• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦିବାକର ସାର୍ (ଭାଗ ୨୪)

ଦିବାକର ସାର୍ (ଭାଗ ୨୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୮ ଅପ୍ରେଲ ୨୦୨୫

ସକାଳୁ ସକାଳୁ ପତ୍ନୀ ଶୈଳବାଳା ଦୁଃଖଦ ଖବରଟି ଦେଲେ।

“ଦିବାକର ସାର୍ ଚାଲିଗଲେ।”

ଶୈଳବାଳା ଓ ମୁଁ ଦିବାକର ସାର୍ ଙ୍କ ଛାତ୍ରଛାତ୍ରୀ ନଥିଲୁ। ମୁଁ ବିଶ୍ୱମ୍ଭର ବିଦ୍ୟାପୀଠରେ ଷଷ୍ଠ, ସପ୍ତମ ପଢ଼ିଥିଲି| ଶୈଳବାଳା ଷଷ୍ଠରୁ ଏକାଦଶ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ| ମୁଁ ବି ଅଷ୍ଟମରୁ ଏକାଦଶ ସେଇଠି। ଦିବାକର ସାର୍ କେବେ ଆମକୁ ପଢ଼େଇ ନଥିଲେ। ହେଲେ, ଦେଖାହେଲା ତ ଆମେ ଦୁହେଁ ତାଙ୍କୁ ପ୍ରଣାମ କରୁଥିଲୁ| ସେ ଶୈଳବାଳାଙ୍କୁ ମୋ କଥା, ପିଲାମାନଙ୍କ କଥା ପଚାରି ବୁଝୁଥିଲେ।

ଦିବାକର ତ୍ରିପାଠୀଙ୍କ ସହ ମୋର ପ୍ରଥମ ଦେଖା କେବେ ହୋଇଥିଲା ମନେନାହିଁ। ମୁଁ ସ୍କୁଲ ଓ କଲେଜ ଜୀବନରେ ରାମକୃଷ୍ଣ ମିଶନ ପାଠାଗାର ନିୟମିତ ଯାଉଥିଲି। ତାଙ୍କ କାର୍ଯ୍ୟକ୍ରମ ମାନଙ୍କରେ ବି ଭାଗ ନେଉଥିଲି| କେବେ କେବେ ସ୍ୱାମୀଜୀ ମତେ କହିବାକୁ ବି କହୁଥିଲେ। ଦିବାକର ସାର୍ ସେଠି ଥିଲେ ନିୟମିତ ବକ୍ତା।

ମୋ ସ୍କୁଲ ଜୀବନରେ ଲୋକନାଥ ସାର୍ ମୋର ପ୍ରିୟ ଶିକ୍ଷକ ଥିଲେ| ଦିନେ ମୁଁ ଲୋକନାଥ ସାର୍ ଙ୍କ ପାଖେ ଦିବାକର ତ୍ରିପାଠୀଙ୍କୁ ଭେଟିଲି। ସେ ରାମକୃଷ୍ଣ ମିଶନ କଥା ମନେ ରଖିଥିଲେ| ଧୀରେ ଧୀରେ ସେଠି ବିଜ୍ଞ ଲୋକମାନଙ୍କର ମେଳ ହେଲା| ମୋର କଲେଜର ଶିକ୍ଷକ ମୋହିତ ମୋହନ ମହାନ୍ତି, ଅଗ୍ରଜ ବସନ୍ତ କୁମାର ପଣ୍ଡା ଓ ମୁଁ ସେଠି ଏକାଠି ହେଉଥିଲୁ। କ୍ରମେ ‘ପ୍ରଜ୍ଞାଚକ୍ର’ ନାମକ ଅନୁଷ୍ଠାନଟିଏ ଗଢ଼ିଉଠିଲା। ଦିବାକର ସାର୍ ଓ ମୋ ନନାଙ୍କ ଭିତରେ ଏକ ଅଦ୍ଭୁତ ସାମଞ୍ଜସ୍ୟ ଥିଲା। ନନା ଜୀବନସାରା ସାଇକେଲରେ ବୁଲୁଥିଲେ। ଦିବାକର ସାର୍ ବି। ନନା ଓ ଦିବାକର ସାର୍ ଥିଲେ ପୁରୀ ସେବା ସମିତିର ପ୍ରତିଷ୍ଠାତା ସଦସ୍ୟ। ଦୁହେଁ ଏବେ ନାହାନ୍ତି| ନନା ୨୦୦୮ରେ ଚାଲିଗଲେ, ଦିବାକର ସାର୍ ଏବେ। ଦୁହେଁ ଥିଲେ ଆଜୀବନ ଗାନ୍ଧିବାଦୀ ଚିନ୍ତକ।

୧୯୮୪ରେ ଲୋକନାଥ ସାର୍ ହୃଦ୍ଘାତରେ ଚାଲିଗଲେ। ସେ ଚାଲିଗଲା ପରେ ଦିବାକର ସାର୍ ବହୁତ ଭାଙ୍ଗିପଡ଼ିଥିଲେ। ହେଲେ, ତାଙ୍କଠୁ ସମାଜର ଅନେକ କିଛି ପାଇବାର ଥିଲା। ଅଧ୍ୟାପକ ବିଶ୍ୱରଂଜନଙ୍କ ସହ ସେ ଓ କୁମାର ହାଲଦାର ମିଶି ଆରମ୍ଭ କଲେ ପୁରୀର ପ୍ରଥମ ପୁସ୍ତକ ଉତ୍ସବ – ଶ୍ରୀକ୍ଷେତ୍ର ପୁସ୍ତକ ମେଳା। ଏହା ଦୁଇହଜାର ଚାରି ମସିହା ଯାଏଁ ଚାଲିଲା। ପରେ ଚାଲିଲା କି ନା ମୁଁ ଜାଣେନାହିଁ। ଏ ଭିତରେ ଜଗବନ୍ଧୁ ପାଢ଼ୀଙ୍କ ନେତୃତ୍ୱରେ ପୁରୀ ପୁସ୍ତକମେଳା ଆରମ୍ଭ ହେଲା

୨୦୦୫ରେ ମୋ ଆୟୋଜନରେ ପୁରୀ ଶରଧାବାଲିରେ ହେଲା ନ୍ୟାସନାଲ ବୁକ୍ ଟ୍ରଷ୍ଟ୍ର ଜାତୀୟ ପୁସ୍ତକ ମହୋତ୍ସବ| ଶଙ୍କର ପରିଡ଼ା ସେତେବେଳେ ପୁରୀ ଜିଲ୍ଲା ପରିଷଦର ଅଧ୍ୟକ୍ଷ। ଦିବାକର ସାର୍, ଶଙ୍କର ଓ ମୁଁ ଏକାଠି ଭୁବନେଶ୍ୱର ଗଲୁ। ମୋ ସହପାଠୀ ଗଗନ କୁମାର ଧଳ ସେତେବେଳେ ଶିକ୍ଷା ସଚିବ। କନିଷ୍ଠ ଶୁଭକାନ୍ତ ବେହେରା ସ୍ୱତନ୍ତ୍ର ସଚିବ। ପୁସ୍ତକମେଳା ହେଲା। ଦିବାକର ତ୍ରିାପାଠୀ ଥିଲେ ଆମର ମାର୍ଗଦର୍ଶକ। ପ୍ରତି ସଂଧ୍ୟାରେ ମୋ ଶିକ୍ଷକ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ଶଙ୍କର ପରିଡ଼ା ଓ ଶ୍ରୀକାନ୍ତ ମହାନ୍ତି ପୁସ୍ତକ ମେଳାକୁ ଆସୁଥିଲେ।

ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର କାମ ବଢ଼ିଗଲା। ମୁଁ ସାରାଦେଶରେ ବ୍ୟସ୍ତ ରହିଲି। ସିଂଗାପୁରରେ ଏସିଆନ୍ ଫେଷ୍ଟିଭାଲ ଅଫ୍ ଚିଲଡ୍ରେନ କଣ୍ଟେଣ୍ଟସର ରାମର୍ଶଦାତା ସମିତିରେ କାମ କରିବାକୁ ହେଲା। ୨୦୧୬ ରୁ ୨୦୧୯ ଜାନୁୟାରୀ ଯାଏଁ ଉତ୍ତର-ପୂର୍ବାଞ୍ଚଳର ସୂଚନା, ଜନସଂପର୍କ ଓ ସଂସ୍କୃତି ନିର୍ଦେଶକ କାମ କଲି। ଶ୍ରୀକ୍ଷେତ୍ରଠୁ ଦୂରରେ ରହିଲି।

ଏବେ ଫେରିଆସିଲି ଯେ ଶ୍ରଦ୍ଧାର ବଡ଼ଦାଣ୍ଡରେ ଦିବାକର ସାର୍ ଙ୍କୁ ଖୋଜି ପାଉନାହିଁ। କୁଆଡ଼େ ହଜିଗଲେ ସେ ଆମେ ଶରଧାବାଲିରେ ସାଉଁଟୁଛୁ, ପାଉନାହୁଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.