• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଡାଳ

ଡାଳ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ଅପ୍ରେଲ ୨୦୨୫

ଡାଳେଇ ଗଲେ ସେ ଡାଳଡାଳ ହୋଇ ପାକଳ ହୁଅଇ ଆଶା
ମୂଳ ଚାହିଁ ମାଳେ ମେଳି ନବାନ୍ଧିଲେ ବଦଳଇ ପରିଭାଷା
ଡାଳ କାଟି ଦେଲେ ମୂଳେ ପଡ଼େ ବୋଲି ସବୁ ବିଡ଼ମ୍ବନା ସହେ
ଡାଳ ପରଦେଶୀ ମୂଳକୁ ଭରଷି ଅଗ୍ରଲେଖ ହୋଇଯାଏ

ଆଗରେ ବଢ଼ିବା ଅଗରୁ ଛିଡିବା ଅଗ୍ରୀମ ପରିକା ବୁଡେ
ବାଟରେ ହେଉ କି ଅବାଟରେ ହେଉ ଆଗତୁରା ବାଟ ହୁଡେ
ବିସ୍ତାରି ଯିବାର ଦୂରନ୍ତ କାମନା ଦୂରକୁ ଦୂରକୁ ନିଏ
ଅଲୋଡ଼ା ବୈରାଗ୍ୟ ଛୁଉଁଛୁଉଁ ତାକୁ ଅକାଳରେ ଝଡ଼ିଯାଏ

ସ୍ବଛନ୍ଦପଣର ଚିରାପଣତରେ ଅସମାପ୍ତ ଅହଂ ସଞ୍ଚି
ନିଜେ ଜଳିଜଳି ପବନ ସୁରରେ ଆଣ୍ଟେ ଯାଉଥାଏ ବିଞ୍ଚି
ଅପହଞ୍ଚ ସ୍ବପ୍ନ ଅବସୋସ ହୋଇ ବ୍ୟତିକ୍ରମ ଯେବେ ହୁଏ
ଏଦିଗେ ସେଦିଗେ ଡାଳଉଥାଏ ସେ ଆତ୍ମମଗ୍ନ ହୋଇ ରୁହେ

ଡାଳଟିଏ ହେବା ଡାଳ ମେଳେ ଥିବା ନଥିବାକୁ ଭାରା କରି
ଏପାଖେ ପତର ଆରପାଖେ ମୂଳ ସୂତେ କି ହୁଅଇ ଧରି ??

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ବୀଣା ବାଦିନୀ
Literature

ବୀଣା ବାଦିନୀ

by ବିଜୟ କୁମାର ପାଣି
January 23, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୩ ଜାନୁୟାରୀ ୨୦୨୬ କର ପତ୍ର ଯୋଡ଼ି କରୁଛି ସ୍ତୁତି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି। ମରାଳ ବାହିନୀ-ମାତା...

Read more
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.