• About
  • Contact
Tuesday, January 20, 2026
Tuesday, January 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭାରତୀ ଦାଶ (ଭାଗ ୪୦)

ଭାରତୀ ଦାଶ (ଭାଗ ୪୦)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧ ୮ ଅଗଷ୍ଟ ୨୦୨୫

ଭାରତୀ ଦାଶ କଥା ନଲେଖିଲେ ମୋର ଏ ଆତ୍ମଜୀବନୀ ଅସମ୍ପୂର୍ଣ୍ଣ ରହିଯିବ। ସେ ମୋର ଜଣେ ପ୍ରିୟ ବାନ୍ଧବୀ ଥିଲେ। ହେଲେ, ଆମେ ଦୁହେଁ ପରସ୍ପରକୁ ବୋଧେ ଜୀବନ ସାଥୀ ହେବାପାଇଁ ପ୍ରେମ କରୁନଥିଲୁ। ଆମ ବନ୍ଧୁତା ଥିଲା ସାହିତ୍ୟ ଚର୍ଚ୍ଚା ଯାଏଁ ସୀମାବଦ୍ଧ।

ଭାରତୀର ଡାକ ନାଁ ଥିଲା ଝୁନୁ। ମୁଁ ତାକୁ ସେଇ ନାଁରେ ହିଁ ଡାକୁଥିଲି। ମୋ ସାନ ଭଉଣୀର ନାଁ ବି ଝୁନୁ। ମୋ ଅଜାଘର ସାହି କାଳିକା ଦେବୀ ସାହିରେ ହିଁ ଥିଲା ଭାରତୀର ଘର। ଆମେ ଜଲେଜରେ ବି.ଏ. ପଢ଼ିଲା ବେଳେ ତା’ ବୋଉ ଚାଲିଗଲେ। ସେ ବି ଥିଲେ ମୋ ବୋଉର ବାଲ୍ୟ ବାନ୍ଧବୀ। ତାଙ୍କ ନନାଙ୍କୁ ଲୋକେ କେଳୁ ମୋହରୀର ବୋଲି ଜାଣିଥିଲେ। ଭାରତୀର ନନା ବି ଥିଲେ ମୋ କକେଇଙ୍କ ସହପାଠୀ। ସେ ପୋଲିସ୍ ସବ୍ଇନିସ୍ପେକ୍ଟର ଥିଲେ। ଭାରତୀର ବୋଉ ଏକମାତ୍ର ଝିଅ ଥିବାରୁ ତା ନନାଙ୍କୁ ତା ଅଜା ଘର ଜ୍ୱାଇଁ କରିଥିଲେ।

ଶୈଳ ପରି ଭାରତୀ ମୋର ସ୍କୁଲ ବା ଇଣ୍ଟରମିଡ଼ିଏଟ୍ ଶ୍ରେଣୀର ସହପାଠିନୀ ନଥିଲା। ଶୈଳ ସହ ମୋର ଜୀବନସାଥି ହେବା ଲାଗି ପ୍ରେମ ଇଣ୍ଟରମିଡ଼ିଏଟ୍ ଶ୍ରେଣୀରେ ଆରମ୍ଭ ହୋଇଥିଲା।

ଭାରତୀ କିନ୍ତୁ ମନେ ମନେ ମୋତେ ଭଲ ପାଉଥିଲା। ଶୈଳକୁ ବାହା ହେବା କଥା ଶୁଣିଲା ପରେ ସେ ମତେ ତା ମନକଥା କହିଲା। ସେତେବେଳକୁ ଅନେକ ଡେରି ହୋଇଯାଇଥିଲା। ଆଉ ସପ୍ତାହଟେ ଥିଲା ଆମ ବାହାଘର। ତେବେ, ଭାରତୀ ଓ ମୋର ସାମଞ୍ଜସ୍ୟ ଥିଲା ଅନେକ- ଜାତି ସମାନ ଥିଲା, ଭଭୟ ପରିବାର ପରସ୍ପରକୁ ଜାଣିଥିଲେ। ତଥାପି, ଆମେ ପରସ୍ପରକୁ ବୁଝିପାରିଲୁ ନାହିଁ। ଅନେକ ବର୍ଷ ପରେ ଦେଖାହେଲା ବେଳେ ଆମେ ସେକଥା ଭାବି ଅନେକ ମନଦୁଃଖ କଲୁ। ଭାରତୀର ଅନର୍ସ ଥଲା ମନସ୍ତତ୍ଵ। ବି.ଏ.ରେ ତା ଅନର୍ସ କଟିଗଲା ପରେ ସେ ପୁରୀରେ ବି.ଏଡ଼. କଲା। ତା ବଡ଼ଭାଇନା ଥିଲେ ଓକିଲ। ଅଜା ମୋହରୀର ଥିଲେ। ଛାତ୍ର ରାଜନୀତିରେ ଥିବାରୁ ତାକୁ କେତେଜଣ ଓକିଲ ବି ଜାଣିଥିଲେ। ସେ ଓକିଲାତି ପଢିଲା। ସେ ହିଁ ଥିଲା ତା’ର ଭାଗ୍ୟ। ପୁରୀ ବାରରେ ଓକିଲାତି କଲାପରେ ସେ କଟକ ଯାଇ ହାଇକୋର୍ଟରେ ଓକିଲାତି ଆରମ୍ଭ କଲା। ଏ ଭିତରେ ଜଣେ ଶିଳ୍ପ ବିଭାଗ ଅଫିସରଙ୍କ ସହ ତାର ପ୍ରେମ ହେଲା। ତାଙ୍କୁ ବାହା ହୋଇ ସେ କଟକରେ ରହିଲା। କଂଗ୍ରେସରେ ଯୋଗ ଦେଇ ସେ କର୍ପୋରେଟର ହେଲା। ତାହା ଆଗରୁ ଥରେ ଜନତା ଦଳରୁ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରୁ ସେ କାଉନସିଲର ହୋଇଥିଲା ତୁଳସୀପୁରରୁ।

ଭାରତୀ ବଡ଼ ଓକିଲ ହେଲା।ରାଜନୀତିରେ ବି ଆଗକୁ ଗଲା। ରାଜନୀତିରେ ଆସିବା ଆଗରୁ ତା’ର ଗପ ବହିଟିଏ ପ୍ରକାଶିତ ହୋଇଥିଲା। ମୁଁ ବି ତା ଗପ ମୋ ପତ୍ରିକାରେ ଛାପିଥିଲି। ଓଡ଼ିଶାର ଅନେକ ବଡ଼ ବଡ଼ ପତ୍ରିକା ତା ଗପ ଛାପିଥିଲେ। ରାଜନୀତିର ଜଙ୍ଗଲ ଭିତରେ ତା ଭିତରର ଲେଖକଟି କେମିତି କେଉଁଠି ହଜିଗଲା କେଜାଣି?

ଦିନେ ସଂଜରେ ଭାରତୀର ଫୋନ୍ ଆସିଲା। ଥରେ ସେ ତା ଝିଅ ଜ୍ୱାଇଁଙ୍କ ସହ ଏନ୍.ବି.ଟି.ର ଗେଷ୍ଟ ହାଉସରେ ରହିଥିଲା। ତା ସ୍ଵାମୀ ଦିଲ୍ଲୀରେ ଓଡ଼ିଶା ଭବନରେ ରୁମ୍ ପାଇଲେ ନାହିଁ। ଆମ ଗେଷ୍ଟ ହାଉସ୍ ବସନ୍ତ କୁଂଜରେ। ମୁଁ ଦିଲ୍ଲୀରେ ନଥାଏ ସେଦିନ। ଆମ ଗେଷ୍ଟ୍ ହାଉସରେ ପରିଚାଳକ ମୋ ଫୋନ୍ ପାଇ ତାଙ୍କୁ ରହିବାକୁ ରୁମଟିଏ ଦେଲେ। ଘଣ୍ଟାକ ପରେ ଓଡ଼ିଶା ଭବନରୁ ତାଙ୍କୁ ଫୋନ୍ ଆସିଲା ଯେ ତାଙ୍କୁ ରୁମ୍ ମିଳିଯାଇଛି। ସେ ଆସିପାରିବେ।ଏନ୍.ବି.ଟି. ଗେଷ୍ଟ ହାଉସରେ ତାଙ୍କ ଏଣ୍ଟ୍ରି ସରିଥିଲା। ସେ କିନ୍ତୁ ସଙ୍ଗେ ସଙ୍ଗେ ଓଡ଼ିଶା ଭବନ ଗଲିଗଲେ।

ମୁଁ କି ଭାରତୀକୁ କହିପାପାରିଥାନ୍ତି ଯେ ତା ସ୍ୱାମୀ ଏତେ ବଡ଼ ଅଫିସର ହୋଇ ଏଣ୍ଟ୍ରି କରିକି ଏନ୍.ବି.ଟି. ଗେଷ୍ଟ ହାଉସର ରାତିକର ଭଡ଼ା ଦେଲେ ନାହିଁ ବୋଲି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

by Manas Ranjan Mahapatra
January 20, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬ ୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ...

Read more
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.