ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୩ ଅଗଷ୍ଟ ୨୦୨୫
ପାହି ନାହିଁ ଏଇ ରାତି
ସରିନାହିଁ ଆମ ପ୍ରିତୀ
ଦେଖ ଏହି ମଧୁଶାଳା
କି ସୁନ୍ଦର ପ୍ରୀତି ବୋଳା
ସାଇତି ବ ଆମ ସ୍ମୃତି
ଛାଡ଼ି ଯା ଅ ନାହିଁ ସାଥୀ।
ନିଃଶ୍ୱାସ ର ଛାତି ତଳେ
ବିଶ୍ଵାସର ବହଳେ
ଲକ୍ଷେ ଅଭିଳାଷ ଖେଳେ
ସପନ ବଣିକ ଖୋଜେ
ପ୍ରିତୀ ର କାଉଁରୀ ଛୁଆଁ
ହସ ଏଠି ବିଷ ତୁଲ୍ୟ
ଅବିଶ୍ବାସ ନିଆଁ।
ତଥାପି ମୁଁ ପାନ୍ଥଶାଳା ସପନ ବଣିକ
ଆଶା ବୋଇତେ ବନ୍ଧା
ଜୀବନ ମୋ ଅଳୀ କ
ଡର ନାହିଁ ଆଉ ମୋର ଅନ୍ଧାର ରାତିକୁ
ନିନ୍ଦା ଅପବାଦ ଲଜ୍ଜ୍ୟା ଅପ ଯଶକୁ
ଚିହ୍ନା ଅଚିହ୍ନା ସବୁ ସୁଖ ଦୁଃଖକୁ।
ଆସ ପ୍ରିୟେ ଭରି ନେବା ଶୁନ୍ୟ ପିଆଲାକୁ
ଭୋଗିନେବା ଭାଗ୍ୟରେ ଲେଖା କପାଳ କୁ
ଆଲୁଅ ଥାଉ ଦୂରେ ସେତିକି ସମୟ
ଅନ୍ଧକାର ରହୁଥାଉ ଚିତ୍ରିତ ଚିତ୍ରମୟ।






