• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଜୁବାବୁ (ଭାଗ ୩୭)

ସତରେ ଏମିତି ହୁଅନ୍ତା କି-୧୮
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୮ ଜୁଲାଇ ୨୦୨୫

ମୁଖ୍ୟମନ୍ତ୍ରୀକୁ ବ୍ୟକ୍ତିଗତ ଭାବେ ଭେଟି ଉଦ୍‌ଘାଟନ ପାଇଁ ଅନୁରୋଧ କରିବା ଉଚିତ୍ ହେବ ବୋଲି ସଂସ୍କୃତି ମନ୍ତ୍ରୀ ଶରତ କୁମାର କର କହିଲେ। ବିଜୁ ପଟ୍ଟନାୟକଙ୍କ ସହ ମୋର ଆଗରୁ ଉମରକୋଟରେ ସ୍କୁଲ ପ୍ରଧାନଶିକ୍ଷକ ଥୁଲାବେଳେ ଦେଖାହୋଇଥିଲା। ତା ଆଗରୁ ତାଙ୍କ ଡାକରାରେ ଆମେ ୧୯୭୭ ମସିହାରେ ଛାତ୍ରଜନତା ପକ୍ଷରୁ ଜୋତା ପଲିସ୍ କରି ରୋଜଗାର କରି ଜନତା ପାର୍ଟିର ନିର୍ବାଚନ ପାଣ୍ଠିକୁ ଦେଇଥିଲୁ। ହେଲେ, ସେ ଥିଲେ ଅତ୍ୟନ୍ତ ମନୁଆ, ହଠାତ୍ ରାଗିଯାଉଥିଲେ।

ତାଲେବର ଗିରି ଦିଲ୍ଲୀ ଫେରିଗଲେ। ବିଜୁବାବୁଙ୍କୁ ଦେଖା କରିବାକୁ ସେ ଡରିଲେ। ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କ ସହ ଫୋନ୍‌ରେ କଥା ହେଲି। ସଂସ୍କୃତି ମନ୍ତ୍ରୀ ଓ ମୁଁ ଯାଇ ବିଜୁବାବୁଙ୍କୁ ଭେଟି ପୁସ୍ତକ ମେଳା ଉଦ୍‌ଘାଟନ କରିବାକୁ ଅନୁରୋଧ କରିବୁ ବୋଲି ସ୍ଥିର ହେଲା।ବିଜୁବାବୁ ସାଢ଼େ ଛଅ ଫୁଟ ଉଚ୍ଚତାର ମଣିଷ, ଗମ୍ଭୀର, ଶରତ କୁମାର କର ମତେ ତାଙ୍କ ପାଖକୁ ନେଇଗଲେ। ହେଲେ, ଅନୁରୋଧ କରିବାର ଦାୟିତ୍ବଟି ଥିଲା ମୋର।

“ତା’ହେଲେ ତୁମେ ମତେ ପୁସ୍ତକମେଳା ଉଦ୍‌ଘାଟନ କରିବାକୁ କହୁଛ, ହେଲେ, କାହିଁକି? ମୁଁ କ’ଣ ଲେଖକ?” ବିଜୁବାବୁ ପଚାରିଲେ।

“ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆପଣଙ୍କ ଝିଅ ଗୀତା ମେହେଟା ବି ଜଣେ ଜଣାଶୁଣା ଲେଖିକା।” ମୁଁ କହିଲି। ନବୀନ ପଟ୍ଟନାୟକଙ୍କ ନାମ ସେତେବେଳକୁ ମୁଁ କେବଳ ଶୁଣିଥିଲି, ତାଙ୍କ ବ‌ହି ସମ୍ପର୍କରେ ଜାଣିନଥିଲିI

ବିଜୁବାବୁ ଗମ୍ଭୀର ହୋଇଗଲେ।

“ଗୀତା କ’ଣ ଲେଖେ, ସେ କେବଳ ଜାଣେ, ହେଲେ, ଯଦି ତୁମ କଥା ମାନି ପୁସ୍ତକମେଳା ଉଦ୍‌ଘାଟନ କରିବାକୁ ରାଜି ହୋଇଯାଉଛି, ମୋ ସହିତ ଲେଖକ କିଏ ମଞ୍ଚରେ ବସିବ?” ବିଜୁବାବୁ ପଚାରିଲେ।

ତା ଆଗରୁ ଏକ ପୁସ୍ତକ ଉତ୍ସବରେ ବିଜୁବାବୁ ରମାକାନ୍ତ ରଥଙ୍କ ଲେଖକ‌ତ୍ବ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। “ଆମେ ମନୋଜ ଦାସଙ୍କୁ ଡାକିବୁ।” ମୁଁ ଉତ୍ତର ଦେଲି।

“ହଁ ଭଲ। ମନୋଜ ଭଲ ପିଲା।” ବିଜୁବାବୁ କହିଲେ।

ପ୍ରତିନିଧିତ୍ବ ପାଇଁ ଉଦ୍‌ଘାଟନ ଉତ୍ସବରେ ମନୋଜ ବାବୁ, ବିଜୁବାବୁ କିପରି ତାଙ୍କ ବନ୍ଧୁଙ୍କ ଛାତ୍ର ସମ୍ମେଳନରେ ସଂପୂର୍ଣ୍ଣ ଯାତ୍ରା ବ୍ୟୟ ବହନ କରିଥିଲେ, ସେକଥା କହିଲେ।

ତାପରେ ଅରବିନ୍ଦ କୁମାର ଦୁଇଟି ରଂଗୀନ କାଗଜରେ ବନ୍ଧା ପ୍ୟାକେଟ୍ ମୋ ହାତକୁ ଦେଲେ। ପାଖରେ ଥିବା
ତାଲେବର ଗିରି ସଂଗେ ସଂଗେ ଟ୍ରେ ଯୋଗାଡ଼ କରିଦେଲେ, ସେ ଦୁଇଟି ପ୍ୟାକେଟ୍‌ରେ ଥିଲା “ମଶାଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ” ଓ “ମନୋଜ ଦାସଙ୍କ ଗଳ୍ପ”। ବହିଦୁଇଟି ଛପା ଯାଇଥିଲା ଓ ସେ ତାକୁ ନେଇ ଆସିଥିଲେ, ସେପର୍ଯ୍ୟନ୍ତ ସେ ଆମକୁ କହି ନଥିଲେ।

ବ‌ହି ଦୁଇଟି ଉନ୍ମୋଚନ କରି ବିଜୁବାବୁ କହିଲେ, “ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏ ଦୁଇ ଲେଖକଙ୍କ ଅବଦାନକୁ ଏ ଜାତି ସବୁବେଳେ ମନେରଖିବ।”

ଏ ଦୁଇ ଲେଖକ ଥିଲେ ବିଜୁବାବୁଙ୍କ ଠାରୁ ବୟସରେ କନିଷ୍ଠ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.