• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୋଉ ବିଛଣାରେ

ବୋଉ ବିଛଣାରେ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୨୬ ସେପ୍ଟେମ୍ବର ୨୦୨୩

ବୋଉ ବିଛଣାରେ ପଡ଼ିଛି
ପଡ଼ିଛି ବୋଲି ତ
ଗୁରୁଣ୍ଡୁଛି ଗୋଟେ ଗେଲବସର ପଣ
ଘର ସାରା
ଉଙ୍କି ମାରୁଛି ଗୋଟେ ପିଲାଦିନ

ବିଛଣାରେ ବୋଉ —
ଆମ ଘର ଦର୍ପିତ ଈଶ୍ଵରୀ
ଗୋଡ଼ ହାତ ଶୀର୍ଣ
ଥରଥର ଓଠ
କହିପାରୁନି —
“ଆରେ, ବୁଢୁ ଫୁନ୍ ନଗା ଚରଣକୁ
ଆଗକୁ କାର୍ତ୍ତିକ
ଆଣିବ ଅଧ ଅଖେ ପଦୁଅଁ କେଶରୀ !”

ବୋଉ ପଡ଼ିବା ଦିନଠୁ
ଘର ବି ଚୁପ୍ ଚାପ୍
ଚାହିଁଛି କେବଳ
ସତେ ଅବା ଦାର୍ଶନିକଟିଏ
ଚିନ୍ତାରେ ଆକୁଳ !

ବିଛଣାରେ ବୋଉ !
ବାରଣ୍ଡାରୁ କେହି ଜଣେ ଡାକୁଛି —
“ଏ, ବୋଉ !
ଇଏ କ’ଣ ?
ଅପା ପାଇଁ ମେଞ୍ଚେ ସନ୍ତୁଳା
ମୋ ପାଇଁ ଖାଲି ଆଳୁ ଚକଟା !?
ମୁଁ ଖାଇବିନି
ଚାଲିଲି ସ୍କୁଲ !”

ସ୍କୁଲ ଯିବା ପିଲାଙ୍କର ଏବେ
ନିଜ ନିଜର ସଂସାର
ବିଛଣାରେ ବୋଉ
ବାରଣ୍ଡା ଶୂନ୍ —-
ଡାକ ଶୂନ —-
କୋଳାହଳ ଶୂନ୍ —-

ଶୂନରେ ପହଁରୁଛି ଟୋପାଏ ପବନ ବୋଲି
ସାରା ଘର ଗୁରୁଣ୍ଡୁଛି ଗେଲବସର ପଣ
ଉଙ୍କି ମାରୁଛି ଗୋଟେ ପିଲାଦିନ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଭାଇଚାରା ର ରଙ୍ଗ
Literature

ଭାଇଚାରା ର ରଙ୍ଗ

by ଦେବେନ୍ଦ୍ର କୁମାର ସାହୁ
March 4, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୬ ସ୍ନେହରେ ପ୍ରେମରେ ଜୀବନ ଭିଜିଲେ କଷ୍ଟ ଦିଏ ନାହିଁ ଭବ ବନ୍ଧନ ମନିଷୀ ଚିନ୍ତକ ସେଥିପାଇଁ ସିନା...

Read more
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.