• About
  • Contact
Monday, March 23, 2026
Monday, March 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭାଙ୍ଗିଯାଉଅଛି ଷଠିଘର

ଭାଙ୍ଗିଯାଉଅଛି ଷଠିଘର
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ମଇ ୨୦୨୪

ମୁହିଁ ରହିଅଛି ଗଭୀର ଚିନ୍ତାରେ
ଭାଙ୍ଗିଯାଉଅଛି ଷଠିଘର
ମୋ ଘରୁ ମୋ ଶବ ଉଠିବକି ନାହିଁ
ତାହା ଚିନ୍ତାର କାରଣ ମୋର.
ଏ ଘର ଅଗଣା ଶୈଶବେ ମୋହର
ଥିଲା ଖେଳିବାର କ୍ଷେତ୍ର ଟିଏ
ବସି ଏହିଠାରେ ପଢି ଶିଖିଛି ମୁଁ
ବୁଢୀମା କୋଳେ ବସିକି ଖାଏ.
ବାପାଙ୍କର ହାତ ଧରି ମୁଁ ଚାଲିଛି
ଶୁଣିଛି ତାଙ୍କ ଆକଟ କେତେ
ମା’ ତା ପଣତ ଦେଇଅଛି ପାରି
ନିର୍ଭୟେ ଶୋଇଛି ସେ ପଣତେ.
ମାନ ଅଭିମାନ କରିଛି ଏ ଘରେ
ହସିଛି କାନ୍ଦିଛି କେତେ ଯେ ମୁହିଁ
ହସରେ କାନ୍ଦରେ ମୋର ମାତା ପିତା
ମୋ ସାଥେ ରହନ୍ତି ତାଳ ମିଳାଇ.
ମୋ ଜୀବନ ସାଥୀ ସାଥେ ଏଇଠି ମୁଁ
ବାନ୍ଧି ହୋଇଅଛି ପୂତ ବନ୍ଧନେ
ସୁଖେ ଦୁଃଖେ ଆମ ଦାମ୍ପତ୍ୟ ଜୀବନ
କଟିଛି ଉଚ୍ଚରେ ପୁଣି ପତନେ.
ହୋଇଅଛୁ ପୁଣି ଆମେ ବାପା ମା’ ଏଠି
କୋଳକୁ ଆସିଛି କନ୍ୟା ସନ୍ତାନ
ସେହି ସନ୍ତାନ ର କୁଆଁ କୁଆଁ ରବେ
ହୋଇଛି ଆମର ଜୀବନ ଧନ୍ୟ.
ମାତା ପିତା ଶବ ଏଇଠୁ ଉଠିଛି
ହୋଇଯାଇଅଛି ଛେଉଣ୍ଡ ମୁହିଁ
ସ୍ମରଣ କରିଛି ମାତା ପିତା ମୁହଁ
କାନ୍ଦିଛି କେତେ ମୁଁ ମୁହଁ ଲୁଚାଇ.
ମୋ ପୁଅ ଝିଅଙ୍କ ମାଙ୍ଗଳିକ କାର୍ଯ୍ୟ
କରିଛି ଆନନ୍ଦେ ଏ ଘରେ ମୁହିଁ
ଲିପିପୋଛି ଏହି ଘରକୁ ଶ୍ରଦ୍ଧାରେ
ଏତେ ଦିନ ଯାଏ ଥିଲି ବଞ୍ଚାଇ.
ସୃଷ୍ଟି ସ୍ଥିତି ଆଉ ବିଲୟ ଶାଶ୍ୱତ
ଏହି ସୃଷ୍ଟିର ତ ନିୟମ ଏହା
ସବୁ ଜାଣି ମୁହିଁ ହୃଦୟେ ମୋହର
କୋହ ଉଠାଇ କାନ୍ଦୁଛି ଯାହା.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କବିତା ଓ ଆମେ
Literature

କବିତା ଓ ଆମେ

by ଦେବେନ୍ଦ୍ର କୁମାର ସାହୁ
March 22, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ମାର୍ଚ୍ଚ ୨୦୨୬ କବିତା କବିର ହୃଦୟର କଥା କେବେ ସେ ସରଳ କେବେ ସମ୍ଭ୍ରାନ୍ତ କବିତାର ସ୍ୱର ଅଜର ଅମର...

Read more
ଏପାଖ ସେପାଖ

ଏପାଖ ସେପାଖ

March 16, 2026
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.