ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬
ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା,
ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।
ସେଥିଲାଗି ତୋହ ପାଶେ ଯାଇପାରୁ ନାଇଁ,
ଅବୁଝା ହେଉଛି ମନ ତୋ ଦର୍ଶନ ପାଇଁ । ।।୨।।
ତୋ’ରୂପ ଲାବଣ୍ୟରେ ମୋ ଚିତ୍ତ ହୁଏ ବାଇ,
ବାର ବାର ଦେଖିବାକୁ ମନ ଝୁରୁଥାଇ । ।।୩।।
ମନରେ ଆସୁଛୁ କିଆଁ ଦେଉନାହୁଁ ଦେଖା,
ଇଏକି ରହସ୍ୟ ତୋର କିଭଳି ପରୀକ୍ଷା । ।।୪।।
ତୋର ଏଇ ଫିସାଦକୁ ପାରୁ ନାହିଁ ବୁଝି,
ଭକ୍ତି ରସ ପାନକରି ଯାଉଛି ମୁଁ ସିଝି । ।।୫।।
ତୋ’ ଆଶିଷ ଲାଭକରି ମୁଁ ମୋକ୍ଷ ପାଇବି,
ଦିବ୍ୟ ଚେତନାରେ ମଜ୍ଜି ସତ୍ତା ହରାଇବି ।।୬।।
ଏତିକି ମାଗୁଣି ମୋର ତୋ’ ପାଦ ପଦ୍ମରେ,
ହତାଶ କରିବୁ ନାହିଁ ଏଇ ଜୀବନରେ । ।।୭।।






