ଜୀବନେ କି ସୁଖ! ଦୁଃଖେ ଦିନ ସରି ଯାଉ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.