• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୩୦)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୩୦)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୯ ଜୁନ୍ ୨୦୨୫

ସୀତାକାନ୍ତ ମହାପାତ୍ରଙ୍କ ସେବା କରି ତାଙ୍କ ଦୟାରୁ ଚାକିରି ପାଇଥିବା ମୋ ଉତ୍ତରାଧିକାରୀଙ୍କ ବେଳକୁ ଅବସ୍ଥା ଅନେକ ବଦଳିଗଲାଣି। ୧୯୯୦ରୁ ୨୦୦୦ ଏ ଦଶବର୍ଷ ଥିଲା ଭାରତୀୟ ପ୍ରକାଶନ ଓ ମୁଦ୍ରଣର ସନ୍ଧିକାଳ। ଲେଟର ପ୍ରେସ୍‌ର ଯୁଗ ସରିଛି, ଫଟୋ ଟାଇପ୍‌ ସେଟିଂ ଓ ପରେ ପରେ ଡି.ଟି.ପି. ଆସିଗଲା। ସଂସ୍ଥା ସୀମିତ, କୁଶଳୀ କର୍ମଚାରୀ ବି ସୀମିତ। ପ୍ରେସ୍‌ ସବୁ ବନ୍ଦ ହୋଇଗଲା ପରେ ପ୍ରୁଫ୍‌ ରିଡ଼ରମାନେ ଚାକିରି ହରାଇ ବସିଲେ, ସେମାନେ ଅନ୍ୟ କାମରେ ଲାଗିଗଲେ, ତା ଭିତରୁ ଅନେକେ ଓ ଲେଟର ପ୍ରେସ୍‌ମାନଙ୍କ କମ୍ପୋଜିଟର୍‌, ମେସିନ୍‌ମ୍ୟାନ୍‌ ମାନେ ବୃତ୍ତି ହରାଇ କେହି କେହି ସିନେମା ହଲ୍‌ ଜଗୁଆଳି, ରିକ୍ସା ଚାଳକ ଆଦି ହେବା ମୁଁ ଦେଖିଛି। ଅଟୋରିକ୍‌ସା ସେତେବେଳକୁ ବହୁତ କମ୍‌। ସେ ବ୍ୟବସାୟ ସେତେବେଳକୁ ଆରମ୍ଭ ହେଇନି। କେତେଜଣ କୁଶଳୀ କର୍ମଚାରୀ ପାନଦୋକାନ, ଚା ଦୋକାନ ଖୋଲି ବସିବା, କେତେଜଣ ଭିକ ମାଗିବା ମୁଁ ନିଜ ଆଖିରେ ଦେଖିଛି। ଶିଳ୍ପ ବିପ୍ଲବ ଆସିଲା ପରେ ୟୁରୋପ ଆମେରିକାର କୁଶଳୀ ଶ୍ରମିକମାନଙ୍କର ବି ଏମିତି ଅବସ୍ଥା ହୋଇଥିବ।

ଏସବୁ କଥା ଭାବିଲେ ଗୋଦାବରୀଶ ମହାପାତ୍ରଙ୍କ “ମାଗୁଣିର ଶଗଡ଼” ଗହନ କଥା ମନେପଡ଼େ। ଏବେ ଆଇ.ଟି. ବିପ୍ଲବ ବା ଡିଜିଟାଲ ଜଗତରେ ମୋ ପରି ଲୋକେ ବି ମାଗୁଣି ପରି ଅସହାୟ।

୧୯୯୨ ଫେବୃୟାରୀରେ ବିଶ୍ଵ ପୁସ୍ତକ ମେଳା ଦିଲ୍ଲୀରେ ଥାଏ। ତେଣୁ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଜାତୀୟ ପୁସ୍ତକ ଭତ୍ସବ ହେବାକୁ ଠିକ କରାଗଲା। ସ୍ଥାନ ନିରୂପଣ କରିବାକୁ ଆମ ପ୍ରଦର୍ଶନୀ ବିଭାଗର ମୁଖ୍ୟ ତାଲେବର ଗିରି ଓ ମୁଁ ଆସି ଭୁବନେଶ୍ୱରରେ ପହଞ୍ଚିଲୁ। ସଂସ୍କୃତି ମନ୍ତ୍ରୀ ଶରତ ଜୁମାର କରଙ୍କୁ ଦେଖାକରି ସେକ୍ରେଟେରିଏଟ୍‌ ଭିତରେ ପଶିଲୁ।

ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସହ ମୋର ଆଗରୁ ପରିଚୟ ଥାଏ। ସେ ସେତେବେଳେ ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ। ତାଙ୍କ ପରାମର୍ଶରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ଭେଟିଲୁ। ସେ ସେତେବେଳକୁ ଜଣାଣୁଣା ଗାଳ୍ପିକ, ଆମେ ଦୁହେଁ ପରସ୍ପରକୁ ପ୍ରଥମ ଥର ଭେଟିଲୁ, ଯଦିଓ ପରସ୍ପରର ଲେଖା ଆମେ ଆଗରୁ ପଡ଼ିଥିଲୁ।

ଚରୁଣକାନ୍ତି ମିଶ୍ର ଆମକୁ ଚାହା ପିଆଇଲେ। ଚାହା ପିଉ ପିଉ ତାଲେବର ଗିରି ପଚାରିଲେ, “ଓଡ଼ିଶାରେ ସବୁ ଆଇ.ଏ.ଏସ୍‌. ଅଫିସରମାନେ ଲେଖକ କାହିଁକି?”

“କାରଣ ଲେଖକମାନଙ୍କ ଅନ୍ନସଂସ୍ଥାନ ପାଇଁ କିଛି ସରକାରୀ ବ୍ୟବସ୍ଥା ନାହିଁ। ମୁଁ ପାଠ ପଢିଥିଲି କଲେଜ ଅଧ୍ୟାପକ ହେବି ବୋଲି, ପରୀକ୍ଷା ଦେଉ ଦେଉ ଆଇ.ଏ.ଏସ୍‌. ମିଳିଗଲା। ଲେଖାଲେଖି ତ ଆଗରୁ କରୁଥିଲି, ଆଇ.ଏ.ଏସ୍‌. ପାଇବା ପରେ ଅନ୍ନସଂସ୍ଥାନ ବି ହୋଇଗଲା।” ତରୁଣକାନ୍ତି ମିଶ୍ର ହସି ହସି ଉତ୍ତର ଦେଲେ।

ତା’ପରେ ସେ କହିଲେ, “ମାନସ ଯେଉଁ ଚାକିରି କରିଛନ୍ତି, ତାହା ତାଙ୍କ ଅନ୍ନସଂସ୍ଥାନ ଓ ଲେଖାଲେଖି ପାଇଁ ଠିକ୍‌। ହେଲେ, ଏ ଚାକିରୀଗୁଡ଼ିକର ସଂଖ୍ୟା ସୀମିତ।”

ରାମ ମନ୍ଦିର ପାଖ ପ୍ରଦର୍ଶନୀ ପଡ଼ିଆ ସେତେବେଳେ ନୂଆ। ସେଠି ଗୋଟିଏ ବଡ଼ ପ୍ରଦର୍ଶନୀ ଚାଲିଥାଏ। ପଡ଼ିଆର ଅଧା ସେତେବେଳେ ବଂଦ । ସେଇଠି ପ୍ରଦର୍ଶନୀ କରିବା ଭଲ ହୋଇଥିବାରୁ ପୁସ୍ତକ ଉତ୍ସବ ସେଠି କରିବାକୁ ସେ ପରାମର୍ଶ ଦେଲେ।

ଆମ ପାଖରେ ଅନୁରୋଧ ପତ୍ର ଥିଲା। ଅବିଳମ୍ବେ ତାହା ତାଙ୍କୁ ଦେଲୁ।ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ସ୍ୱୀକୃତି ସେ ତାହା ଅବିଳମ୍ବେ ଫାଇଲ୍‌ରେ ପଠାଇଦେଲେ। ପରଦିନ ଆମକୁ ଅନୁମତି ପତ୍ର ମିଳିଗଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.