ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୫
ପୁରୁଣା ମନ୍ଦିରର ଚୂଡ଼ା ପରି
ସମୟ ଆଜି ସ୍ଥିର
ସୁବର୍ଣ୍ଣରେଖା ସୁନା ଝଲମଲ ଢେଉ ଚାରିଆଡ଼େ
ଫୁଲପକା ଗାଁଉଲୀ ସକାଳ
ଭାଷାହୀନ ଭାଷା କେତେ
ଶବ୍ଦହୀନ ଶବ୍ଦ କେତେ
ଆଚ୍ଛନ୍ନ ଆବେଗଭରା
ମୁଗ୍ଧ ଅନୁଭବ
କବି ହୃଦୟର
ସୋରିଷ ଓ ନିମଫୁଲ ମହକରେ
ଅନ୍ଧ ମହୁମାଛି ଆଜି ବାଟ ଭୁଲି
ଚାରିଆଡ଼େ ଆତଙ୍କର ଅହିରାଜ
ସବୁକୁ ସାମ୍ନା କରିବ କବି
ଆଜି ଜନ୍ମଦିନ ରେ।






