• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଚାଲୁଚାଲୁ

ଚାଲୁଚାଲୁ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୩ ଜୁନ୍ ୨୦୨୪

ଚାଲୁଚାଲୁ ଚାଲିଲି ମୁଁ ଏତେ ବାଟ ଜୀବନ ରାସ୍ତାରେ।
ଚାଲୁଥିଲି ଝୁଣ୍ଟୁଥିଲି ଉଠିପଡ଼ି ପୁଣି ଚାଲୁଥିଲି।।
ଶୁଣୁଥିଲି ବାଟକଥା କହୁଥିଲା ତା ନିଜ ଢଙ୍ଗରେ ।
ତାକୁ ହାଲ୍କା ଲାଗୁଥିଲା ମୁଁ ଶୁଣିକି ଓଜନିଆ ହେଲି ।।

କେମିତିକା ସରେ ରାସ୍ତା ସାରୁଥାଏ ନିଜକୁ ଅଧାରୁ ।
କେମିତିକା ଭୁଲୁଥାଏ କେଉଁଠାରୁ ଆରମ୍ଭ ଓ ଶେଷ।
କେମିତି ସେ ଭୁଲ୍ ହୁଏ ଠିକ୍ ଥାଇ ନିଜ ଆରମ୍ଭରୁ।
ଶୋଷ ପାଇଁ ପାଣି ହୋଇ ଶେଷରେ ସେ ହୁଏ ଅବଶୋଷ।।

ଚାଲୁଥିଲି ଭେଟୁଥିଲି ନିଜକୁ ମୁଁ ଅନ୍ଯଠାରୁ ବେଶି ।
ନିଜେ ଏବେ ବାଟଟିଏ ବାରବାଙ୍କେ ସହସା ଧାଉଁଛି।
ଯେ ବାଟେ ଆସିଲି ଧାଇଁ ଏବେ ମୋତେ ଦେଉଛି ଆଉଁସି।
ବାଟେ ଯିବା ବାଟ ହେବା ନିଶା ମୋତେ ଆବୋରି ବସିଛି।

ଚାଲୁଥିଲେ ଚାଲୁଥିବ ନ ଚାଲିଲେ ଚଲେଇବ କିଏ?
ତୁମପାଇଁ କା ଗରଜ କାହାର ବା କିବା ଆସେ ଯାଏ ??

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.