ଆଲୋକ କୁମାର ପ୍ରଧାନ, ପୁରୀ, ୯ ଅକ୍ଟୋବର ୨୦୨୩
ଜୀବନ ମାରଦା ଆଟୁ ଆଉଟେ ସେ ଉତ୍ତାପ ତା ଦେହେ
ଫେରାଏନି ଦୁଃଖ କେତେ ଭୋଗି ଚାଲେ ଶୃଙ୍ଖଳା ର ମୋହେ
ଯେଉଁ ଦେହ ଦେହୀଠାରୁ ବିଦେହର ଶଯା ମାଗି ନିଏ
ନିଜଗଢା ଦୁନିଆରେ ଯେବେ ସିଏ କୁଣିଆଟେ ହୁଏ।
କିମିଆଁ କଲମେ ଲେଖେ ମରମର ମଳିନ ଶରଧା
ମାଛି କୁ ମ ନକହି ମାଗିବସେ ସେ ସୁଖଦୁଃଖ ଅଧା
ପବନର ତଣ୍ଟିପଡ଼େ ଆକାଶ ବି ନଇଁ ପଡ଼ି ହସେ
କାରୁଣ୍ଯ ଆରପଟରୁ କେବେ ଗୋଟେ ଖୁସି ମୁହଁ ଦୁଶେ।
ମନକୁ ପାଇଲେ ଥରେ ଅବାଟର ଚେହେରା ଦିଶେନି
ଓଲେଇ ଗାଈର ଗପ ଦେହ ସହେ ମନକୁ ବାଧେନି
ବାଞ୍ଝମାଟି ଫଟାଛାତି କଅଁଳିବ କଅଁଳିବ ହୁଏ
ଶତୃ ଭାଲ ଗେଲେ ଗେଲେ ଛାତିଚିରି ଭୁଇଁ ରେ ଲୋଟାଏ।
ବିବଶପଣକୁ ମାପି ବରିନେଲେ ରାତିଭରା ଶ୍ବନ
ଟୋପାଏ ଲୁହକୁ ନେଇ ଜିଇଁ ହୁଏ ବଳକା ଜୀବନ।