• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭଲଦିନ

ଭଲଦିନ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୬ ଅପ୍ରେଲ ୨୦୨୫

କ୍ରମଶଃ ଦିନ ସରି ଯାଉଛି।
ସବୁ କଥାରେ ଆମେ ଝୁଣ୍ଟୁଛୁ ଆଜିକାଲି
କେମିତି ଅବାଂଛିତ ହୋଇଯାଏ
ମଣିଷ ନିଜ ଘରେ,
ଅଜାଣତରେ।
ସକାଳ ହେଲାକ୍ଷଣି
କୋଟି କୋଟି ଟଙ୍କାର ବାହାଷ୍ଫୋଟ
ଟେଲିଫୋନରେ।
ପ୍ରାସାଦ ପରେ ପ୍ରାସାଦ ତୋଳିବାର
ଅହଙ୍କାର ପ୍ରତି କଥାରେ।
ମୋ ଚେତନା ଅଶୁଦ୍ଧ ହୋଇଗଲାଣି
ପ୍ରତିଦିନ ଏଇ ଏକାକଥା ଶୁଣି ଶୁଣି।
ଅନନ୍ତ ଶ୍ୟାମଳିମା ଉପରେ
ରକ୍ତର ଛିଟା ଚାରିଆଡ଼େ।
ଏ ଘର ଥିଲା ଦିନେ
ସରସ୍ୱତୀଙ୍କର ଆବାହନର ଘର।
ଏଠି ଦେବୀ ବନ୍ଦନା ଶୁଭୁଥିଲା
ସକାଳ ହେଲେ।
ଝିଅ ଅଭ୍ୟାସ କରୁଥିଲା ଉଚ୍ଚାଙ୍ଗ ସଙ୍ଗୀତ
ପ୍ରତି ପ୍ରତ୍ୟୁଷରେ।
ପୁଅ ବଜାଉଥିଲା ତନ୍ମୟ ହୋଇ ତବଲା।
ମୁଁ ସୀତାର ଧରି ବସି ଯାଉଥିଲି
ସେମାନଙ୍କ ପାଖରେ।
ଆମର ସମ୍ମିଳତ ଅର୍କେଷ୍ଟ୍ରା ଶୁଣି
ଖୁସିରେ ଉଜ୍ଜ୍ୱଳ ହୋଇ ଉଠୁଥିଲା ତମ ମୁହଁ
ସକାଳେ ଗୀତ ଗାଉଥିବା ନାନାବିଧ ପକ୍ଷୀପରି
ଘରଟା ସେମିତି ମନେ ହେଉଥିଲା।
ବିହ୍ୱଳ ହୋଇ ଶୁଣୁଥିଲି
ଭଜନ ସମ୍ରାଟ ଭିକାରିବଳ,
ସିକନ୍ଦର ଆଲାମ ଆଉ
ପ୍ରଣବ ପଟ୍ଟନାୟକଙ୍କ ଗୀତ।
ସାନ ଭାଇ କଣ୍ଠରେ ମୁକେଶ, ରଫି
ଏବଂ ଜଗତ୍ ଜିତ୍ ସିଂ ସଙ୍ଗୀତ
କେତେ ସୁନ୍ଦର ଥିଲା ସେଦିନ ସବୁ
କୁଆଡ଼େ ହଜିଗଲା
ନା ହଜାଇ ଦେଲୁ ବେହୁସିଆର ହୋଇ।
କେବେ ଆସିବ ଭଲ ଦିନ?
ଯେତେବେଳେ ବାଜିବ ସୀତାରରେ
ରାଗ ମାଲ୍କୋଶର ସ୍ୱର।
ମୋ ଝିଅର ଉଚ୍ଚାଙ୍ଗ ସଙ୍ଗୀତର ମୂର୍ଚ୍ଛନା
ସଂଚରି ଯିବ ତା ଝିଅ ପାଖକୁ।
ସେ ଗୀତ ଗାଇବ।
କବିତା ଲେଖିବ, ଚିତ୍ର ଆଙ୍କିବ
ସେଇ ଦିନ ହେବ ଭଲଦିନ।
ପବିତ୍ର ମଙ୍ଗଳସୂତ୍ର ଓ ଗଣ୍ଠିଆଳ ପରି
ସେଇ ଭଲ ଦିନକୁ ମୁଁ ସାଇତି ରଖିବି।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.