• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଚିତ୍ତଭାଇ: ମୋ ସାମାଜିକ ଚିନ୍ତନର ମୂଳାଧାର (ଭାଗ ୩୮)

ଚିତ୍ତଭାଇ: ମୋ ସାମାଜିକ ଚିନ୍ତନର ମୂଳାଧାର (ଭାଗ ୩୮)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ଅଗଷ୍ଟ ୨୦୨୫

ମୋ ନନାଙ୍କ ପରି ଚିତ୍ତଭାଇ ବି ଥିଲେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ। ଗତ ଶହେବର୍ଷ ଭିତରେ ଓଡ଼ିଶାରେ ଜନ୍ମିତ ଲେଖକ ଓ ସାହିତ୍ୟ କର୍ମୀମାନଙ୍କ ଭିତରେ ଯେଉଁ କେତେଜଣଙ୍କ ସହ ମତେ କାମ କରିବାର ସୁଯୋଗ ମିଳିପାରିଛି, ଚିତ୍ତଭାଇ (ଚିତ୍ତରଂଜନ ଦାସ) ତହିଁରୁ ଅନ୍ୟତମ। ସେ ଥିଲେ ନନାଙ୍କ ସମସାମୟିକ। ୨୦୨୩ ମସିହାରେ ତାଙ୍କର ଜନ୍ମ ଶତବାର୍ଷିକୀ ହେଲା। ତାଙ୍କ ଜୀବନ ଓ କାର୍ଯ୍ୟ ସମ୍ପର୍କରେ ଏକ ଅନ୍ତର୍ଜାତିକ ଆକଳନ ଅତ୍ୟନ୍ତ ଜରୁରୀ।

ଚିତ୍ତଭାଇ ଜଣେ ସାଧାରଣ ଲେଖକ ନଥିଲେ। ସୃଜନଶୀଳ ରଚନା ବ୍ୟତୀତ ସେ ଯେଉଁ ବିବିଧ କ୍ଷେତ୍ରରେ କାମ କରିଥିଲେ, ତାହା ଥିଲା ପଠନ ପ୍ରବୃତ୍ତିର ବିକାଶ, ପଠନ ସଂସ୍କୃତିର ରକ୍ଷଣାବେକ୍ଷଣ, ପଠନ ଆନ୍ଦୋଳନର ସୃଜନ ଓ ପ୍ରୋନ୍ନୟନ, ଅପସଂସ୍କୃତିର ବିରୋଧ ତଥା ଏକ ସୁସଂହତ ସଂସ୍କୃତି ପରିକଳ୍ପନା ପାଇଁ ମୋ ସମୟର ସେ ଥିଲେ ଚିନ୍ତନର ତତ୍ୱାବଧାରକ। ସେ ମଧ୍ୟ ଥିଲେ ବିକଶିତ ବିରୋଧର ସ୍ୱର। ଆଜି ତାଙ୍କ ଅବର୍ତ୍ତମାନରେ ଅନ୍ୟାୟର ବିରୋଧର ସ୍ୱରଟି ଓଡ଼ିଆ ସାହିତ୍ୟ ଓ ଜନଜୀବନରୁ ହଜିଯାଇଛି।

ଚିତ୍ତଭାଇଙ୍କ ସହ ଦେଖାହେବା ଆଗରୁ ମୁଁ ତାଙ୍କ ‘ଜାତିରେ ମୁଁ ଯବନ’ ତତ୍କାଳୀନ ପ୍ରମୁଖ ସାହିତ୍ୟ ପତ୍ରିକା ‘ନବରବି’ ନିୟମିତ ପଢ଼ୁଥିଲି। ଆଦ୍ୟ କଲେଜ ଜୀବନରେ ମୋର ଜଣେ ରାଜନୀତି ବିଜ୍ଞାନ ଅଧ୍ୟାପକ ଥିଲେ। ତାକ ନାଁ ବି ଥିଲା ଚିତ୍ତରଂଜନ ଦାସ। ଅନେକ ଦିନ ପର୍ଯ୍ୟନ୍ତ ମୋ ପାଇଁ ସେ ହିଁ ଥିଲେ ‘ଜାତିରେ ମୁଁ ଯବନ’ର ଲେଖକ ପ୍ରଫେସର ଚିତ୍ତରଂଜନ ଦାସ। ଦିନେ ମୁଁ ଭରସି କରି କରି ଚିତ୍ତସାରଙ୍କୁ ‘ଜାତିରେ ମୁଁ ଯବନ’ ବିଷୟରେ ପଚାରିଲି।

“ଓ, ତୁମେ ତା’ହେଲେ ମତେ ପ୍ରଫେସର ଚିତ୍ତରଂଜନ ଦାସ ବୋଲି ଭାବିଛ? ସେ ତ ବିରାଟ ଲୋକ, ବେଳେ ବେଳେ ପୁରୀ ଆସନ୍ତି। ତୁମେ ଅଧ୍ୟାପକ ବିଶ୍ଵରଂଜନଙ୍କୁ ପଚାର, ସେ ଅଧିକାଂଶ ସମୟ ତାଙ୍କ ଘରେ ରୁହନ୍ତି।” ସେ ଉତ୍ତର ଦେଲେ।

ଅଧ୍ୟାପକ ବିଶ୍ୱରଂଜନଙ୍କୁ ମୁଁ ପଚାରିବା ଆଗରୁ କବି କୁମାର ମହାନ୍ତିଙ୍କ ଘରେ ପ୍ରଫେସର ଚିତ୍ତରଂଜନ ଦାସଙ୍କ ସହ ଦେଖା ହୋଇଗଲା। ଧୋତି ପଂଜାବୀ ପିନ୍ଧିଥିବା ସାଢ଼େ ପାଞ୍ଚ ଫୁଟର ଜଣେ ସାଧାରଣ ଲୋକ। ଅନାମ ଚେତନାର, ଅଗ୍ରଜ ମଧୁ ମହାନ୍ତି ବି ସେଠି ଥିଲେ। “ଇଏ ଚିତ୍ତଭାଇ” କୁମାର ମହାନ୍ତି ଚିହ୍ନାଇ ଦେଲେ।

ଚିତ୍ତଭାଇଙ୍କ ସହ ପରବର୍ତ୍ତୀ ଚାରି ଦଶନ୍ଧିର ସଂପର୍କ ଓ ଭାବ ବିନିମୟ ମୋ ଜୀବନରେ ଏକ ମହାର୍ଘ୍ୟ ସ୍ମୃତି। ତାଙ୍କ ଆଗ୍ରହରେ ଏନ୍.ବି.ଟି. ତରଫରୁ କାଇପଦରରେ ମୁଁ ଆୟୋଜନ କରିଥିଲି ଏକ କର୍ମଶାଳା ପିଲାଙ୍କ ପାଇଁ। “ପାଇକ ବିଦ୍ରୋହ” ସଂପର୍କରେ ପିଲାମାନେ ଜାଣନ୍ତୁ ଓ କିଛି ଲେଖନ୍ତୁ, ଏହା ହିଁ ଥିଲା ଏ କର୍ମଶାଳାର ଉଦ୍ଦେଶ୍ୟ। ସେ ଅନୁଭୂତି ମୁଁ ମୋର ବିଭିନ୍ନ ଲେଖାରେ ଲେଖିଛି। ଚିତ୍ତଭାଇଙ୍କ ଇଚ୍ଛା ଅନୁସାରେ ମୁଁ ପିଲାମାନଙ୍କୁ ପାଇକ ବିଦ୍ରୋହର କାହାଣୀ କହିବାକୁ ଯାଇ ପ୍ରଥମେ ପଲାସୀ ବିଦ୍ରୋହର କଥା କହିଲି। ସିରାଜ ଉଦୌଲିଙ୍କର ସୁନ୍ଦର ଆମ୍ବ ବଗିଚାଟିଏ ଥିଲା। ସେଠାକୁ ସେ ଆମ୍ବ ଖାଇବାକୁ ଇଂରେଜମାନଙ୍କୁ ଡାକୁଥିଲେ। ଆମ୍ବ ଏତେ ଭଲ ଲାଗିଲା ଯେ ଇଂରେଜମାନେ ତାଙ୍କ ରାଜ୍ୟକୁ ଦଖଲ କରିନେଲେ।

କଥା ଛଳରେ ମୁଁ ସିରାଜ ଉଦୌଲିଙ୍କ କାହାଣୀ ସହ ଆମ ଲୋକକଥାର ମାଙ୍କଡ଼ ଓ କୁମ୍ଭୀର କଥାର ତୁଳନା କଲି। ଚିତ୍ତଭାଇଙ୍କୁ ମୋ କଥା ଭଲ ଲାଗିଲା। ସେ ଘଟଣା ଥିଲା ମୋର ଭାଗ୍ୟ, ମୋର ସଫଳତା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.