ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଅପ୍ରେଲ ୨୦୨୩
ସବୁ ବନ୍ଧନ ତ ଇପ୍ସିତ ନୁହେଁ ସବୁ ନୁହେଁ ଆପଣାର।
ସବୁ ବନ୍ଧନ ତ ଅପେକ୍ଷା କରେନି ନା’କୁ ନଥାଏ ଡର।
ସବୁ ବନ୍ଧନର ମୋହରେ ମରେନି ପନ୍ତାକୂଳିଆ ସୋସ।
ସବୁ ବନ୍ଧନର ଦିହକ କି ଭୋଗେ ନିର୍ଜଳ ଉପବାସ।
ସବୁ ବନ୍ଧନ ଛାଇର ଛୁଆଁ ରେ ଅଳସେଇ ଯାଏ ଦେହ
ସବୁ ବନ୍ଧନର ବାଙ୍କିମୂହାଣେ ଦାରୁ ସାଜେ ଗୋଟେ ମୋହ?
ସବୁ ବନ୍ଧନ ଅଖିମୂଠି ଧରି ସୁଖ ଅନୁକୂଳ କରେ
ସବୁ ବନ୍ଧନ ସୁନାରୀଫୁଲରେ, ଖରା ସୁନା ହୋଇ ଝରେ?
ସବୁ ବନ୍ଧନ ପାହାଡ଼ ସେପାଖ ମେଘ ହୋଇ ହସୁଥାଏ
ସବୁ ବନ୍ଧନ ଏପାଖ ରୁ ଥାଇ ଧିରେ ତିନ୍ତେଇ କି ଯାଏ?
ସବୁ ବନ୍ଧନ ନିମ୍ବପିତା ପରି ମିଠାଠୁଁ ମଧୁର ହୁଏ
ସବୁ ବନ୍ଧନ ହଜିବା ଭିଡ଼ରେ ଖୋଜିବାକୁ ଭଲପାଏ ?
ବନ୍ଧନରେ ଦେହ ବନ୍ଧନେ ମୋହ ବନ୍ଧନରେ ମୋକ୍ଷ ହେଉ
ବନ୍ଧନ ମୁକ୍ତ ଜୀବନେ କି ସୁଖ! ଦୁଃଖେ ଦିନ ସରି ଯାଉ।