ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଜୁଲାଇ ୨୦୨୪
ମୋ ସ୍ବପ୍ନର ଡେଣା ପାଇଁ ଟାଣପଣ ଯୋଗାଡୁ ଯୋଗାଡୁ ।
ଭୁଲୁଥାନ୍ତି ନିଜକଥା ମୋ ବାଟକୁ ସଜାଡୁ ସଜାଡୁ ।।
ଦେହରୁ ମୁକୁଳୁଥାନ୍ତି ସାମର୍ଥ୍ୟର ଶେଷଗାର ଡେଇଁ ।
ମୋ ହାତେ ହାତକୁ ଥୋଇ ଚାଲୁଥାନ୍ତି ଶ୍ରେଷ୍ଠଦମ୍ଭ ହୋଇ ।।
ସରୁଥାନ୍ତି ଦିନୁଦିନ ମାଟିଘର ପଲସ୍ତରା ପରି ।
କଣ୍ଟ ଆଡେ ଧାଉଁ ଧାଉଁ ନିଜସ୍ବର ଦିଅନ୍ତି ପାଶୋରି ।।
ଆତକଣ୍ଠ ହୋଇ କେଭେଁ ମୋ ଆଡକୁ ବଢାନ୍ତିନି ହାତ ।
ତାଙ୍କ ହାତ ଚଉଦପା ନିଜ ପାଇଁ ବଳିଲା ସାମର୍ଥ୍ୟ ।।
ନିଜଠି ହଜିବା ପୁଣି ନିଜଠାରୁ ମୁକୁଳି ଆସିବା ।
ନିଜକୁ ବାଣ୍ଟିବା ପୁଣି ନିଜପାଇଁ ନିଅଣ୍ଟିଆ ହେବା ।।
ସରଗକୁ ଦିଆଙ୍ଗୁଳ କରିବାର ଯୋଜନା ଭିତରେ ।
ଟାଣପଣ ଭାଙ୍ଗୁଥାଏ ଲୁହ ହୋଇ ଭିତରେ ଭିତରେ ।।
ବାପା ମୋ ଭୋଦୁଅଖରା ଦୁଃଖ ଭିଜା ଜୀବନ ପୃଷ୍ଠାରେ ।
ମୁଣ୍ଡ ଟେକି ଚାଲୁଥାଏ ସିଏ ଥିଲେ ମୋ ପରିଚୟରେ ।।