• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୋଉ

ବୋଉ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଜାନୁଆରୀ ୨୦୨୩

ବୋଉ ମୋର ଏକ ଅବୁଝା ଗଣିତ ତା ସୂତ୍ର ସେ ନିଜେ ଜାଣେ।
ମୋତେ ବୁଝିବାର ସହଜ ବାଟ ଟି ସେ କେମିତି ଅବା ଜାଣେ।
ସିଏ ଚିହ୍ନି ପାରେ ସଭିଙ୍କର ପେଟ ତା ପେଟ ହୁଏନା ଚିହ୍ନି।
ମୁହଁ ଦେଖିକରି ମାପି ପାରେ ଭୋକ ଶୋଷ ଦେଖି ଦିଏ ପାଣି।

ସେ ତଉଲି ପାରେ ତିଳଟିଏ ଦୁଃଖ ତାଳୁରୁ ତଳିପା ଚାହିଁ।
ଅଭଙ୍ଗା ଦେହରେ ଶହେ ଭାଗ ହୋଇ ତା ଲୟ ହଟାଏ ନାହିଁ।
ହଟେନି ତା ପାଦ ନିତି ରଟୁଥାଏ ପେଟେ ଓଦାକନା ଦେଇ।
ଗିନେ ତୋରାଣିରେ ଗଗନେ ମମତା ବତୁରାଇ ଥାଏ ଚାହିଁ।

ସବୁ ବୋଉମାନେ ଥକନ୍ତିନି ବୋଲି ଦୁଃଖ ତାଙ୍କ ପାଖେ ହାରେ।
କେଉଁ ଉପାଦାନେ ଗଢା ସବୁ ବୋଉ ଅସମୟ ରୁହେ ଦୁରେ।
ବୋଉ କେବେ ଶୁଏ ବୋଉ କେବେ ଖାଏ ତା ଖବର ସିଏ ଜାଣେ।
ମୋ ନିତି ଦିନର ଖବର ତା’ପାଖେ ମୋ ବୋଉ କୋଟିରେ ଜଣେ।

ବୋଉ ଗୀତଟିଏ ବୋଉ ଗପଟିଏ ବୋଉ ମୋ ଗଜଲ ଖିଏ।
ବୋଉକୁ କା ସହ ତୁଳନା କରନି ମୋ ବୋଉ ପରା ସିଏ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.