• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସିନେମା ହଲ୍‌ମାନଙ୍କର ଅକାଳ ମୃତ୍ୟୁ (ଭାଗ ୨୫)

ସିନେମା ହଲ୍‌ମାନଙ୍କର ଅକାଳ ମୃତ୍ୟୁ (ଭାଗ ୨୫)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୫ ମଇ ୨୦୨୫

ଏବେ ଜନତା ସିନେମା ବନ୍ଦ ହୋଇଗଲାଣି। ଲକ୍ଷ୍ମୀ ଆଉ ଶ୍ରୀକୃଷ୍ଣ ବି। ପୁରୀ ସହରରେ ମୋ ପିଲାଦିନେ ତିନୋଟି ସିନେମା ହଲ୍‌ ଥିଲା। ଶ୍ରୀକୃଷ୍ଣ, ଜନତା ଓ ଲକ୍ଷ୍ମୀ ଟକିଜ୍‌। ଲକ୍ଷ୍ମୀ ଟକିଜ୍‌ ମାଲିକ ସୀତାରାମ ପାଣ୍ଡେଙ୍କ ପୁଅ ନାଟୁ ପାଣ୍ଡେ ଥିଲା ଆମ ସହପାଠୀ। ଆମେ ମ୍ୟାଟିନି ବେଳେ ଚୁପ୍‌ଚାପ୍‌ ହଲ୍‌ ଭିତରକୁ ପଶିଯାଉଥିଲୁ। ସୋ ସରିବା ପରେ ସେଇଠି ଲୁଚି ରହୁଥିଲୁ ଓ ପ୍ରଥମ ଅଧା ଦେଖି ଦେଉଥିଲୁ। ଶେଷ ଅଧା ତ ପ୍ରଥମେ ଦେଖା ସରିଥାଏ। ମନରେ ଦୁଇଟିଯାକ ଯୋଡ଼ିବାକୁ ପଡ଼େ।

ଶ୍ରୀକୃଷ୍ଣ ସିନେମା ମାଲିକ ଲକ୍ଷ୍ମଣ ରାୟ ଥିଲେ ମୋ ନନାଙ୍କ ସାଙ୍ଗ। ନନା ପାସ୍‌ ଆଣନ୍ତି। ଆମେ କେବଳ ଟିକସ ପଇସା ଦେଇ ଟିକେଟ୍‌ କିଣୁ। ବହୁତ ଥର ଆମେ ସପରିବାରେ ସେଠି ଫିଲ୍ମ ଦେଖିଛୁ।

ଜନତା ସିନେମା ଦାଣ୍ଡ ଉପରେ। ସେଠି ନୂଆ ଫିଲ୍ମ ପ୍ରାୟ ଆସେ। ସେଠି ବି ଭାରି ଭିଡ଼ ହୁଏ। ମୋ ବନ୍ଧୁ ଗୋପାଳ ମୁଦ୍ରା ଥିଲା ପଣ୍ଡା ୱାଚ କୋ ମାଲିକଙ୍କ ଜୋଇଁ। ତା ଶ୍ଵଶୁରଙ୍କ ଘଣ୍ଟା ଦୋକାନ ଜନତା ସିନେମା ପଢ଼ିଶା। ଆମେ ତାର ଆଉ ଗୋଟେ ସାଙ୍ଗ ସହ ଦେଖା ହେଉ। ସେ ସିନେମା ହଲ୍‌ରେ ଟିକେଟ୍‌ କାଉଣ୍ଟରରେ ବସେ। ସିଟ୍‌ ଖାଲି ଥିଲେ ଗେଟ୍‌ କିପର୍‌କୁ କହିଦିଏ, ଆମେ ସିନେମା ଦେଖୁ।

ସେତେବେଳେ ସିନେମା ଟିକେଟ୍‌ ଶସ୍ତା। ବାଲ୍‌କୋନି ଟଂକେ ପଇଁତିରିଶି ପଇସା। ସୋଫା ଦେଢ଼ ଟଂକା। ଏତକ ଉପର ମହଲାର। ତଳେ ଫାଷ୍ଟ କ୍ଲାସ୍‌ ଓ ଜନତା କ୍ଲାସ୍‌। ଫାଷ୍ଟ କ୍ଲାସ୍‌ ଟଙ୍କାଟେ, ଜନତା କ୍ଳାସ୍‌ ପଞ୍ଚସ୍ତରି ପଇସା। ମୋର ଓ ସାଙ୍ଗ ହରପ୍ରସାଦର ଫ୍ରି ସିପ୍‌ ପଇସାରୁ ବଂଚେଇ କେବେ କେବେ ଫିଲ୍ମ ଦେଖିନେଉ। ସାଙ୍ଗ ଅନିଲ ବି କେବେ କେବେ ଦେଖାଏ। ବେଳେ ବେଳେ ଭାଗ୍ୟରେ ଥିଲେ ମାଗଣାରେ ସିନେମା ଦେଖୁ।

ଲକ୍ଷ୍ମୀ ଓ ଜନତା ସିନେମା ମାଲିକମାନେ ସିନେମା ହଲ୍‌ କଥା ନିଜେ ବୁଝୁଥିଲେ। ଲକ୍ଷ୍ମଣ ରାୟ କାଳୁପଡ଼ା ଜମିଦାର, ସେ ସିନେମା ହଲ୍‌ କଥା ବୁଝୁନଥିଲେ। ମାଲିକମାନେ ହଲ୍‌ ସାମ୍‌ନାରେ ସୋ ଆରମ୍ଭରେ ରୁହନ୍ତି। ଏଣୁ ଆମେ ବହୁ ସିନେମା ମ୍ୟାଟିନି ପରେ ଦେଖିଛୁ। ଆମେ କଲେଜରେ ପଢ଼ିଲା ବେଳେ ଆଉ ଯୋଡ଼ିଏ ସିନେମା ହଲ୍‌ ଆରମ୍ଭ ହେଲା। ବାଲିଘାଟରେ ଶ୍ରୀରାମ ଟକିଜ୍‌, ପେଣ୍ଠକଟାରେ ପାର୍ବତୀ ଟକିଜ୍‌। ପେଣ୍ଠକଟାରେ ତେଲୁଗୁ ଫିଲ୍ମ ଚାଲେ। ଆମେ ତେଲୁଗୁ ବୁଝିପାରୁନି। ବାଲିଘାଟ ସେତେବେଳେ ପୁରୀ ସହର ବାହାରେ।

ଧୀରେ ଧୀରେ ଟିଭି, ଭିଡ଼ିଓ, ମଲ୍ଟିପ୍ଲେକ୍ସ୍‌ ସବୁରେ ଲୋକେ ଫିଲ୍ମ ଦେଖିବା ଆରମ୍ଭ କଲେ। ଏବେ ତ ମୋବାଇଲ୍‌ରେ ବି ଫିଲ୍ମ୍‌ ଦେଖିହେଲାଣି।

ଆମେ ଅନେକ ଦିନ ଧରି ହଲ୍‌ରେ ଫିଲ୍ମ ଦେଖିନୁ। ଶେଷଥର ପାଇଁ ସୀମାପୁରୀରେ “କଭି ଖୁସି କଭି ଗମ୍‌’ ଦେଖିଥିଲୁ। ବସୁନ୍ଧରା ପାଖେ ସାହିବାବାଦ୍‌ରେ ‘ଫନା’ ବି। ଆର୍ଟ ପିକ୍ଚର ଦେଖେ ଝିଅ। ପୁଅକୁ ଆର୍ଟ ପିକ୍ଚର ବିଷ-ଧୁମ୍‌ଧଡ଼ାକ୍‌ ନହେଲେ ସେ କି ଫିଲ୍ମ?

ଫିଲ୍ମ ହଲ୍‌ ସବୁ ବନ୍ଦ ହୋଇଗଲା। ପୁରୀରେ ଏବେ ଫିଲ୍ମ ହଲ୍‌ ନାହିଁ। ମାଲିକମାନେ ଧନୀ ଲୋକ। ହଲ୍‌ ବନ୍ଦ ହେଲେ ତାଙ୍କର କି ଯାଏ?

“ସେ ଫିଲ୍ମ ହଲର ଲୋକଗୁଡ଼ାକ କୁଆଡ଼େ ଗଲେ?” ମୁଁ ଥରେ ସାଙ୍ଗ ନିର୍ମଳକୁ ପଚାରିଲି।

“କୁଆଡ଼େ ଯିବେ? ହୁଏତ ମରି ହଜି ଯାଇଥିବେ, ନଚେତ୍‌ ଭିକ ମାଗୁଥିବେ।” ସେ ଅନାୟାସରେ ଉତ୍ତର ଦେଲା। ତା’ ପରେ କହିଲା, “ସବୁ ସେ କାଳିଆର ଇଚ୍ଛା।”

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.